ETV Bharat / health

ଶରୀରରେ କ'ଣ ପାଇଁ ରହିଛି ଭିଟାମିନର ଆବଶ୍ୟକତା ? ଜାଣନ୍ତୁ ଏହାର ଅଭାବରେ କେଉଁ ସମସ୍ୟା ହୁଏ - Vitamin Deficiency

author img

By ETV Bharat Odisha Team

Published : May 4, 2024, 7:22 PM IST

Vitamin Deficiency In Human Body: ଶରୀରର ସାମଗ୍ରିକ ବିକାଶ ଏବଂ ବୃଦ୍ଧି ପାଇଁ ସମସ୍ତ ପ୍ରକାରର ଭିଟାମିନ୍ ଅତ୍ୟନ୍ତ ଆବଶ୍ୟକ । ଶରୀରରେ ଭିଟାମିନର ଅଭାବ ହେଲେ କେଉଁ କେଉଁ ସମସ୍ୟା ହୁଏ ଜାଣନ୍ତୁ...

ଶରୀରରେ କ'ଣ ପାଇଁ ରହିଛି ଭିଟାମିନର ଆବଶ୍ୟକତା ?
ଶରୀରରେ କ'ଣ ପାଇଁ ରହିଛି ଭିଟାମିନର ଆବଶ୍ୟକତା ? (ETV Bharat Odisha)

ହାଇଦ୍ରାବାଦ: ଆଜିକାଲି ଲୋକମାନଙ୍କ ଜୀବନଶୈଳୀ ବଦଳୁଥିବା ସହ ଖାଦ୍ୟ ଓ ପାନୀୟରେ ମଧ୍ୟ ପରିବର୍ତ୍ତନ ଦେଖିବାକୁ ମିଳୁଛି । ଯାହା ଅନେକ ସମୟରେ ଲୋକମାନଙ୍କୁ ରୋଗଗ୍ରସ୍ତ କରିଥାଏ । କାରଣ ଆମେ ଖାଉଥିବା ଖାଦ୍ୟରେ ଶରୀର ପାଇଁ ଆବଶ୍ୟକୀୟ ଭିଟାମିନ ନଥାଏ । ତେବେ ଶରୀରକୁ ରୋଗରୁ ରକ୍ଷା କରିବା, ଶରୀରର ସମସ୍ତ ଅଙ୍ଗପ୍ରତ୍ୟଙ୍ଗକୁ ସଠିକ ଭାବରେ ସଂଚାଳନ କରିବା ଓ ଶରୀରରେ ଶକ୍ତି ଏବଂ କାର୍ଯ୍ୟ କରିବା ଶକ୍ତି ବଜାୟ ରଖିବା ପାଇଁ ଭିଟାମିନର ଆବଶ୍ୟକ ଥାଏ । ଯଦି ଆପଣ ଦୈନିକ ଖାଉଥିବା ଖାଦ୍ୟରୁ ପ୍ରର୍ଯ୍ୟପ୍ତ ପରିମାଣର ଭିଟାମିନ ମିଳୁଛି ତେବେ ଆପଣଙ୍କ ଶରୀର ଦୀର୍ଘ ସମୟ ପର୍ଯ୍ୟନ୍ତ ରୋଗ ସହିତ ଲଢିପାରିଥାଏ । ଶରୀରର ପାଇଁ ଭିଟାମିନ ମଧ୍ୟ ଅଲଗା ଅଲଗା ମାତ୍ରାରେ ଜରୁରୀ ହୋଇଥାଏ । ଅନେକ ସମୟରେ ଭିଟାମିନ ଅଭାବରେ ଶରୀରରେ ଅନେକ ରୋଗ ଓ ସମସ୍ୟା ଦେଖାଦେଇଥାଏ ।

ଶରୀରରେ କ'ଣ ପାଇଁ ରହିଛି ଭିଟାମିନର ଆବଶ୍ୟକତା ?
ଶରୀରରେ କ'ଣ ପାଇଁ ରହିଛି ଭିଟାମିନର ଆବଶ୍ୟକତା ? (ETV Bharat Odisha)

ଭିଟାମିନର ଆବଶ୍ୟକତା :

ନୂଆଦିଲ୍ଲୀର ଖାଦ୍ୟ ଓ ପୋଷଣ ବିଶେଷଜ୍ଞ ଡା. ଦିବ୍ୟା ଶର୍ମାଙ୍କ କହିବା ଅନୁସାରେ, ଶରୀର ପାଇଁ ଆବଶ୍ୟକୀୟ ପୋଷକ ତତ୍ତ୍ବ ମଧ୍ୟରେ ଭିଟାମିନ ସାମିଲ ଥାଏ । ମୁଖ୍ୟ ପ୍ରକାର ଏବଂ ଉପ-ପ୍ରକାରଗୁଡିକୁ ଅନ୍ତର୍ଭୁକ୍ତ କରି ମୋଟ 13 ପ୍ରକାରର ଭିଟାମିନ ଥାଏ । ଯାହା ଶରୀରର ବିଭିନ୍ନ ଅଙ୍ଗର ସଂଚାଳନ ଓ ଅଙ୍ଗଗୁଡିକୁ ସୁସ୍ଥ ଏବଂ ରୋଗମୁକ୍ତ ରଖିବା ତଥା ଶରୀରର ବିକାଶ ପାଇଁ ଜରୁରୀ ହୋଇଥାଏ । ଏହି ଭିଟାମିନ ଗୁଡିକ ମସ୍ତିଷ୍କ, ହଜମ ପ୍ରକ୍ରିୟା, ହାଡ, ମାଂସପେଶୀ, ଆଖି ଏବଂ ହାର୍ଟ ସହ ଶରୀରର ସମସ୍ତ ଅଙ୍ଗପ୍ରତ୍ୟଙ୍ଗର ସଂଚାଳନ କାର୍ଯ୍ୟ ଏବଂ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ । ଏହାସହ କେଶ ଏବଂ ଚର୍ମକୁ ସୁସ୍ଥ ରଖିବା ସହିତ ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢାଇଥାଏ ।

ଶରୀରରେ ବିଭିନ୍ନ ପ୍ରକାରର ଭିଟାମିନର କାର୍ଯ୍ୟ ଏବଂ ସେମାନଙ୍କର ଅଭାବ ହେତୁ ହେଉଥିବା ସମସ୍ୟା ଏବଂ ରୋଗ ବିଷୟରେ ସୂଚନା ପ୍ରଦାନ କରି ଡକ୍ଟର ଦିବ୍ୟା କହିଛନ୍ତି ଯେ, ଶରୀରରେ ପ୍ରତ୍ୟେକ ଭିଟାମିନ୍ ମଧ୍ୟମ ପରିମାଣରେ ଆବଶ୍ୟକ ହୋଇଥାଏ । ଯାହାକୁ ଆମେ ଖାଦ୍ୟ ଏବଂ ପରିବେଶରୁ ପାଇଥାଉ । କିନ୍ତୁ କୌଣସି କାରଣରୁ ଯଦି ଶରୀରରେ କୌଣସି ଭିଟାମିନର ଅଭାବ ଦେଖାଦିଏ, ତେବେ ଏହା ଅନେକ ରୋଗ ସୃଷ୍ଟି କରିଥାଏ ।

ଶରୀରରେ କ'ଣ ପାଇଁ ରହିଛି ଭିଟାମିନର ଆବଶ୍ୟକତା ?
ଶରୀରରେ କ'ଣ ପାଇଁ ରହିଛି ଭିଟାମିନର ଆବଶ୍ୟକତା ? (ETV Bharat Odisha)

ଜାଣନ୍ତୁ ବିଭିନ୍ନ ଭିଟାମିନର ମହତ୍ତ୍ବ ଓ ଏହାର ଅଭାବରେ ଶରୀରରେ କେଉଁ କେଉଁ ସମସ୍ୟା ଦେଖାଯାଏ :

ଭିଟାମିନ 'A':

ଭିଟାମିନ A ଭଲ ଦୃଷ୍ଟି ଶକ୍ତି, ରୋଗ ପ୍ରତିରୋଧକ ଶକ୍ତି ଭଢ଼ାଇବା, ହାର୍ଟ, କିଡନୀ ଓ ଫୁସଫୁସକୁ ସଠିକ ଭାବରେ ସଂଚାଳନ କରିବା ସହ ଅନେକ କାର୍ଯ୍ୟରେ ସାହାଯ୍ୟ କରିଥାଏ । ଶରୀରରେ ଭିଟାମିନ Aର ଅଭାବ ହେଲେ ଅନ୍ଧାରକଣା ସହ ଚକ୍ଷୁ ସମ୍ବନ୍ଧୀୟ ସମସ୍ୟା ଦେଖାଦେଇଥାଏ । ଏହାସହ ଚର୍ମ ରୋଗ, ଓଠ ଫାଟିବା, ଏକଜିମା, କ୍ଷତ ନ ଶୁଖିବା, ଶିଶୁମାନଙ୍କ ଶରୀରର ବିକାଶରେ ବିଳମ୍ବ ହେବା, ଉଭୟ ପୁରୁଷ ଏବଂ ମହିଳାଙ୍କ ପ୍ରଜନନ ସମସ୍ୟା ଯେପରିକି ବନ୍ଧ୍ୟା କିମ୍ବା ଗର୍ଭଧାରଣରେ ଅନେକ ସମସ୍ୟା ହୋଇପାରେ ।

ଭିଟାମିନ 'B':

ଭିଟାମିନ୍ B, 8 ପ୍ରକାରର ଥାଏ । ଯଥା B1, B2, B3, B5, B6, B7, B9, B12 । ଏହା ଆମ ଶରୀରକୁ ନୂତନ ରକ୍ତ କଣିକା ତିଆରି କରିବାରେ, ଖାଦ୍ୟକୁ ଶକ୍ତିରେ ପରିଣତ କରିବାରେ ଓ ଚର୍ମକୁ ସୁସ୍ଥ ରଖିବା ଭଳି ଅନେକ କାର୍ଯ୍ୟରେ ସାହାଯ୍ୟ କରେ । ଶରୀରର ରୋଗ ପ୍ରତିରୋଧକ ଶକ୍ତିକୁ ସୁସ୍ଥ ରଖିବା ଏବଂ ମସ୍ତିଷ୍କ ବିକାଶରେ ସାହାଯ୍ୟ କରିବାରେ ମଧ୍ୟ ସହାୟକ ହୋଇଥାଏ । ଶରୀରରେ ଭିଟାମିନ B ଅଭାବରେ ପୋଷଣ ସମ୍ବନ୍ଧୀୟ ବିକାଶ, ସ୍ମରଣଶକ୍ତି ହ୍ରାସ ପାଇବା, ମାନସିକ ଭ୍ରମ, ଶରୀରର ସନ୍ତୁଳନ ସମସ୍ୟା, ଥକାପଣ, ଦୁର୍ବଳ ଲାଗିବା, ବ୍ୟକ୍ତି ଚିଡଚିଡା ହେବା ଓ ହୃଦଘାତ ଭଳି ସମସ୍ୟା ଦେଖାଯାଏ । ଏହାସହ ବନ୍ଧ୍ୟାକରଣ ଏବଂ ବେଳେବେଳେ କର୍କଟ ରୋଗ ମଧ୍ୟ ହୋଇପାରେ ।

ଭିଟାମିନ 'C':

ଭିଟାମିନ C, ହାଡ, ଚର୍ମ ଏବଂ କନେକ୍ଟିଭ୍ ଟିସୁ ଗଠନ କରିବାରେ ସାହଯ୍ୟ କରେ । ଏହାସହ ଦାନ୍ତ ଓ ମାଢ଼ିକୁ ମଧ୍ୟ ସୁସ୍ଥ ରଖେ । ଲୌହ ଅବଶୋଷଣ, ଲୋହିତ ରକ୍ତକଣିକା ଗଠନ, ଫ୍ରି ରେଡିକାଲରୁ ହେଉଥିବା ସମସ୍ୟାରୁ ରକ୍ଷା କରିବା ଓ ସଂକ୍ରମଣ ରୋକିବାରେ ଭିଟାମିନ C ସାହଯ୍ୟ କରେ । ଭିଟାମିନ C ଅଭାବରେ ଶରୀରରେ ଖରାପ ମେଟାବୋଲିଜିମ୍, ବାରମ୍ବାର ଅସୁସ୍ଥ ହେବା, ମାଂସପେଶୀ ଦୁର୍ବଳ ହେବା, ଯନ୍ତ୍ରଣା ହେବା, ରକ୍ତସ୍ରାବ ହେବା, ଏକ୍‌ମୋସିସ୍, ସ୍କର୍ଭି, ଅକ୍ସିଡେଟିଭ୍ ଷ୍ଟ୍ରେସ, ପାଦରେ ଘା' ହେବା, କେଶ ଓ ଚର୍ମ ସମସ୍ୟା ଏବଂ ରକ୍ତହୀନତା ଭଳି ଅନେକ ସମସ୍ୟା ଶରୀରରେ ଦେଖାଦିଏ ।

ଭିଟାମିନ 'D':

ଭିଟାମିନ D ଶରୀରରେ ହାଡକୁ ସୁସ୍ଥ ରଖେ, ମସ୍ତିଷ୍କ, ରୋଗ ପ୍ରତିରୋଧକ ଶକ୍ତିକୁ ବଢାଇବା ସହିତ ଅନେକ କାର୍ଯ୍ୟରେ ସାହାଯ୍ୟ କରେ । ଏହାର ଅଭାବରେ ଶରୀରରେ କ୍ୟାଲସିୟମ ଅଭାବ ହେବାର ଆଶଙ୍କା ଦେଖାଯାଏ । ଏହାସହ ଅଷ୍ଟିଓପୋରୋସିସ୍, ନିମୋନିଆ, ବ୍ରୋଙ୍କାଇଟିସ୍, ଡିପ୍ରେସନ୍, ମସ୍ତିଷ୍କ ବ୍ୟାଧି, ଡିମେନ୍ସିଆ, ମଧୁମେହ, କର୍କଟ, ହୃଦରୋଗ ଏବଂ ଇରେକ୍ଟାଇଲ୍ ଡିସ୍‌ଫଙ୍କସନ ସହିତ ଅନେକ ସମସ୍ୟା ଏବଂ ରୋଗ ହୋଇପାରେ ।

ଭିଟାମିନ 'E':

ଭିଟାମିନ E, ଚର୍ମ ଓ ଆଖିକୁ ସୁନ୍ଦର ଏବଂ ସୁସ୍ଥ ରଖିବା ସହ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବଢାଇବାରେ ସାହାଯ୍ୟ କରେ । ଏହାର ଅଭାବରେ ମାଂସପେଶୀରେ ଯନ୍ତ୍ରଣା କିମ୍ବା ଦୁର୍ବଳତା ଅନୁଭବ ହେବା, ଦୃଷ୍ଟି ଶକ୍ତି ସମସ୍ୟା, ରୋଗ ପ୍ରତିରୋଧକ ସମସ୍ୟା, ଶରୀରରେ ଅସ୍ଥିରତା ଓ ମୁଣ୍ଡବିନ୍ଧା ଭଳି ସମସ୍ୟା ଦେଖାଦିଏ ।

ଏହା ମଧ୍ୟ ପଢ଼ନ୍ତୁ...ବଜାରରେ ମିଳୁଥିବା ତରଭୁଜ ଅସଲି ନା କେମିକାଲ ଯୁକ୍ତ ? ଜାଣନ୍ତୁ କେମିତି ଚିହ୍ନିବେ - How To Check Watermelon

ଭିଟାମିନ 'K':

ଭିଟାମିନ K ଯକୃତକୁ ପ୍ରୋଟିନ୍ ଉତ୍ପାଦନ କରିବାରେ, ରକ୍ତକୁ ମୋଟା କରିବାରେ, କ୍ଷତକୁ ଶୀଘ୍ର ଶୁଖାଇବାରେ ସାହାଯ୍ୟ କରେ । ଏହାସହ ହାଡ ଏବଂ ହଜମ ପ୍ରକ୍ରିୟାରେ ସହାୟତା କରେ । ଏହାର ଅଭାବରେ ଶରୀରରେ ହାଡ ପତଳା ହେବା, ଅଷ୍ଟିଓପୋରୋସିସ୍, ଗଣ୍ଠି ଏବଂ ହାଡରେ ଯନ୍ତ୍ରଣା, ମହିଳାଙ୍କ ଋତୁସ୍ରାବରେ ସମସ୍ୟା, ନଖରେ ଦାଗ, ଦାନ୍ତ ଏବଂ ମାଢ଼ି ସମ୍ବନ୍ଧୀୟ ସମସ୍ୟା ହୋଇପାରେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.