ଆଠମଲ୍ଲିକ ଓ ଛେଣ୍ଡିପଦାରେ ନବୀନଙ୍କ ମାରାଥନ ପ୍ରଚାର, ବିରୋଧୀଙ୍କୁ କଲେ ଟାର୍ଗେଟ - Naveen Patnaik Election Campaign

By ETV Bharat Odisha Team

Published : May 15, 2024, 9:37 PM IST

thumbnail
BJD Election Campaign (ETV Bharat Odisha)

BJD Election Campaign: ଅନୁଗୋଳ: ଆଠମଲ୍ଲିକ ଓ ଛେଣ୍ଡିପଦାରେ ବିଜେଡ଼ିର ମହା ସମାବେଶ । ଆୟୋଜିତ ଏହି ସଭାରେ ଆଜି ମୁଖ୍ୟମନ୍ତ୍ରୀ ଯୋଗ ଦେଇଥିଲେ । ଏହାସହ ମମତା ଯୋଜନା, ଲକ୍ଷ୍ମୀ ବସ ସେବା, ମହିଳା ସଶକ୍ତିକରଣ ସମେତ ଅନେକ ଯୋଜନା ଗୁଡିକ ବିଷୟରେ ଲୋକଙ୍କୁ କହିଥିଲେ । ତାଙ୍କ ସହିତ ୫ଟି ଅଧ୍ୟକ୍ଷ ଭି.କେ ପାଣ୍ଡିଆନ ମଧ୍ୟ ଯୋଗ ଦେଇଥିଲେ । ପାଣ୍ଡିଆନ ବିଜେପି ଉପରେ ବର୍ଷିଥିଲେ ।  

ଏହା ମଧ୍ୟ ପଢ଼ନ୍ତୁ.. ରାଉରକେଲାରେ ନବୀନଙ୍କ ପ୍ରଚାର, କହିଲେ ବିରୋଧୀ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି - Naveen Patnaik Election Campaign

ଗତ ୨୦୧୪ରେ ବିଜେପି ତେଲ ଦର କମିବ, ରନ୍ଧନ ଗ୍ୟାସ ଦର କମିବ, ଚାଷୀ ମାନଙ୍କ ପାଇଁ ଧାନର ଏମଏସପି ବଢିବା ଭଳି କିଛି ହେଲାକି ବୋଲି ପ୍ରଶ୍ନ ପଚାରିଥିଲେ । କେନ୍ଦ୍ରମନ୍ତ୍ରୀଙ୍କୁ କ୍ଷମତା ଦେଲେ ସେ ମିଶନ ଶକ୍ତି ବନ୍ଦ କରିଦେବେ । ପୁରୀ ଓ ସମ୍ବଲପୁରରେ ଯେଉଁ ଭଳି ଭାବେ ମନ୍ଦିର ଉନ୍ନତିକରଣ ହୋଇଛି ତାକୁ ନକରାଇ ଦେବାକୁ ଏଠାକାର କେନ୍ଦ୍ରମନ୍ତ୍ରୀ ବହୁତ ଚେଷ୍ଟା କରିଥିଲେ । ତେବେ ଏସବୁ କଥାକୁ ଧ୍ୟାନରେ ରଖି ସେ ଭୋଟ ଦେବା ପାଇଁ ଲୋକଙ୍କୁ ଅନୁରୋଧ କରିଛନ୍ତି । ସମ୍ବଲପୁର ସାଂସଦ ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସ ମଧ୍ୟ କେନ୍ଦ୍ର ସରକାର ଏବଂ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପରେ ଗର୍ଜିଥିଲେ । ଏହି କାର୍ଯ୍ୟକ୍ରମରେ ଆଠମଲ୍ଲିକ ବିଧାୟକ ପ୍ରାର୍ଥୀ ନଳିନୀ ପ୍ରଧାନ, ରାଜ୍ୟ ବିଜେଡି ଉପସଭାପତି ଭାଗିରଥି ପ୍ରଧାନଙ୍କ ସମେତ ବହୁ ଦଳୀୟ ନେତା ଯୋଗ ଦେଇଥିଲେ । ସେହିପରି ଛେଣ୍ଡିପଡାରେ ମଧ୍ୟ ମୁଖ୍ୟମନ୍ତ୍ରୀ ନିର୍ବାଚନୀ ସଭାରେ ଯୋଗ ଦେଇଥିଲେ । ଉଭୟ ସଭାରେ ହଜାର ହଜାର ସଂଖ୍ୟାରେ କର୍ମୀ ଯୋଗ ଦେଇଥିଲେ ।

ଇଟିଭି ଭାରତ, ଅନୁଗୋଳ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.