ନାମାଙ୍କନ ଭରିଲେ ପ୍ରକାଶ, ବିଜୟ ନେଇ ବାଢ଼ିଲେ ଦୃଢ଼ୋକ୍ତି - Prakash Behera files Nomination

By ETV Bharat Odisha Team

Published : May 1, 2024, 4:37 PM IST

thumbnail

Prakash Behera files Nomination: କଟକ: ନାମାଙ୍କନ ପତ୍ର ଦାଖଲ କରିଛନ୍ତି କଟକ ବାରବାଟୀରୁ ବିଜେଡି ବିଧାୟକ ପ୍ରାର୍ଥୀ ପ୍ରକାଶ ବେହେରା । ନିଜର ସମର୍ଥକଙ୍କ ସହ ଶୋଭାଯାତ୍ରାରେ ଆସି ପାର୍ଥିପତ୍ର ଦାଖଲ କରିଛନ୍ତି ପ୍ରକାଶ । ଦୋଳ ମୁଣ୍ଡାଇ ଜଗନ୍ନାଥ ମନ୍ଦିରରେ ପୂଜାର୍ଚ୍ଚନା କରିବା ପରେ ସମର୍ଥକଙ୍କ ସହ ବାଇକ ଶୋଭାଯାତ୍ରା କରି ଗୌରୀଶଙ୍କର ପାର୍କ ନିକଟରେ ପହଞ୍ଚିଥିଲେ ପ୍ରକାଶ । ପରେ ପଦଯାତ୍ରା କରି କଟକ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ନିଜର ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ।

ଏହି ଅବସରରେ ଗଣମାଧ୍ୟମ ଆଗରେ ନିଜର ପ୍ରତିକ୍ରିୟା ରଖି ବିକାଶର ମୁଦ୍ଦା ନେଇ ନିର୍ବାଚନ ଲଢ଼ିବେ ବୋଲି କହିଛନ୍ତି ପ୍ରକାଶ । ସେ କହିଛନ୍ତି, "କଟକ ସହରରେ ଅନେକ ବିକାଶମୂଳକ କାର୍ଯ୍ୟକ୍ରମ କରାଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଟକ ପାଇଁ ଯେଉଁ ଉନ୍ନତିମୂଳକ କାର୍ଯ୍ୟ ଭେଟି ଦେଇଛନ୍ତି, ତାହା ଆଗାମୀ ନିର୍ବାଚନରେ ପ୍ରତିଫଳିତ ହେବ ।" ଏହି ପ୍ରସଙ୍ଗକୁ ନେଇ ସେ ନିର୍ବାଚନ ଲଢ଼ିବେ ବୋଲି କହିଛନ୍ତି । କେବଳ ସେତିକି ନୁହେଁ ପୂର୍ବ ନିର୍ବାଚନରେ ଯେଉଁ ସବୁ ତ୍ରୁଟି ରହିଥିଲା, ସେଥିରେ ସୁଧାର କରାଯାଇଛି । ବିଜେଡିକୁ ଭୋଟ ଦେବେ ବୋଲି ଲୋକମାନେ ମାନସିକ ଭାବରେ ପ୍ରସ୍ତୁତ ହୋଇ ସାରିଲେଣି ବୋଲି କହିଛନ୍ତି ପ୍ରକାଶ । ତେଣୁ ସେ ନିଶ୍ଚୟ ବିଜୟୀ ହେବେ ବୋଲି ଦୃଢ଼ୋକ୍ତି ବାଢ଼ିଛନ୍ତି ।

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.