4th Phase Voting: ରଘୁନାଥପୁର ଓ କୁଜଙ୍ଗ ବ୍ଲକରେ ମତଦାନ ଜାରି

By

Published : Feb 22, 2022, 2:19 PM IST

Updated : Feb 3, 2023, 8:17 PM IST

thumbnail

ଜଗତସିଂହପୁର: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଚତୁର୍ଥ ପର୍ଯ୍ୟାୟ ମତଦାନ ରଘୁନାଥ ପୁର ଓ କୁଜଙ୍ଗ ବ୍ଲକରେ ଜାରି ରହିଛି। କୁଜଙ୍ଗ ବ୍ଲକର 4 ଟି ଜିଲ୍ଲାପରିଷଦ ଜୋନ ସମେତ28 ଟି ପଞ୍ଚାୟତ ପାଇଁ 1218 ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ 1 ଲକ୍ଷ 38 ହଜାର ମତଦାତା। ସେହିପରି ରଘୁନାଥ ପୁର ବ୍ଲକର ଦୁଇ ଜିଲ୍ଲାପରିଷଦ ଆସନ ସହ 19 ଟି ପଞ୍ଚାୟତ ପାଇଁ 5ଶହ 13 ଜଣ ପ୍ରାର୍ଥୀଙ୍କର ଆଜି ଭାଗ୍ୟ ନିର୍ଦ୍ଧାରଣ ହେବ। ଏଥିରେ 79000 ମତଦାତା ସେମାନଙ୍କ ମତାଧିକାର ସାବ୍ୟସ୍ଥ କରିବେ। ନିର୍ଦ୍ଧାରିତ ସମୟରେ ଭୋଟ ଗ୍ରହଣ ଆରମ୍ଭ ହୋଇଛି। ଦିନ 10 ସୁଦ୍ଧା ରଘୁନାଥ ପୁର ରେ 22%ମତଦାନ ହୋଇ ଥିବା ବେଳେ କୁଜଙ୍ଗ ବ୍ଲକ ରେ 27 ପ୍ରତିଶତ ମତଦାନ ହୋଇଥିବା ଜିଲ୍ଲା ନିର୍ବାଚନ ଅଧିକାରୀ ଙ୍କ କାର୍ଯ୍ୟାଳୟ ସୂତ୍ରରୁ ଖବର ମିଳିଛି।

Last Updated : Feb 3, 2023, 8:17 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.