କୁକୁର ଆକ୍ରମଣରେ ଛାତ୍ର ଗୁରୁତର, ସିସିଟିଭିରେ କଏଦ ହେଲେ ଭିଡିଓ

By

Published : May 17, 2022, 10:43 PM IST

thumbnail

ମୁମ୍ବାଇ: ଛାତ୍ରଙ୍କୁ ଦଳେ କୁକୁରଙ୍କ ମରଣାନ୍ତକ ଆକ୍ରମଣ । ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି ହେଲେ ଛାତ୍ର । ମହାରାଷ୍ଟ୍ର ନାସିକର ଏହି ଦୃଶ୍ୟ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗୁଛି । ଜଣେ ଛାତ୍ର ବାଟରେ ଯାଉଥିବା ସମୟରେ ହଠାତ୍ 4 ରୁ 5 କୁକୁର ତାଙ୍କୁ ଆକ୍ରମଣ କରିଥିଲେ । କୁକୁର ଏବଂ ଛାତ୍ରଙ୍କ ପାଟିଶୁଣି ନିକଟରୁ ଜଣେ ବ୍ଯକ୍ତି ଆସି ଛାତ୍ରଙ୍କୁ ଉଦ୍ଧାର କରିଛନ୍ତି । ତେବେ ଛାତ୍ରଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡିଛି । ଆକ୍ରମଣ ସମୟର ଭିଡିଓ ସିସିଟିଭିରେ କଏଦ ହୋଇଛି । ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.