ବିଦାୟ ନେଉଛନ୍ତି ମାଆ, ବର୍ତ୍ତମାନ ସୁଦ୍ଧା ୧୧୫ଟି ମେଢ଼ ବିସର୍ଜିତ

By

Published : Oct 7, 2022, 12:38 PM IST

thumbnail

କଟକ: ପୁଣି ଆର ବର୍ଷକୁ ଅପେକ୍ଷା । ମାଆଙ୍କୁ ମେଲାଣି ଦେଉଛନ୍ତି ସିଲଭର ସିଟିବାସୀ । ଗତକାଲିଠୁ (ଗୁରୁବାର) ମହାସମାରୋହରେ ମା'ଙ୍କୁ ମେଲାଣି ଦେଉଛନ୍ତି ସହରବାସୀ । ଭସାଣ ଉତ୍ସବର ଅପୂର୍ବ ସମାରୋହରେ କମ୍ପୁଛି ସହର । ଜାତି ଧର୍ମ ବର୍ଣ୍ଣ ବର୍ଗ ଓ ବୟସ ନିର୍ବିଶେଷରେ ସମସ୍ତେ ଏକାଠି ହୋଇ ଦେବୀଗଡା ଠାରେ ମା'ଙ୍କୁ ବିଦାୟ ଦେଉଛନ୍ତି । ଏହି ଅବସରରେ ଆଜି (ଶୁକ୍ରବାର) ସକାଳ ସୁଦ୍ଧା 115ଟି ମେଢ଼ ବିସର୍ଜିତ ହୋଇସାରିଛି । ତୁହାକୁ ତୁହା ବର୍ଷା ଫଳରେ ବିସର୍ଜନ କାର୍ଯ୍ୟ ବିଳମ୍ବରେ ଆରମ୍ଭ ହୋଇଥିଲା । ଗତକାଲି ପ୍ରାୟ ୫ ଘଣ୍ଟାରୁ ଅଧିକ ସମୟ ମେଢ଼ ରାସ୍ତାରେ ରହିଥିଲା । ବର୍ଷା ଛାଡିବା ପରେ ଶୋଭାଯାତ୍ରା ଆରମ୍ଭ ହୋଇଥିଲା ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.