ଆଜି ନୂଆଁଖାଇ, ସମଲଶ୍ବେରୀ ମନ୍ଦିରରେ ହେବ ସ୍ବତନ୍ତ୍ର ରୀତିନୀତି

By

Published : Sep 1, 2022, 11:01 AM IST

thumbnail

ସମ୍ବଲପୁର: ଆଜି ପଶ୍ଚିମ ଓଡିଶାର କୃଷିଭିତ୍ତିକ ଗଣପର୍ବ ନୂଆଁଖାଇ । ଏଥିପାଇଁ ଉତ୍ସବମୁଖର ସମ୍ବଲପୁର ସହର । ଆଜି ଦିନ 10ଟା 56ରୁ 11ଟା 10 ମିନିଟ୍ ମଧ୍ୟରେ ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀଙ୍କ ଠାରେ ପୂର୍ବ ନିର୍ଦ୍ଧାରିତ ଲଗ୍ନ ଅନୁସାରେ ନୂଆ ଚାଉଳର ଭୋଗ ଲାଗିବ । ଏଥିପାଇଁ ମନ୍ଦିର ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଚୂଡାନ୍ତ ହୋଇଛି । ବର୍ଷକରେ ଗୋଟିଏ ଦିନ ନୂଆଁଖାଇରେ ମା' ସମଲେଶ୍ବରୀଙ୍କ ପୂଜାର୍ଚ୍ଚନାରେ ସ୍ବତନ୍ତ୍ରତା ରହିଛି । ମା'ଙ୍କ ଠାରେ ନବାନ୍ନ ଲାଗି ପାଇଁ ମୁଖ୍ୟ ପୂଜକଙ୍କ ଘରେ ସମସ୍ତ ପ୍ରସ୍ତୁତି ହୋଇସାରିଛି । ନିର୍ଦ୍ଧାରିତ ସମୟରେ ସମଲେଶ୍ବରୀଙ୍କ ଠାରେ ନୂଆ ଚାଉଳର ଖିରି, ନୂଆ ଚାଉଳରେ ପ୍ରସ୍ତୁତ କାକରା ପିଠା ଓ ସାରୁ ଶାଗର ଭୋଗ ଲାଗିବାର ବିଶେଷ ପରମ୍ପରା ରହିଛି । ପାରମ୍ପରିକ ପୂଜାର୍ଚ୍ଚନା ଓ ନବାନ୍ନ ଲାଗିବା ପରେ ଶ୍ରଦ୍ଧାଳୁମାନଙ୍କ ପାଇଁ ମା'ଙ୍କ ଦ୍ଵାର ଖୋଲାଯିବା । ଭକ୍ତ ଓ ଶ୍ରଦ୍ଧାଳୁ ମା'ଙ୍କ ଠାରେ ନବାନ୍ନ ଭୋଗ ଲଗେଇବା ପରେ ଘରେ ନୂଆଁଖାଇ ପାଳନ କରାଯିବ ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.