ରଥଯାତ୍ରାକୁ ପ୍ଲାଷ୍ଟିକ ମୁକ୍ତ କରିବାକୁ ବାଲୁକା କଳାରେ ସଚେତନତା ବାର୍ତ୍ତା

By

Published : Jun 29, 2022, 10:10 AM IST

thumbnail

ପୁରୀ: ପାଖେଇ ଆସୁଛି ମହାପ୍ରଭୁଙ୍କ ଘୋଷଯାତ୍ରା । ରଥଯାତ୍ରାରେ ସିଙ୍ଗଲ ପ୍ଲାଷ୍ଟିକ ଜିନିଷ ବ୍ୟବହାର ନ କରିବା ପାଇଁ ବାଲୁକା ଚିତ୍ରକଳାରେ ସଚେତନତା ବାର୍ତ୍ତା । ରଥ ଯାତ୍ରାରେ ଲକ୍ଷ ଲକ୍ଷ ଭକ୍ତ ପୁରୀ ଆସିବାର ସମ୍ଭାବନା ଥିବା ବେଳେ ବହୁଳ ଭାବରେ ପଲିଥିନ, ପ୍ଲାଷ୍ଟିକ ପାଣି ବୋତଲ ବ୍ୟବହାର ହେବ । ଏହା ଦ୍ବାରା ପରିବେଶ ଉପରେ ଖରାପ ପ୍ରଭାବ ପଡ଼ିବ । ତେବେ ପୁରୀକୁ ଆସୁଥିବା ଭକ୍ତ ଓ ପର୍ଯ୍ୟଟକ ମାନେ ପ୍ଲାଷ୍ଟିକ ଜିନିଷ ବ୍ୟବହାର ନ କରିବାକୁ ଅପିଲ କରିଛନ୍ତି ବାଲୁକା ଚିତ୍ରଶିଳ୍ପୀ ସୁଦର୍ଶନ ପଟ୍ଟନାୟକ । ପୁରୀ ବେଳାଭୂମିରେ ଏକ ବାଲୁକା ଚିତ୍ରକଳାରେ ତିନି ରଥକୁ ସ୍ଥାନ ଦେଇ ସିଙ୍ଗଲ ପ୍ଲାଷ୍ଟିକ ପଦାର୍ଥ ବ୍ୟବହାର ନ କରିବା ପାଇଁ ଅପିଲ କରିଛନ୍ତି ସୁଦର୍ଶନ ପଟ୍ଟନାୟକ ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.