ବନ୍ୟା ବିତ୍ପାତ: ଗଣିଆରେ ସ୍ଥିତି ଗମ୍ଭୀର, ଲୋକଙ୍କ ସ୍ଥାନାନ୍ତରଣ ଜାରି

By

Published : Aug 17, 2022, 10:18 PM IST

thumbnail

ନୟାଗଡ଼: ମହାନଦୀରେ ବନ୍ୟା ଯୋଗୁଁ ଜିଲ୍ଲାର ଅନେକ ଅଞ୍ଚଳ ପ୍ରଭାବିତ ହୋଇଛି । ତେବେ ଗଣିଆ ଏବଂ ଭାପୁର ବ୍ଲକର ଶତାଧିକ ଗ୍ରାମ ଜଳମଗ୍ନ ରହିଛି । ଗଣିଆ ବ୍ଲକରେ ସ୍ଥିତି ଗମ୍ଭୀର ରହିଛି l ଗଣିଆ ବ୍ଲକର ରାସଙ୍ଗ, ବଡ଼ସିଲିଙ୍ଗା ଏବଂ ଛାମୁଣ୍ଡିଆ ପଞ୍ଚାୟତର ପ୍ରାୟ ସମସ୍ତ ଗ୍ରାମ ଏବେ ଜଳମଗ୍ନ । ପ୍ରଶାସନ ତରଫରୁ ଲୋକଙ୍କୁ ସୁରକ୍ଷିତ ଭାବେ ସ୍ଥାନାନ୍ତର କରାଯାଉଛି । ଯାତାୟାତ ପାଇଁ ପ୍ରଶାସନ ତରଫରୁ ବୋଟର ବ୍ୟବସ୍ଥା କରାଯାଇଛି l ବିଦ୍ୟୁତ ସେବା ସମ୍ପୂର୍ଣ୍ଣ ଭାବେ ଠପ ରହିଛି l ତେବେ ପାନୀୟ ଜଳ ପାଇଁ ଲୋକେ ନାହିଁ ନଥିବା ହଇରାଣ ହରକତ ହେଉଥିବା ଦେଖିବାକୁ ମିଳିଛି । ବଡ଼ମୂଳ ଠାରୁ ଛାମୁଣ୍ଡିଆ ପର୍ଯ୍ୟନ୍ତ ୭ ଫୁଟର ବନ୍ୟାଜଳ ପ୍ରବାହିତ ହେଉଥିବାରୁ ଏହି ରାସ୍ତାରେ ଯୋଗାଯୋଗ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ହୋଇଛି । ସେପଟେ ପ୍ରଶାସନ ତରଫରୁ ଏପର୍ଯ୍ୟନ୍ତ ଅତ୍ୟାବଶ୍ୟକ ସାମଗ୍ରୀ ପ୍ରଦାନ କରାଯାଇନଥିବା ଅଭିଯୋଗ ହୋଇଛି । ଇଟିଭି ଭାରତ, ନୟାଗଡ଼

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.