Congress President Poll: ଅପରାହ୍ନ ୨ଟା ସୁଦ୍ଧା ୭୦ ପ୍ରତିଶତ ମତଦାନ

By

Published : Oct 17, 2022, 3:36 PM IST

thumbnail

ଜାରି ରହିଛି କଂଗ୍ରେସ ଅଧ୍ୟକ୍ଷ ପଦ ପାଇଁ ମତଦାନ । କଂଗ୍ରେସ ହାଇକମାଣ୍ଡ ପଦ ଅଳଙ୍କୃତ କରିବା ପାଇଁ ଦୁଇ ନେତା ମଲ୍ଲିକାର୍ଜୁନ ଖଡ୍‌ଗେ ଓ ଶଶି ଥରୁରଙ୍କ ମଧ୍ୟରେ ଜାରି ରହିଛି ପ୍ରତିଦ୍ବନ୍ଦ୍ବୀତା । ଦେଶବ୍ୟାପୀ ୪୦ କେନ୍ଦ୍ରର ମୋଟ ୬୭ଟି ବୁଥରେ କଂଗ୍ରେସ ମୁଖିଆଙ୍କୁ ବାଛୁଛନ୍ତି ୯ ହଜାର ୮୦୦ ପିସିସି ସଦସ୍ୟ । ଭୁବନେଶ୍ବର କଂଗ୍ରେସ ଭବନରେ ମଧ୍ୟ କଂଗ୍ରେସ ଅଧ୍ୟକ୍ଷ ପଦ ପାଇଁ ମତଦାନ ଜାରି ରହିଛି । ଅପରାହ୍ନ ୨ଟା ସୁଦ୍ଧା ୭୦ ପ୍ରତିଶତ ମତଦାନ ହୋଇଛି । ରାଜ୍ୟରେ ୪୨୭ ପିସିସି ସଦସ୍ୟଙ୍କ ମଧ୍ୟରୁ ୩୪୦ ଜଣ କର୍ମକର୍ତ୍ତା ଭୋଟ ଦେଇ ସାରିଛନ୍ତି । କଂଗ୍ରେସ ଭବନରେ ସକାଳ ୧୦ରୁ ଭୋଟ ପ୍ରକ୍ରିୟା ଆରମ୍ଭ ହୋଇଥିଲା । ବର୍ତ୍ତମାନ ସୁଦ୍ଧା ମତଦାନବେଳେ କୌଣସି ପ୍ରକାର ସମସ୍ୟା ଦେଖାଦେଇ ନାହିଁ । ଏହାକୁ ନେଇ କଂଗ୍ରେସ ନେତା ନୀରଜ ଡାଙ୍ଗିଙ୍କ ସହ ପିସିସି ସଭାପତି ଶରତ ପଟ୍ଟନାୟକ ସୂଚନା ଦେଇଛନ୍ତି । ଏହାକୁ ନେଇ କିଛି କଂଗ୍ରେସ ନେତାଙ୍କ ସହ ଆଲୋଚନା କରିଛନ୍ତି ଆମ ଭୁବନେଶ୍ବର ପ୍ରତିନିଧି ସଞ୍ଜୀବ କୁମାର ରାୟ ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.