ଧରାପୃଷ୍ଠରୁ ବିଦାୟ ନେଲେ ମା', ବର୍ଷା ଭିଜା ଭସାଣି ଉତ୍ସବ ପାଳିଲା କଟକ

By

Published : Oct 7, 2022, 8:35 AM IST

thumbnail

କଟକ: ବାଜା ଯେମିତି କଡା ନାଚ ବି ସେମିତି ଜବରଦସ୍ତ । ବର୍ଷା ଭିଜା ଭସାଣି ଉତ୍ସବ ପାଳିଛନ୍ତି କଟକବାସୀ । ବୋବାଲିଆ ମେଢକୁ ମେଲାଣି ଦେଇଛି ସିଲଭର ସିଟି । ଧରାପୃଷ୍ଠରୁ ମେଲାଣି ନେଇଛନ୍ତି ଜଗତଜନନୀ ମାଆ ଦୁର୍ଗା । କଟକ ଦୀର୍ଘ ଦୁଇ ବର୍ଷ ବ୍ୟବଧାନ ପରେ ଧୁମଧାମରେ ପାଳିତ ହୋଇଛି ଭସାଣ ଯାତ୍ରା । ଲଗାଣ ବର୍ଷା ଯୋଗୁଁ ଶୋଭାଯାତ୍ରାରେ ପ୍ରଭାବ ପଡିଥିଲା ସତ ମାତ୍ର ଭକ୍ତ ମାନେ ଏହାକୁ ଖାତିର କରିନଥିଲେ। ବର୍ଷାକୁ ଖାତିର ନକରି ମାଙ୍କୁ ମେଲଣି ଦେଇଥିଲେ ଭକ୍ତ। ବିଳମ୍ବିତ ରାତି ପର୍ଯ୍ୟନ୍ତ ଭସାଣ ଶୋଭାଯାତ୍ରା ଜାରି ରହିଥିଲା। ରାତି ୧୨ ଟାରେ ମ୍ୟୁଜିକ ବନ୍ଦ ହୋଇଥିଲା ମାତ୍ର ପାରମ୍ପରିକ ବାଦ୍ୟରେ ଶୋଭାଯାତ୍ରା ଚାଲିଥିଲା। ଆଦିବାସୀ ଓ ପାରମ୍ପରିକ ନୃତ୍ୟରେ ଦୁଲୁକିଥିଲା ସହର ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.