ଭସାଣିର ପରଦିନ ଫିରିଙ୍ଗି ବଜାର ପୂଜା ମଣ୍ଡପରୁ ମେଲାଣି ନିଅନ୍ତି ମାଆ, ଜାଣନ୍ତୁ କାରଣ

By

Published : Oct 7, 2022, 1:21 PM IST

thumbnail

କଟକ: ଦଶହରା କହିଲେ କଟକକୁ ବଝାଏ ଓ କଟକ କହିଲେ ଦଶହରା । ଭକ୍ତଙ୍କ ଗହଣରୁ ବିଦାୟ ନେଉଛନ୍ତି ମହାମାୟା । ସିଲଭର ସିଟିରେ ଗତକାଲିଠୁ (ଗୁରୁବାର) ଭସାଣ ଶୋଭାଯାତ୍ରା ହୋଇଥିଲା ବେଳେ ଏହାର ଦିନକ ପରେ ଫିରିଙ୍ଗି ବଜାର ପୂଜା ମଣ୍ଡପରେ ମାଆଙ୍କୁ ମେଲାଣି ଦେଇଥାନ୍ତି । ମାଙ୍କ ପାଖରେ ସିନ୍ଦୁର ଖେଳ ହୋଇଥାଏ । ମହିଳାମାନେ ମାଆଙ୍କ ଗାଲରେ ଗୋଟା ପାନରେ ଶୀତଳାଇ ଥାଆନ୍ତି । ପରେ ମାଙ୍କୁ ଶଙ୍ଖା ପିନ୍ଧାଇ ସିନ୍ଦୁର ଲଗାଇ ବନ୍ଦାପନା କରିଥାନ୍ତି । ଆଉ ନିଜ ନିଜ ଭିତରେ ସିନ୍ଦୁର ଖେଳିବାର ନିଆରା ପରମ୍ପରା ରହିଛି । କେବଳ ସେତିକି ନୁହେଁ ମାଙ୍କ ପାଖରେ ରସଗୋଲା ଭୋଗ ମଧ୍ୟ କରାଯାଇଥାଏ । ତେବେ କାହିଁକି ଏହି ପରମ୍ପରା ? କେବେ ଠାରୁ ଏହି ପରମ୍ପରା ? ଏନେଇ ଅଧିକ ସୂଚନା ଦେଇଛନ୍ତି ଆମ କଟକ ସମ୍ବାଦଦାତା ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.