ଲଘୁଚାପ ବର୍ଷାରେ ଭିଜିଲା ପୂଜା, ପାଣିଚିଆ କଲା ଖୁସି

By

Published : Oct 5, 2022, 11:19 AM IST

thumbnail

ନୟାଗଡ: ବର୍ଷାରେ ଫିକା ପଡ଼ିଲା ଦଶହରା l ନୟାଗଡ଼ ଜିଲ୍ଲାରେ ଶାରଦୀୟ ଦୁର୍ଗାପୂଜା ପାଇଁ ଲୋକଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖାଯାଉଥିବା ବେଳେ ଲଘୁଚାପ ବର୍ଷା ଖୁସିକୁ ଫିକା କରିଦେଇଛି l ପୂଜା ମଣ୍ଡପ ଗୁଡିକରେ କାଁଭାଁ ଶ୍ରଦ୍ଧାଳୁଙ୍କୁ ଦେଖିବାକୁ ମିଳିଛି l ଜିଲ୍ଲାର ସାର୍ବଜନୀନ ଦୁର୍ଗା ପୂଜା ସମିତି, ଆଦିଶକ୍ତି ଦୁର୍ଗାପୂଜା କମିଟି, ଜିଲ୍ଲା ପୋଲିସ ସଙ୍ଘ ସମେତ 25ଟି ମଣ୍ଡପରେ ଆଜି ମା' ଦୁର୍ଗାଙ୍କ ଦଶମୀ ପୂଜା ମହାଆଡମ୍ବରରେ ଅନୁଷ୍ଠିତ ହେଉଛି l ବ୍ରାହ୍ମଣଙ୍କ ମନ୍ତ୍ର ପାଠରେ କମ୍ପୁଛି ପରିବେଶ l ହେଲେ ବର୍ଷା ଲୋକଙ୍କ ଉତ୍ସାହ ଭାଙ୍ଗି ଦେଇଛି l କୋରୋନା କଟକଣା ପାଇଁ ଦୁଇ ବର୍ଷ ହେଲା ମଣ୍ଡପରେ ବିନା ଭକ୍ତରେ ମା' ଦୁର୍ଗାଙ୍କ ପୂଜା ହୋଇଥିଲା । କଟକଣା ହଟିବା ପରେ ଚଳିତ ବର୍ଷ ପୂଜା ମଣ୍ଡପ ଗୁଡିକରେ ଜଗତଜନନୀଙ୍କ ଉତ୍ସବ ପାଳନ ପାଇଁ କମିଟି ପକ୍ଷରୁ ସାଜସଜ୍ଜା ସାଙ୍ଗକୁ ସୁନ୍ଦର ତୋରଣ ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ବ୍ୟବସ୍ଥା କରାଯାଇଛି l ଜିଲ୍ଲା ପୋଲିସ ପକ୍ଷରୁ ନୟାଗଡ଼ରେ ଖୁବ ଆଡମ୍ବର ସହକାରେ ପୂଜା ପାଳିତ ହେଉଛି l ଇଟିଭି ଭାରତ, ନୟାଗଡ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.