ଜଳାର୍ଣ୍ଣବ ନୟାଗଡ଼ ଜିଲ୍ଲା, ବ୍ୟାପକ କ୍ଷତି ସହିବେ ଚାଷୀକୂଳ

By

Published : Jul 18, 2022, 8:54 PM IST

thumbnail

ନୟାଗଡ଼: ବର୍ଷାରେ ଜଳର୍ଣ୍ଣବ ନୟାଗଡ଼ ଜିଲ୍ଲା । ହଜାର ହଜାର ହେକ୍ଟର ଧାନ ଜମିରେ ପାଣି ଜମିବା ସହ ଚାରିଆଡେ ସମୁଦ୍ରର ଭ୍ରମ । ବ୍ୟାପକ ଧାନ ଫସଲ ସାଙ୍ଗକୁ ପନିପରିବା ଏକପ୍ରକାର ନଷ୍ଟ ହେବା ଉପରେ । 2 ଦିନ ହେବ ଲଗାଣ ବର୍ଷାରେ ନୟାଗଡ଼ର ସ୍ଥିତି ବେହାଲ ହୋଇପଡିଛି । ଜିଲ୍ଲାର ଅଧିକାଂଶ ସ୍ଥାନ ଜଳମଗ୍ନ ହୋଇଯାଇଛି । ଫଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ଲଗାଣ ବର୍ଷା ଯୋଗୁଁ କେଉଁଠି ଘରେ ପାଣି ପଶିଯାଇଛି ତ କେଉଁଠି ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ଫଳରେ ଜଳବନ୍ଦୀ ଭାବେ ଜୀବନ କାଟୁଛନ୍ତି ଲୋକେ । ଜିଲ୍ଲାର ବହୁ ସ୍ଥାନରେ ଏପରି ସମସ୍ୟା ସୃଷ୍ଟି ହୋଇଛି । ବିଶେଷ କରି ଚାଷୀଙ୍କୁ ବହୁ ଭାବେ କ୍ଷତି ସହିବାକୁ ପଡିପାରେ । କାରଣ ସବୁପ୍ରକାର ଚାଷ ଏବେ ନଷ୍ଟ ହେବା ଉପରେ ଆଉ ଅନେକ ରାସ୍ତା ଉପରେ ମଧ୍ୟ ପାଣି ଯାଆସ କରୁଛି । ଇଟିଭି ଭାରତ, ନୟାଗଡ଼

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.