ଜମୁଛି ନୂଆଁଖାଇ ଭେଟଘାଟ ଆସର, ଭବାନୀପାଟଣାରେ ସାଂସ୍କୃତିକ କାର୍ଯ୍ୟକ୍ରମ

By

Published : Sep 6, 2022, 7:00 AM IST

thumbnail

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲାରେ ଜମୁଛି ନୂଆଁଖାଇ ଭେଟଘାଟର ଆସର । ଆଜି ଜିଲ୍ଲାର ଗଡ଼ଜାତ ଅଞ୍ଚଳରେ ନୂଆଁଖାଇ ଅନୁଷ୍ଠିତ ହୋଇଥିବା ବେଳେ ଗାଁ ଗାଁରେ ଆୟୋଜିତ ହୋଇଛି ଜୁହାର ଭେଟର ପର୍ବ, ନାଚ ଗୀତରେ ମସଗୁଲ ପିଲାଠୁ ବୁଢା । ବିଭିନ୍ନ ସଙ୍ଗଠନ ପକ୍ଷରୁ ନୂଆଁଖାଇ ଭେଟଘାଟ ଉପଲକ୍ଷେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଥିବାବେଳେ, ବୀର ବାଦ୍ୟ ଘୁମୁରା ତାଳେ ତାଳେ ନାଚି ଉଠୁଛନ୍ତି ଗ୍ରାମବାସୀ । ତେବେ ଭବାନୀପାଟଣା ସହରର ଗାନ୍ଧୀ ଛକ ଠାରେ ଶୁଭମ ମ୍ୟୁଜିକ ପକ୍ଷରୁ ନୂଆଁଖାଇ ଭେଟଘାଟ ସହ ଗୀତିକାର ସ୍ବର୍ଗତ ଶ୍ରୀରାମ ଲୁହାଙ୍କ ସ୍ମୃତିରେ ଅନେକ କଳାକାରଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଛି । ଇଟିଭି ଭାରତ, କଳାହାଣ୍ଡି

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.