ପ୍ରସିଦ୍ଧ ବଡବାଗ ଲକ୍ଷ୍ମୀପୂଜା ଉଦଯାପିତ

By

Published : Dec 17, 2019, 11:56 PM IST

thumbnail

ଜଗତସିଂହପୁର: ପ୍ରାଚୀନ ବଡବାଗ ଓ କେନ୍ଦାଳ ଅଞ୍ଚଳର ପ୍ରସିଦ୍ଧ ଲକ୍ଷ୍ମୀପୂଜା ଉଦଯାପିତ ହୋଇଛି । ଏହି ଅବସରରେ ୨୦ରୁ ଅଧିକ ମେଢ ଏଥିରେ ସାମିଲ ହୋଇଥିଲ । ମାର୍ଗଶିର ମାସ ଶେଷ ଗୁରୁବାର ଦିନ ମା’ଙ୍କ ଚକ୍ଷୁଦାନ କରାଯାଇ ବୈଦିକ ରୀତିରେ ପୂଜା କରାଯାଇଥିଲା । ବିଶ୍ବାସ ରହିଛି ଯେ ଏହି ଦିନ ମା’ ଲକ୍ଷ୍ମୀଙ୍କ ନିକଟରେ ପଣାଭୋଗ କଲେ ଦାରିଦ୍ରତା ଦୂର ହୋଇଥାଏ । ତେଣୁ ସହରବାସୀ ମା’ଙ୍କ ନିକଟରେ ପଣାଭୋଗ ଲାଗି କରିଥିଲେ । ପାଞ୍ଚଦିନ ଧରି ଚାଲୁଥିବା ଏହି ପୂଜାରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ ଲାଗିରହିଥିଲା । ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର,ଇଟିଭି ଭାରତ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.