କିଏ ହାତେଇବ IPL 2021 ଟ୍ରଫି, ମାହି ନା ମୋର୍ଗାନ ?

By

Published : Oct 15, 2021, 3:50 PM IST

Updated : Oct 15, 2021, 5:39 PM IST

thumbnail

କଟକ: ଦୁବାଇ ଗ୍ରାଉଣ୍ଡରେ ଚଳିତ ବର୍ଷ ଆଇପିଏଲର ହେବ ଫାଇନାଲ୍ ବ୍ୟାଟେଲ । ୨୦୨୧ ଟାଇଟଲ ହାତେଇବା ପାଇଁ ମୁଁହାମୁହିଁ ହେବେ ଚେନ୍ନାଇ ସୁପର କିଙ୍ଗ୍‌ସ ଓ କୋଲକାତା ନାଇଟ ରାଇଡର୍ସ । କିଏ ହାତେଇବ ଚଳିତ ସିଜିନ ଆଇପିଏଲ ଟ୍ରଫି ? ତାହାକୁ ନେଇ କ୍ରିକେଟ ଫ୍ୟାନ୍ସ ଉତ୍ସାହିତ ହୋଇ ରହିଛନ୍ତି । ଗୋଟିଏ ପଟେ କ୍ୟାପଟେନ୍‌ କୁଲ୍‌ ମହେନ୍ଦ୍ର ସିଂହ ଧୋନୀଙ୍କ ଅନୁଭବ ସମ୍ପର୍ନ୍ନ ଦକ୍ଷ ଟିମ୍‌ ଅନ୍ୟପଟେ ଇଅନ ମୋର୍ଗନଙ୍କ ଯୁବ ସେନା । ଆଇପିଏଲ ୨୦୨୧ର ଫାଇନାଲ ମ୍ୟାଚ୍‌ ବେଶ ରୋମାଞ୍ଚକର ହେବା ନେଇ ଆଶା କରାଯାଉଛି । ଦୁଇଟି ଟିମ୍‌ରେ ଅନେକ ଦକ୍ଷ ଖେଳାଳି ରହିଛନ୍ତି । ତେବେ ଏହି ମ୍ୟାଚରେ ଟସ ନିର୍ଣ୍ଣାୟକ ହୋଇପାରେ ବୋଲି କ୍ରିକେଟ ସମୀକ୍ଷକ ମତ ଦେଇଛନ୍ତି । ଫାଇନାଲ ମୁକାବିଲା ସଂଘର୍ଷପୂର୍ଣ୍ଣ ହେବା ନେଇ କହିଛନ୍ତି କ୍ରିକେଟ ଏକ୍ସପର୍ଟ । କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ

Last Updated : Oct 15, 2021, 5:39 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.