ଘରେ ପଶିଲା ଚିତାବାଘ, ଉଦ୍ଧାର ସମୟରେ ବନ କର୍ମଚାରୀଙ୍କୁ କଲା ଆକ୍ରମଣ

By

Published : Apr 7, 2022, 10:43 PM IST

Updated : Feb 3, 2023, 8:22 PM IST

thumbnail

ଡେରାଡୁନ: ବନ ବିଭାଗ କର୍ମଚାରୀଙ୍କ ଉପରେ ଆକ୍ରମଣ କଲା ଚିତାବାଘ । କୌଣସି ଏକ ବ୍ୟକ୍ତିଙ୍କ ଘରେ ଚିତାବାଘ ପଶି ଯାଇଥିଲା । ଖବର ପାଇ ବନ କର୍ମଚାରୀ ଚିତାବାଘକୁ ଉଦ୍ଧାର କରିବା ପାଇଁ ଯାଇଥିବା ସମୟରେ ଆକ୍ରମଣର ଶିକାର ହୋଇଛନ୍ତି। ଏପରି ଘଟଣା ଦେଖିବାକୁ ମିଳିଛି ଉତ୍ତରାଖଣ୍ଡର ମୀରାପୁରରେ । ସୂଚନା ଅନୁଯାୟୀ, ସ୍ଥାନୀୟ ଅଞ୍ଚଳର ନନ୍ଦକିଶୋର ତ୍ୟାଗୀଙ୍କ ଘରେ ଆଜି(ଗୁରୁବାର) ଏକ ଚିତାବାଘ ପଶି ଯାଇଥିଲା । ଏନେଇ ଖବର ପାଇଁ ବନ ବିଭାଗ କର୍ମଚାରୀ ଉଦ୍ଧାର କରିବା ପାଇଁ ଆସିଥିବା ସମୟରେ ହଠାତ୍ ପାଲଟା ଆକ୍ରମଣ କରିଥିଲା ଚିତାବାଘ । ଏଥିରେ ବନ କର୍ମଚାରୀ ମଧ୍ୟ ଆହତ ହୋଇଛନ୍ତି । ତାଙ୍କୁ ଏମ୍ସରେ ଭର୍ତ୍ତି କାରଯାଇଛି । ଅନ୍ୟପଟେ ଚିତାବାଘ ଚକମା ଦେଇ ଚାଲିଯାଇଛି । ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Feb 3, 2023, 8:22 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.