Panchayat Vote Counting: ମାଓ ଅଧ୍ୟୁଷିତ ଅବିଭକ୍ତ କୋରାପୁଟରେ କେମିତି ଚାଲିଛି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ

By

Published : Feb 26, 2022, 11:11 AM IST

Updated : Feb 3, 2023, 8:17 PM IST

thumbnail

କୋରାପୁଟ/ନବରଙ୍ଗପୁର/ମାଲକାନଗିରି/ରାୟଗଡ଼ା: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଶେଷ ହୋଇଥିବା ବେଳେ ଆଜି(ଶନିବାର) ଠାରୁ ଫଳାଫଳ ଘୋଷାଣ ହେବ । ଏହି କ୍ରମରେ କୋରାପୁଟରେ ମଧ୍ୟ ଭୋଟ ଗଣତି ପ୍ରକ୍ରିୟା ଆରମ୍ଭ ହୋଇଛି । ଜିଲ୍ଲାର ୧୪ଟି ବ୍ଲକରେ ୨୪୦ଜଣ ସରପଞ୍ଚ ଓ ସମିତି ସଭ୍ୟଙ୍କ ସମେତ ୨୯୭୩ ଜଣ ୱାର୍ଡମେମ୍ବର ତଥା ୨୯ଜଣ ଜିଲ୍ଲା ପରିଷଦ ଆସନ ପାଇଁ ଭୋଟ ଗଣତି ହେଉଛି । ସମସ୍ତ ବ୍ଲକର ଜୋନ ୧ ପାଇଁ ଭୋଟଗଣତି ଆରମ୍ଭ କରାଯାଇଛି । ଚଳିତ ନିର୍ବାଚନରେ ପଟ୍ଟାଙ୍ଗୀ ଜୋନ ୧ ଜିଲ୍ଲା ପରିଷଦରେ କୋଟିଆ ଅନ୍ତର୍ଭୁକ୍ତ ଥିବା ଯୋଗୁଁ ଆଜି ପଟ୍ଟାଙ୍ଗୀର ଗଣନା ଉପରେ ସମସ୍ତଙ୍କ ନଜର ରହିଛି । ଏହା ସହ ନବରଙ୍ଗପୁର ଜିଲ୍ଲାର ୨୬ଟି ଜିଲ୍ଲା ପରିଷଦ ଆସନ ପାଇଁ ମଧ୍ୟ ଭୋଟ ଗଣତି ପ୍ରକ୍ରିୟା ଆରମ୍ଭ ହୋଇଛି । ନକ୍ସଲ ଆଧୁସିତ ମାଲକାନଗିରି ଜିଲ୍ଲାରେ ଆରମ୍ଭ ହୋଇଛି ତ୍ରିସ୍ତରିୟ ନିର୍ବାଚନର ଜୋନ୍ ୧ରେ ଗଣତି । ପ୍ରଥମ ରାଉଣ୍ଡରେ ବର୍ତ୍ତମାନ ସୁଧା ବିଜେଡି ଆଗୁଆ ଥିବା ସୂଚନା । ରାୟଗଡା ଜିଲ୍ଲାରେ ତ୍ରିସ୍ତରୀୟ ପଂଚାୟତ ନିର୍ବାଚନର ଭୋଟ ଗ୍ରହଣ ଆରମ୍ଭ ହୋଇଛି । ଆଜି ଜିଲ୍ଲାରେ ଜିଲ୍ଲା ପରିଷଦ ଜୋନ ୱାରି ଭୋଟ ଗଣନା ହେଉଛି । ଆଇନଶୃଙ୍ଖଳା ପରିସ୍ଥିତି ପାଇଁ ଭୋଟ ଗଣତି କେନ୍ଦ୍ରରେ ବ୍ୟାପକ ପୋଲିସ ମୁତୟନ ହୋଇଥିବା ଦେଖିବାକୁ ମିଳିଛି । କୋରାପୁଟରୁ ସିଏଚ୍‌ ଶାନ୍ତାକାର, ନବରଙ୍ଗପୁରରୁ ତପନ କୁମାର ବିଷୋୟୀ,ମାଲକାନଗିରିରୁ ପଞ୍ଚାନନ ଦାସ ଓ ରାୟଗଡ଼ାରୁ ରଞ୍ଜନ କୁମାର ରଥ ଇଟିଭି ଭାରତ

Last Updated : Feb 3, 2023, 8:17 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.