Watch: ତାମ୍ପରା ହ୍ରଦରେ ବୁଡିଲା ଡଙ୍ଗା, ଜଣେ ମହିଳା ମୃତ ଜଣେ ଆହତ

By ETV Bharat Odisha Team

Published : Nov 4, 2023, 1:23 PM IST

thumbnail

ବ୍ରହ୍ମପୁର: ଡଙ୍ଗାରେ ହ୍ରଦ ପାର ହେଉଥିବା ବେଳେ ଅଘଟଣ । ଜଙ୍ଗଲକୁ କାଠ ଧରି ଡଙ୍ଗାରେ ହ୍ରଦ ପାର ହେଉଥିବା ବେଳେ ଓଲଟି ପଡିଲା ଡଙ୍ଗା । ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ଥିବା ସୂଚନା ମିଳିଛି । ଏଭଳି ଘଟଣା ଘଟିଛି ଗଞ୍ଜାମ ଜିଲ୍ଲାର ଛତ୍ରପୁର ସ୍ଥିତ ତାମ୍ପରା ହ୍ରଦରେ । ମୃତ ମହିଳା ହେଉଛନ୍ତି ପୁଷ୍ପା ବେହେରା ଓ ଆହତ ହେଉଛନ୍ତି ବନିତା ବେହେରା । ଉଭୟ ଜଙ୍ଗଲରୁ ଜାଳେଣୀ କାଠ ସଂଗ୍ରହ କରି କାଠ ଡଙ୍ଗାରେ ବୋଝେଇ କରି ତାମ୍ପରା ହ୍ରଦ ପାର ହେଉଥିଲେ । ହଠାତ୍‌ ଡଙ୍ଗାଟି ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା । ଏହା ଦେଖି ଘଟଣାସ୍ଥଳରେ ପହଞ୍ଚିଥିଲେ ପର୍ଯ୍ୟଟନ ବିଭାଗର ଡଙ୍ଗା ଚାଳକ । ଛୋଟ କାଠ ଡଙ୍ଗାଟି ଓଲଟି ଯାଇଥିବା ଦେଖି ସ୍ଥାନୀୟ ମତ୍ସଜୀବୀଙ୍କୁ ସୂଚନା ଦେଇଥିଲେ । ବନିତା ବେହେରାଙ୍କୁ ଉଦ୍ଧାର କରାଯାଇଥିବା ବେଳେ ପୁଷ୍ପା ବେହେରା ନିଖୋଜ ରହିଥିଲେ। । ପ୍ରାୟ ଦୁଇ ଘଣ୍ଟା ପରେ ତାଙ୍କୁ ଉଦ୍ଧାର କରାଯାଇ ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ମୃତକଙ୍କ ପରିବାରକୁ ଜିଲ୍ଲା ରେଡକ୍ରସ ପାଣ୍ଠିରୁ 30 ହଜାର ଟଙ୍କାର ସହାୟତା ପ୍ରଦାନ କରାଯାଇଛି ।  

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.