ସପ୍ତାହେ ମଧ୍ୟରେ ବୈତରଣୀ ନଦୀରେ ଦୁଇ ଦୁଇ ଥର ବନ୍ୟା

By

Published : Aug 21, 2022, 6:45 PM IST

Updated : Feb 3, 2023, 8:27 PM IST

thumbnail

ଭଦ୍ରକ ଜିଲ୍ଲା ଦେଇ ପ୍ରବାହିତ ବୈତରଣୀ ନଦୀ ବନ୍ୟା ଏବେ ସ୍ଥିତି ସଙ୍ଗୀନ କରିଛି । ଜିଲ୍ଲାରେ ଗୋଟିଏ ସପ୍ତାହରେ ଦୁଇ ଦୁଇ ଥର ବନ୍ୟା ସ୍ଥିତି ଉପୁଜିଛି । ବର୍ଷା ନଥାଇ ଆସିଛି ବନ୍ୟା । କେନ୍ଦୁଝର, ଆନନ୍ଦପୁର ଏବଂ ଦେଓ ପ୍ରକଳ୍ପ ପାଇଁ ଏଥର ଫୁଲୁଛି ବୈତରଣୀ ଓ ବନ୍ୟାରେ ଡୁବିଛି ଭଦ୍ରକ । ଜିଲ୍ଲାର ଭଣ୍ଡାରିପୋଖରୀ, ଧାମନଗର, ତିହିଡି ଓ ଚାନ୍ଦବାଲି ବ୍ଲକ ପ୍ରଭାବିତ ହୋଇଛି । ଖପୁରିଆପଦା ଠାରେ ବନ୍ୟା ଜଳ ରାସ୍ତାରେ ପ୍ରବାହିତ ହେଉଥିବାରୁ ଭଣ୍ଡାରିପୋଖରୀରୁ ଯାଜପୁର ଯୋଗାଯୋଗ ବିଚ୍ଛିନ ହୋଇଛି । ଭଣ୍ଡାରିପୋଖରୀ ବ୍ଲକର ପ୍ରାୟ ୬ ପଞ୍ଚାୟତ ବର୍ତ୍ତମାନ ସୁଦ୍ଧା ପ୍ରଭାବିତ ହୋଇଥିବା ବେଳେ ଧାମନଗର ବ୍ଲକର ଅନେକ ଗାଁକୁ ବନ୍ୟା ଜଳ ପ୍ରବେଶ କରିଛି । ଧାମନଗର ବ୍ଲକର ୨୧ ଗ୍ରାମପଞ୍ଚାୟତର ୧୨୧ ଗାଁ ପ୍ରଭାବିତ ହେବା ଆଶଙ୍କା କରାଯାଉଥିବାବେଳେ ବୈତରଣୀ ନଦୀର ବନ୍ୟା ଜଳ ବଢ଼ୁଥିବାରୁ ଜଳବନ୍ଦୀ ଗ୍ରାମର ସଂଖ୍ୟା ବଢ଼ିପାରେ ବୋଲି ଅନୁମାନ କରାଯାଉଛି । ତଳିଆ ଅଞ୍ଚଳରେ ବନ୍ୟା ପାଣି ପାଇଁ ଲୋକେ ହନ୍ତସନ୍ତ ହେଉଛନ୍ତି । ଇଟିଭି ଭାରତ, ଭଦ୍ରକ

Last Updated : Feb 3, 2023, 8:27 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.