ଦଶମୀରେ କାହିଁକି ସିନ୍ଦୂର ଖେଳି ମା'ଙ୍କୁ ବିଦାୟ ଦିଆଯାଏ ?

By ETV Bharat Odisha Team

Published : Oct 24, 2023, 4:04 PM IST

thumbnail

କଟକ: ଦୁର୍ଗତି ନାଶିନୀ, ସଙ୍କଟ ହାରିଣୀ, ଜଗତଜନନୀ, ମହମାୟାଙ୍କ ଆଜି ବିଜୟାଦଶମୀ । ଏହି ଅବସରରେ ସମସ୍ତ ପୂଜା ମଣ୍ଡପରେ ଦଶମୀ ବିହିତ ପୂଜା କରାଯାଉଛି । ସହରର ଅନେକ ମଣ୍ଡପରେ ବଙ୍ଗୀୟ ନୀତି ଅନୁଯାୟୀ ପୂଜା କରାଯାଉଛି । ତେବେ ଆଜି ବିଜୟା ଦଶମୀରେ ମା'ଙ୍କ ପାଖରେ ସିନ୍ଦୂର ଖେଳର ପରମ୍ପରା ରହିଛି । ମା'ଙ୍କ ପାଦରେ ପ୍ରଥମେ ସିନ୍ଦୂର ଲଗାଇଥାଆନ୍ତି, ପରେ ମହିଳାମାନେ ପରସ୍ପରକୁ ସିନ୍ଦୂର ଲଗାଇ ମା'ଙ୍କୁ ବିଦାୟ ଦେବାର ପରମ୍ପରା ରହିଛି । ବିଶ୍ୱାସ ରହିଛି ବାପ ଘରୁ ଝିଅଟିଏ ବିଦାୟ ହୋଇ ଶାଶୂଘର ଯିବା ସମୟରେ ଯେଉଁ ରୀତିନୀତି ପାଳନ ହୁଏ, ଠିକ ସେହିପରି ମା' ଦଶଭୂଜାଙ୍କୁ ବିଦାୟ ଦେବା ସମୟରେ ସେହି ନୀତି ପାଳନ କରାଯାଇଥାଏ । ତେବେ କାହିଁକି ହୁଏ ଏହି ପରମ୍ପରା ? ଏ ନେଇ କାଜି ବଜାର ପୂଜା ମଣ୍ଡପରୁ ଅଧିକ ସୂଚନା ଦେଇଛନ୍ତି ଆମ କଟକ ପ୍ରତିନିଧି ନାରାୟଣ ସାହୁ...

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.