Hockey World Cup 2023: ମ୍ୟାଚ ଦେଖିବେ ଟେକନିକ୍ ଶିଖିବେ, କଳିଙ୍ଗରେ ପଶ୍ଚିମବଙ୍ଗ ଜୁନିୟର ହକି ଟିମ୍

By

Published : Jan 25, 2023, 4:31 PM IST

Updated : Feb 3, 2023, 8:39 PM IST

thumbnail

ଭୁବନେଶ୍ବର: ରାଜ୍ୟରେ ଚାଲିଛି ହକି ବିଶ୍ବକପ ୨୦୨୩ର କ୍ବାର୍ଟର ଫାଇନାଲ । କ୍ରମାଗତ ଭାବେ ଦ୍ବିତୀୟ ଥର ପାଇଁ ଓଡ଼ିଶାରେ ହକି ବିଶ୍ବକପ ଆୟୋଜନ କରୁଛନ୍ତି ରାଜ୍ୟ ସରକାର । ଏହି ବିଶ୍ବକପ ଖେଳ ଦେଖିବାପାଇଁ ବିଭିନ୍ନ ରାଜ୍ୟ ତଥା ବିଦେଶରୁ ପ୍ରଶଂସକଙ୍କ ସୁଅ ଛୁଟୁଛି ଓଡ଼ିଶାକୁ । ଏହି କ୍ରମରେ ପଶ୍ଚିମବଙ୍ଗ ଜୁନିଅର ମହିଳା ହକି ଟିମ୍ ବୁଧବାର ଭୁବନେଶ୍ବରରେ ପହଞ୍ଚିଥିଲେ । FIH ସହଯୋଗରେ ଆସି କଳିଙ୍ଗ ଷ୍ଟାଡିୟମରେ କ୍ବାର୍ଟର ଫାଇନାଲର ପ୍ରଥମ ମ୍ୟାଚ ଦେଖିଥିଲେ ପଶ୍ଚିମବଙ୍ଗ ଜୁନିୟର ମହିଳା ହକି ଟିମର ୧୮ ଜଣ ଖେଳାଳି ।

ଭୁବନେଶ୍ବର କଳିଙ୍ଗ ଷ୍ଟାଡିୟମରେ ପଶ୍ଚିମବଙ୍ଗ ଜୁନିୟର ମହିଳା ହକି ଟିମ । FIH ସହଯୋଗରେ ମ୍ୟାଚ ଦେଖିବାକୁ ଆସିଛନ୍ତି ପଶ୍ଚିମବଙ୍ଗ ହକି ଆସୋସିଏସନର ୧୮ ଜଣ ମହିଳା ଖେଳାଳି । ଭୁବନେଶ୍ବର କଳିଙ୍ଗ ଷ୍ଟାଡିୟମରେ ପହଞ୍ଚି ଅଷ୍ଟ୍ରେଲିଆ ଓ ସ୍ପେନ ମଧ୍ୟରେ ହୋଇଥିବା କ୍ବାର୍ଟର ଫାଇନାଲର ପ୍ରଥମ ମ୍ୟାଚ ଦେଖିଥିଲେ । ବିଶ୍ବକପ ମ୍ୟାଚ ଦେଖି ସିନିୟର ଖେଳାଳିଙ୍କଠାରୁ ଅଧିକ ଖେଳ ଟେକ୍‌ନିକ୍‌ ଶିଖିବା ପାଇଁ ଆଶା ରଖି ଆସିଥିଲେ ଏହି ମହିଳା ଦଳ । ପେନାଲ୍‌ଟି କିପରି କନଭର୍ଟ କରୁଛନ୍ତି, ସୁଟ ଆଉଟ, ପାସିଂ ଥ୍ରୁ, ଡ୍ରାଗ ଫ୍ଲିକ, କର୍ଣ୍ଣର କନଭର୍ଟ ଆଦି ଟେକ୍‌ନିକ୍‌ ସଟ ଶିଖିବାର ସୁଯୋଗ ପାଇଥିଲେ । ଅଭିଜ୍ଞ ଖେଳାଳିଙ୍କର ଷ୍ଟାଇଲ ଓ ଖେଳିବାର ଟେକ୍‌ନିକ୍‌ ଶିଖିଥିଲେ । ଏନେଇ ସେମାନଙ୍କୁ ଗାଇଡ କରିବା ପାଇଁ ୨ ଜଣ କୋଚ ମଧ୍ୟ ଆସିଥିଲେ । ତେବେ ହକିର ଆୟୋଜନ ନେଇ ସେମାନେ ଖୁସି ବ୍ୟକ୍ତ କରିଛନ୍ତି । କଳିଙ୍ଗ ଷ୍ଟାଡିୟମରେ ହକି ବିଶ୍ବକପ ଲାଇଭ ମ୍ୟାଚ ଦେଖି ସେମାନେ ନିଜକୁ ଗର୍ବିତ ଅନୁଭବ କରିଥିବା କହିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Feb 3, 2023, 8:39 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.