ଖରା ଆରମ୍ଭରୁ ଜଳ ସଙ୍କଟ, ବୁନ୍ଦାଏ ପାଣି ପାଇଁ ଯିବାକୁ ପଡୁଛି 3KM

By

Published : Mar 16, 2023, 8:47 PM IST

thumbnail

ନୂଆପଡା: ଗ୍ରୀଷ୍ମ ପ୍ରଭାବ ଆରମ୍ଭରୁ ପାନୀୟଜଳର ସଙ୍କଟ । ଦୁଇ ବୁନ୍ଦା ପାନୀୟ ଜଳ ପାଇଁ ଡହଳ ବିକଳ ଗ୍ରାମବାସୀ । ପାନୀୟଜଳର ସଙ୍କଟ ଦେଖିବାକୁ ମିଳିଛି ନୂଆପଡା ଜିଲ୍ଲା ଖଡ଼ିଆଳ ବ୍ଲକ ବାଦୀ ଗ୍ରାମରେ । ବିଶୁଦ୍ଧ ପାଣି ବୁନ୍ଦାଏ ପାଇଁ 3କିଲୋମିଟର ଦୂର ଯାଉଛନ୍ତି ଗ୍ରାମବାସୀ । ବାଦୀ ଆମ୍ବଗଛ ସତନାମୀ ପଡାରେ ଜିଲ୍ଲା ଜନସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଲକ୍ଷାଧିକ ଟଙ୍କା ବ୍ୟୟରେ ବସୁଧା ଯୋଜନାରେ ଓଭରହେଡ ପାଣି ଟାଙ୍କି ନିର୍ମାଣ ହୋଇଛି । ହେଲେ ଦୀପ ତଳ ଅନ୍ଧାର ସଦୃଶ୍ୟ ଓଭରହେଡ ଟାଙ୍କି ତଳେ ଥିବା ପଡ଼ାବାସୀଙ୍କୁ ବୁନ୍ଦାଏ ପାଣି ମିଳୁନାହିଁ । ପଡ଼ାରେ ବାସ କରୁଥିବା ପ୍ରତ୍ୟେକ ଘରକୁ ପାଇପ ଲାଇନ ବିଛା ହୋଇ ଘର ସମ୍ମୁଖରେ ଷ୍ଟାଣ୍ଡ ପୋଷ୍ଟ ନିର୍ମାଣ ହୋଇଛି । ହେଲେ ଷ୍ଟାଣ୍ଡପୋଷ୍ଟ ଭଙ୍ଗା ଦଦରା ସୁଖିଲା ହୋଇପଡିଛି । ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁସାରେ ଉକ୍ତ ପଡ଼ାରେ ନଳକୂପ ମଧ୍ୟ ନାହିଁ । ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ପାଇପ ଲାଇନ ସାହାଯ୍ୟରେ ପ୍ରତ୍ୟେକ ଘର କୁ ଜଳ ଯୋଗାଣ ସଂକଳ୍ପ ନେଇଥିବା ଡିଣ୍ଡିମ ପିଟୁଥିବା ବେଳେ ବୁନ୍ଦା ପାନୀୟ ଜଳ ପାଇଁ ଡହଳ ବିକଳ ଗ୍ରାମବାସୀ । ଇଟିଭି ଭାରତ, ନୂଆପଡା 

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.