Digital Dialogue: 'କଂଗ୍ରେସ ଡୁବୁଥିବା ନୌକା ନୁହେଁ ଏହା ସମୁଦ୍ର, ଖୁବଶୀଘ୍ର ଦଳ ଉଠିବ'

By

Published : Feb 18, 2023, 5:08 PM IST

thumbnail

ଭୁବନେଶ୍ବର: ନବୀନ ସରକାରଙ୍କ ସହିତ ଦୀର୍ଘ ବର୍ଷ ଧରି କାମ କରିଥିବା ପୂର୍ବତନ ମୁଖ୍ୟ ଶାସନ ସଚିବ ବିଜୟ ପଟ୍ଟନାୟକ ନିକଟରେ କଂଗ୍ରେସରେ ଯୋଗଦେଇଛନ୍ତି । ଦିଲ୍ଲୀ AICC କାର୍ଯ୍ୟାଳୟରେ ସେ କଂଗ୍ରେସରେ ମିଶିଥିବା ବେଳେ ଓଡ଼ିଶା ଫେରି ସିଧାସଳଖ ଶାସକ ଦଳକୁ ଟାର୍ଗେଟ କରିଥିଲେ । ତେବେ ଇଟିଭି ଭାରତର ସ୍ବତନ୍ତ୍ର କାର୍ଯ୍ୟକ୍ରମ ଡିଜିଟାଲ ଡାଏଲଗରେ ଆଜି ଆମର ଅତିଥି ଅଛନ୍ତି ନୂଆ କରି କଂଗ୍ରେସରେ ଯୋଗ ଦେଇଥିବା ପୂର୍ବତନ ମୁଖ୍ୟ ଶାସନ ସଚିବ ବିଜୟ ପଟ୍ଟନାୟକ । ସେ କଂଗ୍ରେସରେ ଆଦର୍ଶ ନୀତି ସମ୍ପର୍କରେ ଆଲୋଚନା କରିବା ସହିତ ଶାସକ ଦଳ ଦୁର୍ନୀତିଗ୍ରସ୍ତ ହୋଇପଡ଼ିଥିବା କହିଛନ୍ତି ।

"କଂଗ୍ରେସ ଦଳ ଏକ ପୁରୁଣା ଦଳ ଏବଂ ଆଦର୍ଶ ଓ ନୀତି ରହିଥିବା ଦଳ । ଦଳର ଉଦାର ମନୋଭାବ ରହିଛି ଏବଂ ଏହି ଦଳ ଧର୍ମ ନିରପେକ୍ଷ ଦଳ। ରାହୁଲ ଗାନ୍ଧୀଙ୍କ ଭାରତ ଯୋଡ଼ ଯାତ୍ରା ଶାନ୍ତି ଓ ମୈତ୍ରୀ ବାର୍ତ୍ତା ଦେଉଛି । ଯାହା ମୋର ଆଭିମୁଖ୍ୟ ସହ ସମ୍ମାନ । ତେଣୁ ମୁଁ କଂଗ୍ରେସରେ ଯୋଗ ଦେଇଛି । କଂଗ୍ରେସ ଦଳ ଏକ ସମୁଦ୍ର । ଆଗାମୀ ଦିନରେ ରାଜ୍ୟରେ କଂଗ୍ରେସ ଦଳର ଉତଥାନ ହେବ । ବିଚଳିତ ହେବାର କାରଣ କିଛି ନାହିଁ ।" ଏହା ସହ ସେ ଶାସକ ଦଳକୁ ଟାର୍ଗେଟ କରିଛନ୍ତି । ବିଜେଡି ଦଳ ଏବେ ଦୁର୍ନୀତିଗ୍ରସ୍ତ ବୋଲି ସେ କହିଛନ୍ତି । 

ଏହା ବି ପଢନ୍ତୁ-Digital Dialogue: 'ମାନସିକ ରୋଗୀ ଛାତିକୁ ଗୁଳି ମାରିବା ସମ୍ଭବ ନୁହେଁ, ପ୍ରମାଣ ଉପସ୍ଥାପନ କରିପାରିଲେ ଦଣ୍ଡିତ ହେବ ଗୋପାଳ’

ଏ ନେଇ ସେ କହିଛନ୍ତି, "ବଡ଼ କଥା ହେଲା ରାଜ୍ୟରେ ବିକଳ୍ପର ଆବଶ୍ୟକତା ରହିଛି । ଗଣତନ୍ତ୍ର ଶେଷ ହେବାକୁ ବସିଛି । ମନ୍ତ୍ରୀ ବିଧାୟକ କଥା କେହି ଶୁଣୁନାହାନ୍ତି । ଥାର୍ଡ ଫ୍ଲୋର ବହୁତ ବ୍ୟାପିଛି । ଅନ୍ୟମାନଙ୍କ ଭୂମିକ ନଗଣ୍ୟ । ଯଦି ବିଭାଗ ସକ୍ରୀୟ ହୁଅନ୍ତା, ତେବେ 5Tର ଆବଶ୍ୟକତା ପଡନ୍ତା ନାହିଁ । ବଡ଼ କଥା ହେଲା ସେବେର ମୁଖ୍ୟମନ୍ତ୍ରୀ ଏବେର ମୁଖ୍ୟମନ୍ତ୍ରୀ ଭିତରେ ପାର୍ଥକ୍ୟ ରହିଛି । ସେତେବେଳେ ଦୁର୍ନୀତିକୁ ପ୍ରଶୟ ଦେଉନଥିଲେ ନବୀନ। ଏବେ କିନ୍ତୁ ପୁରା ଦୁର୍ନୀତି ଚାଲିଛି । ଏଭଳି ସ୍ଥିତିରେ ଏକ ବିରୋଧୀ ଦଳ ଭୂମିକା ଗ୍ରହଣ କରିବ କଂଗ୍ରେସ ।"  

ମନ୍ତ୍ରୀ ନବ ଦାସଙ୍କ ହତ୍ୟାକାଣ୍ଡକୁ ନେଇ ମଧ୍ୟ ଇଟିଭି ଭାରତ ସହିତ ବିଜୟ ଆଲୋଚନା କରିଛନ୍ତି । ଏନେଇ ସେ କହିଛନ୍ତି, "ନବ ଦାସ ହତ୍ୟା ମାମଲାରେ କିଛି ଗୋଟେ ଗଭୀର ଷଡ଼ଯନ୍ତ୍ର ରହିଛି । ଜଣେ ପୋଲିସ ଏପରି ସାହାସ କରି ମାରିପାରିବେ ନାହିଁ । ଏହି ହତ୍ୟାକାଣ୍ଡ ଜଣେ ଲୋକର କାମ ନୁହେଁ । ଯଦି ସେ ମାନସିକ ଭାରସାମ୍ୟ ହରାଇଛନ୍ତି ତାଙ୍କୁ ରିଭଲବଲ କେମିତି ଦିଆଗଲା ? ସତ୍ୟ ସାମ୍ନାକୁ ଆସୁ । ଲୋକଙ୍କ ପାଖରେ ସତ ପହଞ୍ଚାଇବାକୁ ମୁଁ ଚାହୁଁଛି ।" ଏପରି ଅନେକ କିଛି ପ୍ରସଙ୍ଗ ଉପରେ ବିଜୟ ଡିଜିଟାଲ ଡାଏଲଗରେ ଆଲୋଚନା କରିଛନ୍ତି । ଦେଖନ୍ତୁ ସମ୍ପୂର୍ଣ୍ଣ ସାକ୍ଷାତକାର ।  

ସାକ୍ଷାତକାର- ଲାଲମୋହନ ପଣ୍ଡା, ବ୍ୟୁରୋ ଚିଫ୍‌, ଇଟିଭି ଭାରତ 

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.