Watch: ତହସିଲ ଅଫିସ ଚୌକିରେ ନୂଆ ବାବୁ, ଫାଇଲ ଖେଳାଇବାରେ ବ୍ୟସ୍ତ

By ETV Bharat Odisha Team

Published : Oct 15, 2023, 11:11 AM IST

thumbnail

ଲକ୍ଷ୍ନୌ:  ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ଅଜବ ଗଜବ ଭିଡିଓ ଭାଇରାଲ ହେଉଥିବା ଦେଖିବାକୁ ପାଆନ୍ତି । ସେ ଭିତରେ ଅଧିକାଂଶ ମଜାଳିଆ ଭିଡିଓ ଥାଏ, ଖାସ କରି କିଛି ପଶୁ-ପକ୍ଷୀଙ୍କର ଭିଡିଓ ବି ଥାଏ । କିଛି ପଶୁଙ୍କର ତ ଏପରି ଭିଡିଓ ହୋଇଥାଏ ଯାହାକୁ ବାରମ୍ବାର ଦେଖିବାକୁ ଇଚ୍ଛା ହୁଏ । ସେମିତି ଏକ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଭିଡିଓରେ ଏକ ମାଙ୍କଡଟି ତହସିଲ କାର୍ଯ୍ୟାଳୟରେ ଅଧିକାରୀଙ୍କ ଚେୟାରରେ ବସି ଟେବୁଲରେ ରଖାଯାଇଥିବା ଫାଇଲକୁ ଓଲଟାଉଥିବା ଦେଖିବାକୁ ମିଳିଛି । ଏହି ସମୟରେ ଅଫିସ କର୍ମଚାରୀମାନେ ମଧ୍ୟ ଉପସ୍ଥିତ ରହିଥିଲେ  । ଏହାରି ମଧ୍ୟରେ ଜଣେ କର୍ମଚାରୀ ମାଙ୍କଡକୁ କଦଳୀ ଦେବାକୁ ଚେଷ୍ଟା କରିଥିଲେ  । କିନ୍ତୁ ମାଙ୍କଡ଼ କଦଳୀକୁ ନନେଇ ଫାଇଲ୍ ଓଲଟାଇବାରେ ବ୍ୟସ୍ତ ଥିଲା ।  

ଏହା ମଧ୍ୟ ପଢନ୍ତୁ- ବିଲେଇ ଛୁଆର ମାଙ୍କଡ ମା': କୋଳରେ ଧରୁଛି, ଚାରିଆଡେ ବୁଲୁଛି

ତେବେ ଏହି ଭାଇରାଲ ଭିଡିଓ ତିନି ଦିନ ପୂର୍ବର ଅର୍ଥାତ  ଅକ୍ଟୋବର ୧୨ର ହୋଇଥିବା ବେଳେ ଏହା ଉତ୍ତର ପ୍ରଦେଶର ବେହେଟ ତହସିଲ ରେଜିଷ୍ଟ୍ରି ବିଭାଗର ବୋଲି କୁହାଯାଉଛି । ଏହି ପରିପ୍ରେକ୍ଷୀରେ ସବ-କଲେକ୍ଟର ଦୀପକ କୁମାର କହିଛନ୍ତି ଯେ ଭାଇରାଲ ଭିଡିଓ କେବଳ ତହସିଲ ପରିସରରୁ ଆସିଛି। ବହୁତ ସମୟ ପରେ ମାଙ୍କଡ଼ ନିଜେ ତହସିଲରୁ ବାହାରିଗଲା  । ସେ କୌଣସି କାଗଜ କିମ୍ବା ଫାଇଲର  କ୍ଷତି କରି ନ ଥିଲା । ମାଙ୍କଡ ବିଷୟରେ ସୂଚନା ଜଙ୍ଗଲ ବିଭାଗକୁ ଦିଆଯାଇଛି । ସେ ଆହୁରି ମଧ୍ୟ କହିଛନ୍ତି ଯେ ମାଙ୍କଡମାନେ ତହସିଲ ପରିସରକୁ ଆସୁଛନ୍ତି, କିନ୍ତୁ ଅଫିସ୍ ଭିତରେ ଏକ ଚେୟାରରେ ବସିବାର ଘଟଣା ଏହା ପ୍ରଥମ ଅଟେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.