ନୂତନ ମୌଜା କାର୍ଯ୍ୟକାରୀରେ ବିଳମ୍ୱ, RDCଙ୍କୁ ଭେଟିଲେ ଗ୍ରାମବାସୀ

By ETV Bharat Odisha Team

Published : Jan 17, 2024, 3:34 PM IST

thumbnail

Protest in front of RDC office: ବ୍ରହ୍ମପୁର: ସରକାରଙ୍କ ନୂତନ ମୌଜା କାର୍ଯ୍ୟକାରୀ କରାଯିବା ପାଇଁ ସମସ୍ତ ନୀତି ନିୟମ ପୂରଣ ହେଉଛି । ହେଲେ କେତେକ ଗୋଷ୍ଠୀଙ୍କ ପାଇଁ ତାହା କାର୍ଯ୍ୟକାରୀ ହୋଇପାରୁ ନାହିଁ । ଯାହାକୁ ନେଇ ଦକ୍ଷିଣାଞ୍ଚଳ ରାଜସ୍ୱ କମିଶନରଙ୍କୁ ସାକ୍ଷାତ କରି ନିଜର ଅଭିଯୋଗ କରିଛନ୍ତି ଗ୍ରାମବାସିନ୍ଦା । ତେବେ  ଗଞ୍ଜାମ ଜିଲ୍ଲାର ରଙ୍ଗେଇଲୁଣ୍ଡା ବ୍ଲକର ଶାସନପଦର ପଞ୍ଚାୟତର ଛେଳିଆ ଗ୍ରାମବାସୀ ବ୍ରହ୍ମପୁର ଆର୍.ଡି.ସି ଙ୍କ କାର୍ଯ୍ୟାଳୟରେ ବସି ରହି ନିଜର ଅଭିଯୋଗ ଜଣାଇଥିଲେ । ସୂଚନା ଅନୁଯାୟୀ, ୧୯୯୬ ଓ ୨୦୧୧ ମସିହାରେ ରାଜ୍ୟ ସରକାର ଏହି ବାବଦରେ ଏକ ପ୍ରସ୍ତାବ ଦେଇଥିଲେ । ହେଲେ ଏହାକୁ ନେଇ ତଥ୍ୟ ଅନୁସନ୍ଧାନ କରିବାକୁ ଆସିଥିବା ପ୍ରଶାସନର ଟିମ୍ କୁ ପଞ୍ଚାୟତର ସରପଞ୍ଚ ଏବଂ ଅନ୍ୟମାନେ ସହଯୋଗ କରି ନ ଥିଲେ।  ହେଲେ ବର୍ତ୍ତମାନ ସ୍ୱତନ୍ତ୍ର ଭାବରେ ସରକାରଙ୍କ ପକ୍ଷରୁ  ଛେଳିଆ ଗ୍ରାମକୁ ଏକ ନୂତନ ମୌଜା ରୂପେ ଘୋଷଣା କରାଯାଇଥିବା ପ୍ରସ୍ତାବକୁ ସମସ୍ତ ଗ୍ରାମବାସୀ ସ୍ୱାଗତ କରିଥିବା ବେଳେ ଏନେଇ ପଦକ୍ଷେପ ଗ୍ରହଣ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି ।  

ଏହା ମଧ୍ୟ ପଢନ୍ତୁ- ସହରତଳି ଅଞ୍ଚଳକୁ ବ୍ରହ୍ମପୁର ମହାନଗର ନିଗମରେ ସାମିଲ ଦାବିରେ ପ୍ରତିବାଦ

କନିଷି ତହସିଲ ଅନ୍ତର୍ଗତ ଶାସନପଦର , ବେଲକୁଦି ଏବଂ ଛେଳିଆ ଗ୍ରାମକୁ ମିଶାଇ ଶାସନପଦର ପଞ୍ଚାୟତ ।  ଛେଳିଆ ଗ୍ରାମରେ ଦୁଇ ହଜାର ଲୋକେ ରହୁଥିବା ବେଳେ 15 ଶହ ଭୋଟର ରହିଛନ୍ତି । ଏପରିକି ଗ୍ରାମରେ ମୌଜା ହେବା ପାଇଁ ଆବଶ୍ୟକ ରହିଥିବା ମନ୍ଦିର ,ପୋଖରୀ , ଶ୍ମଶାନ ରହିଥିବା ବେଳେ ସରକାର ଏହି ଗ୍ରାମକୁ ସ୍ୱତନ୍ତ୍ର ମୌଜା କରିବା ପାଇଁ ପ୍ରସ୍ତାବ ରହିଥିଲେ।  ହେଲେ ଏହାକୁ ନ କରିବା ପାଇଁ ହୀନ ଉଦ୍ୟମ କରାଯାଉଥିବା ନେଇ ଗ୍ରାମବାସୀ ଅଭିଯୋଗ କରିଛନ୍ତି ।  

ଇଟିଭି ଭାରତ, ବ୍ରହ୍ମପୁର 

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.