ଖୋର୍ଦ୍ଧାରେ ବେଆଇନ ଗୋରୁ ଚାଲାଣ, 2 ଜଣଙ୍କୁ ଗଛରେ ବାନ୍ଧିଲେ ଲୋକେ

By

Published : Mar 27, 2023, 1:50 PM IST

thumbnail

ଖୋର୍ଦ୍ଧା: ଗୋ ଚାଲାଣ ସମୟରେ ମଲ୍ଲୀପୁର ଗ୍ରାମରୁ ଏକ ଟାଟା ଏସି ଗାଡ଼ିକୁ ଜବତ କଲା ଆଦର୍ଶ ଥାନା ପୋଲିସ । ଦୁଇ ଗୋ ଚାଲାଣକାରୀଙ୍କୁ ଗଛରେ ବାନ୍ଧି ପୋଲିସର ଜିମା ଦେଲେ ସ୍ଥାନୀୟ ଲୋକେ । ଦୁଇ ଜଣ ହେଉଛନ୍ତି କେରଙ୍ଗ ଗ୍ରାମର ବଳିଆ ବେହେରା ଓ ଜାମିରୁଦ୍ଦିନ୍ ଖାଁ । ଖୋର୍ଦ୍ଧା ଉପଖଣ୍ଡ ଦଳେଇପୁଟ ଗ୍ରାମରେ ରାଧାମୋହନ ପ୍ରଧାନ ଏବଂ ତାଙ୍କର କେତକ ବନ୍ଧୁ ମୁକ୍ତାପୁର ଛକରେ ଠିଆ ହୋଇଥିବା ସମୟରକ ଏକ ଟାଟାଏସି ପିକଅପ୍ ଭ୍ୟାନ ତାଙ୍କ ଉପରକୁ ମାଡି ଆସି ଖସି ଯିବାକୁ ଚେଷ୍ଟା କରିଥିଲା । ଏହି ସମୟରେ ସେଠାରେ ଉପସ୍ଥିତ ଥିବା ଲୋକେ ଉକ୍ତ ଗାଡ଼ିଟିକୁ ଅଟକାଇଥିଲେ । ପରେ ଏହି ଗାଡିରେ ୩ ଗୋରୁ ଥିବା ଜଣାପଡ଼ିଥିଲା । 

ଫଳରେ ସ୍ଥାନୀୟ ଲୋକେ ଗାଡିରେ ଥିବା 2 ଜଣଙ୍କୁ ଗଛରେ ବାନ୍ଧି ଆଦର୍ଶ ଥାନାକୁ ଖବର ଦେଇଥିଲେ । ଏହାପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି 3ଟି ଗୋରୁ ଉଦ୍ଧାର କରିବା ସହ ଟାଟା ଏସି ଗାଡ଼ି ଜବତ କରିଛି । ପୋଲିସ ରାଧାମୋହନ ନାମକ ଜଣେ ବ୍ୟକ୍ତିଙ୍କ ଅଭିଯୋଗ କ୍ରମେ ମାମଲା ରୁଜୁ କରିଥିବା ଜଣାପଡିଛି । ଅଭିଯୁକ୍ତଙ୍କୁ ଅଟକ ରଖି ତଦନ୍ତ ଜାରି ରହିଥିବା ଆଦର୍ଶ ଥାନା ଅଧିକାରୀ ତାରିକ ଅହମ୍ମଦ ପ୍ରକାଶ କରିଛନ୍ତି । ତେବେ ଗାଡ଼ି ଜବତ ବେଳେ ସ୍ଥାନୀୟ ଅଞ୍ଚଳର ଜଣେ ଯୁବକ ଅନ୍ୟ ଜଣେ ବ୍ୟକ୍ତିଙ୍କ ସହ ବାର୍ତ୍ତାଳାପ ହେବାର ଭିଡ଼ିଓ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ସ୍ଥାନୀୟ ଜଣେ ଯୁବକ ସରପଞ୍ଚ ସହ କଥା ହେଉଥିବା ଶୁଣିବାକୁ ମିଳୁଛି। 

ଇଟିଭି ଭାରତ,ଖୋର୍ଦ୍ଧା 

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.