ETV Bharat / politics

ଆସିଲା ବାଲେଶ୍ବରର ଚୂଡାନ୍ତ ପ୍ରାର୍ଥୀ ତାଲିକା, ବସ୍ତାରେ ସର୍ବାଧିକ ପ୍ରାର୍ଥୀ - Balasore Candidate List

author img

By ETV Bharat Odisha Team

Published : May 17, 2024, 9:19 PM IST

Balasore Candidate List: ବାଲେଶ୍ବର ଜିଲ୍ଲାର ୮ଟି ନିର୍ବାଚନ ମଣ୍ଡଳୀର ଆଶାୟୀ ପ୍ରାର୍ଥୀମାନେ କେଉଁଠି ସ୍ୱାଧୀନ ଭାବେ ନାମାଙ୍କନ ଦାଖଲ କରିଥିଲେ ତ କେଉଁଠି ପୁଣି ନୂଆମୁହଁ ଦେଖିବାକୁ ମିଳିଛି । ଚଳିତ ନିର୍ବାଚନରେ କେଉଁ ପ୍ରାର୍ଥୀଙ୍କ ନାଁରେ ଚୂଡାନ୍ତ ମୋହର ବାଜିଛି ଜାଣନ୍ତୁ ।

Final List
Final List (ETV Bharat Odisha)

ବାଲେଶ୍ୱର: ୭ ତାରିଖରୁ ୧୪ ତାରିଖ ଯାଏ ଥିଲା ନାମାଙ୍କନ ଦାଖଲ ପ୍ରକ୍ରିୟା । ୧୭ ତାରିଖ ଯାଏଁ ପ୍ରାର୍ଥୀମାନେ ସେମାନଙ୍କ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିବା ବ୍ୟବସ୍ଥା ମଧ୍ୟ ରହିଥିଲା । ଏହାରି ଭିତରେ ଜିଲ୍ଲାର ୮ଟି ନିର୍ବାଚନ ମଣ୍ଡଳୀର ଆଶାୟୀ ପ୍ରାର୍ଥୀମାନେ କେଉଁଠି ସ୍ୱାଧୀନ ଭାବେ ନାମାଙ୍କନ ଦାଖଲ କରିଥିଲେ ତ କେଉଁଠି ପୁଣି ନୂଆମୁହଁ ଚଳିତ ନିର୍ବାଚନରେ ଦେଖିବାକୁ ମିଳିଛି । ଜିଲ୍ଲାର ୮ ନିର୍ବାଚନ ମଣ୍ଡଳୀ ମଧ୍ୟରୁ ବାଲେଶ୍ୱର ଲୋକସଭା କ୍ଷେତ୍ରରେ ୭ ଟି ନିର୍ବାଚନ ମଣ୍ଡଳୀ ରହିଛି । ବାଲେଶ୍ୱର ସଦର ସମେତ ନୀଳଗିରି, ବସ୍ତା, ଭୋଗରାଇ, ଜଳେଶ୍ବର, ସୋର ଏବଂ ବଡ଼ସାହି ନିର୍ବାଚନ ମଣ୍ଡଳୀ । ଜିଲ୍ଲା ସ୍ତରରେ ଦେଖିବାକୁ ଗଲେ ୮ଟି ରହିଛି, ଯେଉଁଥିରେ ସିମୁଳିଆ ସାମିଲ ରହିଛି, ଯାହା ଭଦ୍ରକ ଲୋକସଭା କ୍ଷେତ୍ରରେ ରହିଛି । ତେବେ ଚୂଡାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପରେ ବାଲେଶ୍ୱର ଜିଲ୍ଲାର ଲୋକସଭା ସାଂସଦ ପ୍ରାର୍ଥୀଙ୍କ ସମେତ ୮ଟି ନିର୍ବାଚନ ମଣ୍ଡଳୀର କିଏ କେଉଁ ଦଳରୁ ପ୍ରାର୍ଥୀ ହୋଇଛନ୍ତି ଏବଂ କିଏ କେଉଁଠି ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିଛନ୍ତି ଆସନ୍ତୁ ଜାଣିବା ।

ବାଲେଶ୍ୱର ଲୋକସଭା ପ୍ରାର୍ଥୀ:

ଲେଖାଶ୍ରୀ ସାମନ୍ତ ସିଂହାର(ବିଜେଡି)
ଶ୍ରୀକାନ୍ତ ଜେନା(କଂଗ୍ରେସ)
ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ (ବିଜେପି)
ଖାରବେଳ ସ୍ୱାଇଁ(ସ୍ୱାଧୀନ)

ବାଲେଶ୍ୱର ସଦର ବିଧାନସଭା ଆସନର ପ୍ରାର୍ଥୀ:

ସ୍ୱରୂପ କୁମାର ଦାସ(ବିଜେଡି)
ମୋନାଲିସା ସାମଲ(କଂଗ୍ରେସ)
ମାନସ ଦତ୍ତ(ବିଜେପି)
ବିକ୍ରମ ପଣ୍ଡା(ସ୍ୱାଧୀନ)
ସନ୍ତୋଷ କୁମାର ମହାପାତ୍ର(ବହୁଜନ ସମାଜ ପାର୍ଟି)
ପର୍ଶୁରାମ ଲେଙ୍କା(ନବ ଭାରତ ନିର୍ମାଣ ସେବା ପାର୍ଟି)
ଗୋପାଳ ଖଣ୍ଡେଲୱାଲ(ସ୍ୱାଧୀନ)

ବସ୍ତା ବିଧାନସଭା ଆସନର ପ୍ରାର୍ଥୀ:

ସୁବାସିନୀ ଜେନା(ବିଜେଡି)
ବିଜନ ନାୟକ(କଂଗ୍ରେସ)
ରବୀନ୍ଦ୍ର ନାଥ ଅଣ୍ଡିଆ(ବିଜେପି)
କାମିନିକାନ୍ତ ବେହେରା(ନ୍ୟାସନାଲ ଆପନି ପାର୍ଟି)
ନାରାୟଣ ମାଝୀ(ଭାରତୀୟ ନ୍ୟାୟ ଅଧିକାର ରକ୍ଷା ପାର୍ଟି)
ସ୍ୱାଧୀନ କୁମାର ଦାସ(ଭାରତୀୟ ବିକାଶ ପରିଷଦ)
ଜୟକୃଷ୍ଣ ରାଉତ(ସ୍ୱାଧୀନ)
ଜୟନ୍ତୀ ଦାସ(ସ୍ୱାଧୀନ)
ଜ୍ୟୋତ୍ସ୍ନା ମହାନ୍ତି(ସ୍ୱାଧୀନ)
ଝରନାରାଣୀ ଜେନା(ସ୍ୱାଧୀନ)

ଭୋଗରାଇ ବିଧାନସଭା ଆସନର ପ୍ରାର୍ଥୀ:

ଗୌତ୍ତମ ବୁଦ୍ଧ ଦାସ(ବିଜେଡି)
ସତ୍ୟଶିବ ଦାସ(କଂଗ୍ରେସ)
ଆଶିଷ ପାତ୍ର(ବିଜେପି)
ଭଗବାନ ବେହେରା(ଗଣ କିଷାନ)
ଅସିତ କୁମାର ଚାନ୍ଦ(ସ୍ୱାଧୀନ)

ଜଳେଶ୍ବର ବିଧାନସଭା ଆସନର ପ୍ରାର୍ଥୀ:

ଅଶ୍ୱିନୀ ପାତ୍ର(ବିଜେଡି)
ସୁଦର୍ଶନ ଦାସ(କଂଗ୍ରେସ)
ବ୍ରଜମୋହନ ପ୍ରଧାନ(ବିଜେପି)
ପ୍ରଦୀପ କୁମାର ସିଂ(ପ୍ରୋଟିସ୍ଟ ବ୍ଲକ)
ହେମନ୍ତ କୁମାର ସାହୁ(ନବଭାରତ ନିର୍ମାଣ ସେବା ପାର୍ଟି)
ଦିବ୍ୟକାମ ମହାନ୍ତି(ସ୍ୱାଧୀନ)
ପୂର୍ଣ୍ଣଚନ୍ଦ୍ର ସିଂ(ସ୍ୱାଧୀନ)
ରମାକାନ୍ତ ଜେନା(ସ୍ୱାଧୀନ)

ନୀଳଗିରି ବିଧାନସଭା ଆସନର ପ୍ରାର୍ଥୀ:

ସୁକାନ୍ତ କୁମାର ନାୟକ(ବିଜେଡି)
ଅକ୍ଷୟ କୁମାର ଆଚାର୍ଯ୍ୟ(କଂଗ୍ରେସ)
ସନ୍ତୋଷ ଖଟୁଆ(ବିଜେପି)
ଯୋଗାନନ୍ଦ ଦାଶ(କମ୍ୟୁନିଷ୍ଟ, ମାର୍କସ)
ଅଜୟ କୁମାର ପଟ୍ଟନାୟକ(କମ୍ୟୁନିଷ୍ଟ)
ଅରୁଣ କୁମାର ବାରିକ(ସମୃଦ୍ଧ ଓଡିଶା)
ଗଙ୍ଗାଧର ନାୟକ(ନ୍ୟାସନାଲ ଆପନି ପାର୍ଟି)

ରେମୁଣା ବିଧାନସଭା ଆସନର ପ୍ରାର୍ଥୀ:

ବିଦ୍ୟାସ୍ମିତା ମହାଳିକ(ବିଜେଡି)
ସୁଦର୍ଶନ ଜେନା(କଂଗ୍ରେସ)
ଗୋବିନ୍ଦ ଚନ୍ଦ୍ର ଦାସ(ବିଜେପି)
ଈଶ୍ୱର ମଳିକ(ନ୍ୟାସନାଲ ଆପନି ପାର୍ଟି)
ବିଜୟ କୁମାର ସେଠୀ(ସ୍ୱାଧୀନ)
ସୁଧାଂଶୁ ଶେଖର ପରିଡ଼ା(ସ୍ୱାଧୀନ)

ସୋର ବିଧାନସଭା ଆସନର ପ୍ରାର୍ଥୀ:

ମାଧବ ଧଡ଼ା(ବିଜେଡି)
ସୁବ୍ରତ ଧଡ଼ା(କଂଗ୍ରେସ)
ପର୍ଶୁରାମ ଧଡ଼ା (ବିଜେପି)
ଜିତେନ୍ଦ୍ର ସେଠୀ(ବହୁଜନ ସମାଜ ପାର୍ଟି)
ଅକ୍ଷୟ କୁମାର ଜେନା(ସ୍ୱାଧୀନ)
କାଶୀନାଥ ଦାସ(ସ୍ୱାଧୀନ)
ରାକେଶ କୁମାର ମଲ୍ଲିକ(ସ୍ୱାଧୀନ)
ଶିବାନି ଶଙ୍କର ରାୟ(ସ୍ୱାଧୀନ)

ସିମୁଳିଆ ବିଧାନସଭା ଆସନର ପ୍ରାର୍ଥୀ:

ସୁବାସିନୀ ସାହୁ(ବିଜେଡି)
ହିମାଂଶୁ ଶେଖର ବେହେରା(କଂଗ୍ରେସ)
ପଦ୍ମଲୋଚନ ପଣ୍ଡା(ବିଜେପି)
ପୃଥ୍ୱୀରାଜ ଦାସ(ବହୁଜନ ସମାଜ ପାର୍ଟି)
ରଞ୍ଜନ କୁମାର ସାମଲ(ନ୍ୟାସନାଲ ଆପନି ପାର୍ଟି)
ସବିତାରାଣୀ ପାକଳ(ସ୍ୱାଧୀନ)
ଏହା ବି ପଢନ୍ତୁ...ଓଡ଼ିଶା ଉପରେ 'ପଲିଟିକାଲ ଟୁରିଷ୍ଟ'ଙ୍କ କୌଣସି ପ୍ରଭାବ ପଡ଼ିବ ନାହିଁ: ମୁଖ୍ୟମନ୍ତ୍ରୀ ନବୀନ - CM Naveen Patnaik Targets BJP
ତେବେ ଚଳିତ ନିର୍ବାଚନରେ ଅନେକ ଆଶାୟୀ ସ୍ୱାଧୀନ ପ୍ରାର୍ଥୀ ହୋଇଥିବାବେଳେ ବସ୍ତାରେ ସର୍ବାଧିକ ପ୍ରାର୍ଥୀ ରହିଥିବା ଦେଖିବାକୁ ମିଳିଛି। ଅନ୍ୟପଟେ ରେମୁଣା ବିଜେଡିର ଆଶାୟୀ ପ୍ରାର୍ଥୀ ଚନ୍ଦନ ମଲ୍ଲିକଙ୍କୁ ଟିକଟ ନ ମିଳିବାରୁ ସେ ସ୍ୱାଧୀନ ଭାବେ ନାମାଙ୍କନ ଦାଖଲ କରିଥିଲେ। ମାତ୍ର ଆଜି ସେ ନିଜର ପ୍ରାର୍ଥୀପତ୍ର ପ୍ରତ୍ୟାହାର କରି ନେଇଛନ୍ତି।

ଇଟିଭି ଭାରତ, ବାଲେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.