ETV Bharat / state

ଓଡ଼ିଶା ଉପରେ 'ପଲିଟିକାଲ ଟୁରିଷ୍ଟ'ଙ୍କ କୌଣସି ପ୍ରଭାବ ପଡ଼ିବ ନାହିଁ: ମୁଖ୍ୟମନ୍ତ୍ରୀ ନବୀନ - CM Naveen Patnaik targets BJP

author img

By PTI

Published : May 17, 2024, 7:52 PM IST

CM Naveen Patnaik targets BJP: ଓଡ଼ିଶାରେ ବିଜେପି କେନ୍ଦ୍ରୀୟ ନେତାଙ୍କ ଘନ ଘନ ପ୍ରଚାରକୁ ଟାର୍ଗେଟ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଲେ ଓଡ଼ିଶା ଉପରେ 'ପଲିଟିକାଲ ଟୁରିଷ୍ଟ'ଙ୍କ କୌଣସି ପ୍ରଭାବ ପଡ଼ିବ ନାହିଁ । ଅଧିକ ପଢନ୍ତୁ

CM Naveen Patnaik
CM Naveen Patnaik (ETV Bharat Odisha)

ଭୁବନେଶ୍ବର: 2024 ନିର୍ବାଚନରେ ଓଡ଼ିଶାରେ ଉଭୟ ଲୋକସଭା ଓ ବିଧାନସଭା ଆସନ ପାଇଁ ପଡୁଛି ଭୋଟ । ଏଥିଲାଗି ରାଜ୍ୟକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କଠୁ ଆରମ୍ଭ କରି ଅନେକ ବିଜେପି କେନ୍ଦ୍ରୀୟ ମନ୍ତ୍ରୀଙ୍କ ଘନ ଘନ ଗସ୍ତ ଦେଖିବାକୁ ମିଳୁଛି । ତେବେ ବିରୋଧୀ ଦଳର କେନ୍ଦ୍ରୀୟ ମନ୍ତ୍ରୀଙ୍କ ଗସ୍ତକୁ ଟାର୍ଗେଟ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଓଡ଼ିଶା ଉପରେ ଏଭଳି 'ପଲିଟିକାଲ ଟୁରିଷ୍ଟ' ବା ରାଜନୈତିକ ପର୍ଯ୍ୟଟକଙ୍କ କୌଣସି ପ୍ରଭାବ ପଡ଼ିବ ନାହିଁ । ଗତ କିଛି ଦିନର ତଥ୍ୟ ଦେଖିଲେ ବିଜେପି ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ରୀୟ ମନ୍ତ୍ରୀମାନେ ରାଜ୍ୟର ବିଭିନ୍ନ ସ୍ଥାନରେ 14ଟି ଜନସଭାକୁ ସମ୍ବୋଧିତ କରିସାରିଲେଣି ।

ଜାତୀୟ ଗଣମାଧ୍ୟମ ସଂସ୍ଥା ପିଟିଆଇକୁ ଦେଇଥିବା ଏକ ସାକ୍ଷାତକାରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି, "କିଛି ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ରୀୟ ମନ୍ତ୍ରୀ ନିର୍ବାଚନକୁ ଆଖି ଆଗରେ ରଖି ବାରମ୍ବାର ଓଡ଼ିଶା ଗସ୍ତ କରୁଛନ୍ତି । ଆଉ ନିର୍ବାଚନ ସରିଲେ ସେମାନଙ୍କ ଦେଖା ମିଳେ ନାହିଁ । ଏହି ରାଜନେତାଙ୍କ ଭାଷଣ ଓ ବୟାନବାଜି ଓଡ଼ିଶା ଲୋକଙ୍କ ଉପରେ କୌଣସି ପ୍ରଭାବ ପଡ଼ିବ ନାହିଁ । କିନ୍ତୁ ସବୁଠୁ ଦୁଃଖର ବିଷୟ ହେଉଛି ଯେ ଏମାନଙ୍କ ମଧ୍ୟରେ ଅନେକ ନେତା ଆପତ୍ତିଜନକ ଓ ଅଶ୍ଳୀଳ ଭାଷାର ଉପଯୋଗ କରୁଛନ୍ତି । ଏଭଳି ଭାଷାକୁ ଆମ ରାଜ୍ୟବାସୀ ଗ୍ରହଣ କରିବେ ନାହିଁ ।"

ଏହା ବି ପଢନ୍ତୁ-ପାଣ୍ଡିଆନ ରତ୍ନ ଭଣ୍ଡାର ଚାବି ଲୁଚାଇ ରଖିଛନ୍ତି: ଆସାମ ମୁଖ୍ୟମନ୍ତ୍ରୀ

ରାଜ୍ୟରେ ଗୋଟିଏ ପର୍ଯ୍ୟାୟ ମତଦାନ ସରିଥିବା ବେଳେ ମେ 20 ତାରିଖରେ ଦ୍ବିତୀୟ ପର୍ଯ୍ୟାୟ ମତଦାନ ହେବାକୁ ଯାଉଛି । ରାଜ୍ୟରେ ଉଭୟ ଲୋକସଭା ଓ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେଉଥିବା ବେଳେ ଓଡ଼ିଶାକୁ ଅକ୍ତିଆର କରିବା ପାଇଁ ବିଜେପି ଭୋଟରଙ୍କୁ ଆକୃଷ୍ଟ କରିବା ଦେଖିବାକୁ ମିଳୁଛି । ଏଥିଲାଗି ଗତ କିଛି ଦିନ ମଧ୍ୟରେ ବିଜେପି ନେତୃତ୍ବାଧୀନ ଥିବା ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ ଘନ ଘନ ଓଡ଼ିଶା ଗସ୍ତ କରୁଛନ୍ତି । ସେମାନଙ୍କ ମଧ୍ୟରେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା, ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁ ଦେଓ ସାଏ, ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଭଜନ ଲାଲ ଶର୍ମା, ପୂର୍ବତନ ତ୍ରିପୁରା ମୁଖ୍ୟମନ୍ତ୍ରୀ ବିପ୍ଳବ କୁମାର ଦେବ ଏବଂ 8ଜଣ କେନ୍ଦ୍ରମନ୍ତ୍ରୀ ଓ ବିଜେପିର ଅନେକ ଶୀର୍ଷ ନେତୃତ୍ବ ଓଡ଼ିଶାର ବିଭିନ୍ନ ସ୍ଥାନରେ ପ୍ରଚାର କରିଛନ୍ତି ।

ଏହା ବି ପଢନ୍ତୁ-ତଳସରା ନିର୍ବାଚନ ମଣ୍ଡଳୀରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କ ପ୍ରଚାର, ନିଜ ରାଜ୍ୟର ବିକାଶର ଉଦାହରଣ ଦେଇ ବିଜେଡିକୁ କଲେ ଟାର୍ଗେଟ୍

ଆଜି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବସର୍ମା 4ଟି ଜନସଭାକୁ ସମ୍ବୋଧିତ କରିଥିବା ବେଳେ ଛତିଶଗଡ ମୁଖ୍ୟମନ୍ତ୍ରୀ ଓ ରାଜସ୍ଥାନ ମୁଖ୍ୟମନ୍ତ୍ରୀ 3ଟି ଲେଖାଏଁ ରାଲି, କେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ 2ଟି, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଗୋଟିଏ ଓ ଭୂପେନ୍ଦ୍ର ଯାଦବ ଗୋଟିଏ ଜନସଭା କରିଛନ୍ତି । ସେହିପରି ବିଜେପି ସାଂସଦ ତଥା ଲୋକପ୍ରିୟ ବଲିଉଡ଼ ଅଭିନେତ୍ରୀ ହେମା ମାଳିନୀ ମଧ୍ୟ ଆଜି 3ଟି ସ୍ଥାନରେ ରାଲି କରି ନିଜ ଦଳ ପାଇଁ ଭୋଟ ମାଗିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.