ଜମୁଛି ଢେଙ୍କାନାଳ ଲକ୍ଷ୍ମୀପୂଜା; ଗଣେଶ ବଜାର ପୂଜା ପ୍ରତିଷ୍ଠାନର ହୀରକ ଜୟନ୍ତୀରେ ଯୋଗଦେଲେ କେନ୍ଦ୍ରମନ୍ତ୍ରୀ

By ETV Bharat Odisha Team

Published : Nov 5, 2023, 10:02 AM IST

thumbnail

ଢେଙ୍କାନାଳ: କୁମାର ପୂର୍ଣ୍ଣିମାରୁ ଆରମ୍ଭ ହୋଇଥିବା ଢେଙ୍କାନାଳର ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜା ବେଶ୍ ଧୁମଧାମରେ ଚାଲିଛି  । ସଞ୍ଜ ନଇଁବ କ୍ଷଣି ଚିକମିକ୍ ଆଲୋକମାଳରେ ଝଲସି ଉଠୁଛି ପୁରା ସହର । ଢେଙ୍କାନାଳ ଲକ୍ଷ୍ମୀପୂଜାର କାଲି ଅଷ୍ଟମ ଦିନ ଥିଲା  । ଆସନ୍ତା ୮ ତାରିଖରେ ମା' ଙ୍କ ଭସାଣି ଉତ୍ସବ । ମାଆଙ୍କ ମେଲାଣି ପାଇଁ ଆଉ ମାତ୍ର ୨ ଦିନ ଥିବାରୁ ପୂଜା ମଣ୍ଡପଗୁଡିକୁ ଦର୍ଶକମାନଙ୍କର ସୁଅ ଛୁଟିବାରେ ଲାଗିଛି । ରାଜ୍ୟ ତଥା ରାଜ୍ୟ ବାହାରୁ ଲକ୍ଷ ଲକ୍ଷ ସଂଖ୍ୟାରେ ଲୋକଙ୍କ ସମାଗମ ହେଉଛି । ପୂଜା ବଜାରରେ ମନ ମହୁଛି ରଙ୍ଗୀନ ଆଲୋକମାଳା ଓ ସୁଉଚ୍ଚ ତୋରଣ  । ଦୋଳି, ମିନା ବଜାରର ସାଙ୍ଗକୁ ଫାଷ୍ଟଫୁଡ୍‌ର ମଜା ଉଠାଉଛନ୍ତି ଦର୍ଶକ ।

ଏହାମଧ୍ୟ ପଢନ୍ତୁ: Watch: ରାଉରକେଲାରେ ଜମୁଛି ଲକ୍ଷ୍ମୀପୂଜା, ପେଣ୍ଡାଲରେ ଚମକୁଛି ଭାରତର ଐତିହ୍ୟ

ଏହି ଅବସରରେ ଶନିବାର ବହୁ ପୁରାତନ ଗଣେଶ ବଜାର ଗଜଲକ୍ଷ୍ମୀ ପ୍ରତିଷ୍ଠାନର ୭୫ ବର୍ଷ ପୂର୍ତ୍ତି ନେଇ ଆୟୋଜିତ ହୀରକ ଜୟନ୍ତୀ ସମାରୋହରେ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଢେଙ୍କାନାଳବାସୀ ତଥା ଏଠାକୁ ଆସୁଥିବା ଶ୍ରଦ୍ଧାଳୁ ଓ ଦର୍ଶକମାନଙ୍କୁ ଲକ୍ଷ୍ମୀପୂଜାର ଶୁଭେଚ୍ଛା ଜଣାଇଥିଲେ କେନ୍ଦ୍ରମନ୍ତ୍ରୀ  । ଢେଙ୍କାନାଳ ଲକ୍ଷ୍ମୀପୂଜା ସାରା ଦେଶରେ ପ୍ରସିଦ୍ଧ । ଏକ ଜାତୀୟ ଉତ୍ସବ । ଢେଙ୍କାନାଳ ଲକ୍ଷ୍ମୀପୂଜାକୁ ଜାତୀୟ ସ୍ତରୀୟ ସାଂସ୍କୃତିକ ଉତ୍ସବର ମାନ୍ୟତା ପାଇଁ ଉଦ୍ୟମ କରିବେ ବୋଲି କରିବେ ବୋଲି କେନ୍ଦ୍ରମନ୍ତ୍ରୀ କହିଥିଲେ । ଏଥିସହ ଜିଲ୍ଲା ତଥା ରାଜ୍ୟର ସମୃଦ୍ଧି ପାଇଁ ସେ ମାଆଙ୍କ ନିକଟରେ ପ୍ରାର୍ଥନା କରିଥିଲେ  ।  

ଇଟିଭି ଭାରତ, ଢେଙ୍କାନାଳ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.