SCBରେ ଆହତଙ୍କୁ ଭେଟିଲେ କେନ୍ଦ୍ରମନ୍ତ୍ରୀ ବିଶେଶ୍ୱର ଟୁଡୁ, ଘଟଣାରେ ରାଜନୀତି ନକରିବାକୁ କଲେ ନିବେଦନ

By

Published : Jun 7, 2023, 7:59 PM IST

thumbnail

କଟକ: ରେଳ ଦୁର୍ଘଟଣାରେ ଆହତଙ୍କୁ କଟକ ବଡ଼ ମେଡିକାଲରେ ଭେଟିଛନ୍ତି କେନ୍ଦ୍ର ମନ୍ତ୍ରୀ ବିଶ୍ବେଶ୍ବର ଟୁଡୁ । ଏସସିବିରେ ସର୍ଜରୀ ବିଭାଗ, ସେଣ୍ଟ୍ରାଲ ଆଇସିୟୁ ଓ ଚକ୍ଷୁ ବିଭାଗରେ ହୋଇଥିବା ଆହତଙ୍କ ପାଇଁ ସ୍ବତନ୍ତ୍ର ଓ୍ବାର୍ଡ ଯାଇ ମନ୍ତ୍ରୀ ଚିକିତ୍ସା ବ୍ୟବସ୍ଥା ତଦାରଖ କରିଛନ୍ତି । ଏଥି ସହ ଚିକିତ୍ସା କିପରି ଆହୁରି ଉନ୍ନତ ହେବ ସେ ସମ୍ପର୍କରେ ଡାକ୍ତରଖାନା କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିଛନ୍ତି । ଚିକିତ୍ସା ବ୍ୟବସ୍ଥାର ତଦାରଖ କରିବା ପରେ ମନ୍ତ୍ରୀ ଟୁଡୁ ସନ୍ତୋଷ ପ୍ରକାଶ କରିଛନ୍ତି । ସମସ୍ତ ଡାକ୍ତର ,ନର୍ସ,ପାରାମେଡିକାଲ ଷ୍ଟାଫଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

ଏହି ଘଟଣାକୁ ନେଇ ରାଜନୀତି ନ କରିବାକୁ ମନ୍ତ୍ରୀ ନିବେଦନ କରିଛନ୍ତି । ମନ୍ତ୍ରୀ ଆହୁରି କହିଛନ୍ତି ଯେ, "ଦୁର୍ଘଟଣା ସବୁବେଳେ ଦୁର୍ଘଟଣା । ତେବେ କେଉଁ ପରିସ୍ଥିତିରେ ଏହା ଘଟିଲା ତାହାର ତଦନ୍ତ କରାଯାଉଛି । ମାତ୍ର ତାହାକୁ ନେଇ ଯେଉଁମାନେ ରାଜନୀତି କରୁଛନ୍ତି ସେମାନେ ଭୁଲ କରୁଛନ୍ତି ।" ସେହିପରି ଗତକାଲି (ମଙ୍ଗଳବାର) ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଅଭିଯୋଗ ଉପରେ ପ୍ରତିକ୍ରିୟା ରଖିଛନ୍ତି ମନ୍ତ୍ରୀ । ଯେଉଁ ଅଭିଯୋଗ ହେଉଛି ତାହା ଅମୂଳକ । 

ବିଶେଷକରି ମୃତ ବ୍ୟକ୍ତିଙ୍କ ସଂଖ୍ୟାକୁ ନେଇ ଯେଉଁ ଅଭିଯୋଗ ହୋଇଛି ସେଥିରେ କୌଣସି ସତ୍ୟାସତ୍ୟ ନାହିଁ । ତେବେ ଯେଉଁମାନେ ଟିକେଟ ନକରି ଟ୍ରେନରେ ଯାତ୍ରା କରିଥିଲେ ଏବଂ ସେଥିରେ ଯେଉଁମାନଙ୍କର ମୃତ୍ୟୁ ଘଟିଛି, ତାହାର ପ୍ରମାଣ ପତ୍ର ଦେଖାଇଲେ ସମ୍ପୃକ୍ତ ମୃତକଙ୍କ ପରିବାରକୁ ଉପଯୁକ୍ତ କ୍ଷତିପୂରଣ ପ୍ରଦାନ କରାଯିବ । ଏନେଇ କେନ୍ଦ୍ର ସରକାର ମଧ୍ୟ ଘୋଷଣା କରିଛନ୍ତି । ମୃତଦେହକୁ ନେଇ ଏବେ କିଛି ଲୋକ ଟଙ୍କା ନେବାକୁ ଉଦ୍ୟମ କରୁଛନ୍ତି । ମୃତକଙ୍କ ସମ୍ପର୍କୀୟ କହି ମିଛ ପରିଚୟ ଦେଇ ଲୁଟ କରିବା ପାଇଁ କିଛି ଲୋକ ଉଦ୍ୟମ କରୁଛନ୍ତି । ତେବେ ସରକାର ଏଥିପ୍ରତି ସଜାଗ ଅଛନ୍ତି । ମାତ୍ର ଭୁଲ ଲୋକଙ୍କୁ କ୍ଷତିପୂରଣ ପ୍ରଦାନ କରାଯିବ ନାହିଁ ବୋଲି ମନ୍ତ୍ରୀ କହିଛନ୍ତି । ଆବଶ୍ୟକ ପଡ଼ିଲେ ଆଉ କିଛି ଦିନ ମୃତଦେହ ରଖାଯିବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି । 

ଇଟିଭି ଭାରତ, କଟକ 

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.