ନିର୍ମଳା ସୀତାରମଣଙ୍କ ମହାନତା, ଶହୀଦଙ୍କ ମାଆଙ୍କ ପାଦ ଛୁଇଁ ମୁଣ୍ଡିଆ ମାରିଲେ

By

Published : Aug 17, 2023, 1:50 PM IST

thumbnail

ପୁରୀ: ଦୁଇ ଦିନିଆ ଓଡିଶା ଗସ୍ତରେ ଥିବା କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଦ୍ବିତୀୟ ଦିନରେ ପେଣ୍ଠକଟା ସ୍ଥିତ ସଦାଶିବ ସଂସ୍କୃତ ବିଶ୍ବବିଦ୍ୟାଳୟ ଯାଇ 'ମୋ ମାଟି, ମୋ ଦେଶ' ବୃକ୍ଷରୋପଣ ଅଭିଯାନରେ ସାମିଲ ହୋଇଥିଲେ । ସେଠାରେ ଶହୀଦଙ୍କ ପରିବାରଙ୍କୁ ସମ୍ବର୍ଦ୍ଧିତ କରିବା ସହ ଶହୀଦଙ୍କ ସ୍ମୃତିରେ ବୃକ୍ଷରୋପଣ କରିଥିଲେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା । ଏହି ସମୟରେ କିଛି ନିଆରା ଚିତ୍ର ସାମ୍ନାକୁ ଆସିଛି । ଶହୀଦଙ୍କ ପରିବାରଙ୍କୁ ସମ୍ବର୍ଦ୍ଧିତ କରିବା ସମୟରେ ତାଙ୍କ ପରିବାର ଜଣ ବୟୋଜ୍ୟେଷ୍ଠା ବୃଦ୍ଧାଙ୍କ ପାଦ ଛୁଇଁଥିଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ମାଟି ମାଆ ପାଇଁ ନିଜର ସବୁକିଛି ତ୍ୟାଗ ଦେଇଥିବା ସେହି ବୀର ପୁଅ ଜିତେନ୍ଦ୍ର କୁମାର ପ୍ରଧାନଙ୍କ ମାଆଙ୍କ ପାଦ ଛୁଇଁ ପ୍ରଣାମ ଜଣାଇଥିଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଅର୍ଥମନ୍ତ୍ରୀ ସେହି ବୀରପୁଅଙ୍କ ମାଆଙ୍କ ଚରଣ ସ୍ପର୍ଶ କରି ଆଶୀର୍ବାଦ ନେଇଛନ୍ତି । ଶହୀଦଙ୍କ ମାଆଙ୍କୁ କୋଟି କୋଟି ପ୍ରମାଣ କରି ତାଙ୍କ ବଳିଦାନକୁ ସମ୍ମାନ ଜଣାଇଛନ୍ତି ଅର୍ଥମନ୍ତ୍ରୀ ।

ଏହା ବି ପଢନ୍ତୁ...ମୋ ମାଟି ମୋ ଦେଶ କାର୍ଯ୍ୟକ୍ରମରେ ସୀତାରମଣ, ଗୁଲାମୀ ମାନସିକତାରୁ ମୁକୁଳି ଆସିବାକୁ ଦେଲେ ଆହ୍ବାନ

ଏହା ବି ପଢନ୍ତୁ...Nirmala Sitharaman Visits Puri: ମହାପ୍ରଭୁଙ୍କୁ ଆଶିଷ ନେଲେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.