ବାଲେଶ୍ବରରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ଦୁଇଜଣଙ୍କ ମୃତ୍ୟୁ

By

Published : Mar 30, 2023, 8:51 AM IST

thumbnail

ବାଲେଶ୍ବର: ସହଦେବ ଖୁଣ୍ଟା ଥାନା ଅନ୍ତର୍ଗତ କଣ୍ଟାବଣିଆ ଛକ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ବାଇକ ସହ ଏକ ପିକଅପ ଭ୍ୟାନ ମୁହାଁମୁହିଁ ଧକ୍କା ହେବା ଯୋଗୁଁ ଦୁଇ ଜଣଙ୍କ ମୃତ୍ୟୁ ଘଟଛି । ଅପରାହ୍ନ ସମୟରେ ଦୁଇ ଜଣ ଯୁବକ ବାଇକ ଯୋଗେ କଣ୍ଟାବଣିଆ ଛକ ଅତିକ୍ରମ କରୁଥିଲେ । ଏହି ସମୟରେ ବୀପରୀତ ପଟରୁ ଆସୁଥିବା ଏକ ଦ୍ରୁତଗାମୀ ପିକଅପ ଭ୍ୟାନଟି ବାଇକ ସହ ମୁହାଁମୁହିଁ ଧକ୍କା ହୋଇଥିଲା । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, ଘଟଣାସ୍ଥଳରେ ବାଇକଟି ଜଳି ଯାଇଥିଲା । ଫଳରେ ଉକ୍ତ ସ୍ଥାନରେ ଦୁଇ ବାଇକ ଆରୋହୀଙ୍କ ମୃତ୍ୟୁ ଘଟିଥିଲା । ତେବେ ଦୁର୍ଘଟଣା ଘଟାଇଥିବା ପିକଅପ ଭ୍ୟାନ ଚାଳକ ଘଟଣାସ୍ଥଳରୁ ଫେରାର ମାରିଥିବା ଜଣାପଡ଼ିଛି । ଦୁର୍ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିବା ବେଳେ ଖବର ପାଇ ସହଦେବ ଖୁଣ୍ଟା ଥାନା ପୋଲିସ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ବ୍ୟବଚ୍ଛେଦ ପାଇଁ ବାଲେଶ୍ଵର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଛି । ଏହି ଘଟଣା ନେଇ ସହଦେବ ଖୁଣ୍ଟା ପୋଲିସର ତଦନ୍ତ ଆରମ୍ଭ ହୋଇଛି ।

ଇଟିଭି ଭାରତ, ବାଲେଶ୍ବର 

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.