Sagar Kavach: ପାରାଦ୍ବୀପରେ ମିଳିତ ସମରଭ୍ୟାସ ସାଗର କବଚ-୨ ଆରମ୍ଭ

By ETV Bharat Odisha Team

Published : Sep 21, 2023, 3:23 PM IST

thumbnail

ପାରାଦ୍ବୀପ: ଜଗତସିଂହପୁର ଜିଲ୍ଲାର ପାରାଦ୍ୱୀପ ଉପକୂଳରେ ଆଜିଠାରୁ ଆରମ୍ଭ ହୋଇଛି ଦୁଇଦିନିଆ ମିଳିତ ସମରଭ୍ୟାସ ସାଗର କବଚ-୨ । ଏହି ସମରଭ୍ୟାସରେ ମେରାଇନ ପୋଲିସ, କୋଷ୍ଟଗାର୍ଡ, ନାଭାଲ, ବନ ବିଭାଗ, ମତ୍ସ୍ୟ ବିଭାଗ ଓ ଗୁଇନ୍ଦା ବିଭାଗ ସାମିଲ ହୋଇଛନ୍ତି । ସମୁଦ୍ର ଉପକୂଳ ଓ ଦେଶର ଜଳସୀମାର ପ୍ରତ୍ୟେକ ଜାଗାରେ କଡା ପ୍ରହାର ଦିଆଯିବା ସହିତ ଜଳପଥରେ ଶତ୍ରୁଙ୍କ ଅନୁପ୍ରବେଶକୁ କିଭଳି ରୋକାଯାଇ ପାରିବ ଏହାକୁ ନେଇ ସମରଭ୍ୟାସ କରାଯାଉଛି । ଗତ ୨୬/୧୧ରେ ଆତଙ୍କବାଦୀମାନେ ଜଳପଥ ଦେଇ ମୁମ୍ବାଇରେ ପ୍ରବେଶ କରିଥିଲେ ଏବଂ ଭୟଙ୍କର ଆକ୍ରମଣ ଘଟାଇଥିଲେ । ସେହିଦିନ ଠାରୁ ପ୍ରତ୍ୟେକ ବର୍ଷ ଉପକୂଳ ସୁରକ୍ଷା ପାଇଁ ସମରଭ୍ୟାସର ଆୟୋଜନ ହେଉଛି । 

ଏହାମଧ୍ୟ ପଢନ୍ତୁ: ପାରାଦ୍ୱୀପ ଡଙ୍ଗା ବୁଡ଼ି ଘଟଣା, ଦୁଇଦିନ ପରେ ବି ୩ ନିଖୋଜଙ୍କ ମିଳୁନି ପତ୍ତା

ଜଗତସିଂହପୁର ଜିଲ୍ଲାର ପାରାଦ୍ୱୀପ ଏକ ଶିଳ୍ପ ସମୃଦ୍ଧ ଅଞ୍ଚଳ ହୋଇଥିବାରୁ ଅନୁପ୍ରବେଶକାରୀଙ୍କ ଏହା ଉପରେ ନଜର ରହୁଛି । ଜଳପଥ ଦେଇ ବାଲାଂଦେଶୀ ଅନୁପ୍ରବେଶକାରୀ ଜଳସୀମାକୁ ଭେଦ କରି ସହରରେ ପ୍ରବେଶ କରୁଛନ୍ତି । ଯାହାକୁ ପ୍ରତିହତ କରିବା ପାଇଁ ସାଗର କବଚ-୨ ସମରାଭ୍ୟାସ ଆୟୋଜନ କରାଯାଉଛି ।  ଆଜିର ଏହି ସମରଭ୍ୟାସରେ ବ୍ଲୁ ଟିମ୍ ଓ ରେଡ଼ ଟିମ୍ ଭାବେ ଦୁଇଟି ଟିମ୍ ଗଠନ କରାଯାଇଛି । ବ୍ଲୁ ଟିମ ଅସ୍ତ୍ରଶସ୍ତ୍ରରେ ସଜ୍ଜିତ ହୋଇ ଜଳସୀମାରେ ପଇଁତରା ମାରିବା ସମୟରେ ରେଡ଼ ଟିମ୍ ଅନୁପ୍ରବେଶ କରିବାକୁ ଉଦ୍ୟମ କରିଥିଲା । ଫଳରେ ସମୁଦ୍ର ମଝିରେ ଉଭୟ ପକ୍ଷଙ୍କ ମଧ୍ୟରେ ଗୁଳିଗୋଳା ବର୍ଷଣ କରାଯାଇ କିଭଳି ଆତଙ୍କୀଙ୍କୁ ପ୍ରତିରୋଧ କରାଯାଇ ପାରିବ ତାହା ଅଭ୍ୟାସ କରାଯାଇଥିଲା । ଏହି ସମରଭ୍ୟାସରେ ପଶ୍ଚିମବଙ୍ଗ ସାମିଲ ହୋଇଛି ।

ଇଟିଭି ଭାରତ, ଜଗତସିଂହପୁର

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.