ମହିଳାଙ୍କୁ ଝାମ୍ପି ନେଲା ବାଘ, ଜଙ୍ଗଲରୁ ଉଦ୍ଧାର ହେଲା ମୃତଦେହ

By ETV Bharat Odisha Team

Published : Nov 4, 2023, 9:11 PM IST

thumbnail

ନୂଆପଡା: ମହିଳିଙ୍କୁ ଝାମ୍ପି ନେଲା ବାଘ । ଏଭଳି ଏକ ଘଟଣା ଘଟିଛି ନୂଆପଡା ଧରମବନ୍ଧା ଥାନା ସୁନାବେଡା ଅଭୟାରଣ୍ୟ ସ୍ଥିତ ସିଲିଆରିବାହାରା ଗାଁରେ । ସୁନାବେଡା ଅଭୟାରଣ୍ୟରେ ଦେଖିବାକୁ ମିଳିଛି ପୁଣି କଲରାପତରିଆ ବାଘ ଆତଙ୍କ ।ସିଲିଆରିବାହାରା ଗାଁର ପୂର୍ବତନ ମହିଳା ୱାର୍ଡ ମେମ୍ବର ରାମେଶ୍ୱରୀ ମାଝୀ ଗତକାଲି ସନ୍ଦ୍ୟାରେ ନିକଟସ୍ଥ କୈଣସି କାର୍ଯ୍ୟରେ ନିକଟସ୍ଥ ନାଲାକୁ ଯାଇଥିଲେ ।ସେଠାରୁ ମହିଳା ଜଣକ ଆଉ ଘରକୁ ଫେରିନଥିଲେ । ବାଘ ଭୟରେ ପରିବାର ଲୋକେ ସନ୍ଦ୍ୟାରେ ବେଶି ଖୋଜାଖୋଜି କରିନଥିଲେ । 

ହେଳେ ଆଜି ସକାଳୁ ପରିବାର ଲୋକ ଓ ଗାଁ ଲୋକଙ୍କ ସହାୟତାରେ ପୁଣି ଖୋଜାଖୋଜି ଆରମ୍ଭ କରିଥିଲେ । ପରିବାର ଲୋକେ ଜାଣିବାକୁ ପାଇଥିଲେ ବାଘ ଆକ୍ରମଣରେ ରାମେଶ୍ୱରୀଙ୍କ ମୃତ୍ୟୁ ଘଟିଛି । ନିକଟସ୍ଥ ରାନିମାର ସଂରକ୍ଷିତ ଜଙ୍ଗଲରେ ଉକ୍ତ ମହିଳାଙ୍କୁ କଲରାପତରିଆ ବାଘ ଖାଇ ଯାଇଥିବା ଖବର ପାଇଥିଲେ । ମହିଳାଙ୍କ ରକ୍ତ ଛିଟା ଓ କ୍ଷତ ବିକ୍ଷତ କିଛି ଅଙ୍ଗରୁ ଜଣାପଡିଛି ଯେ ଉକ୍ତମହିଳାଙ୍କୁ ବାଘ ଆକ୍ରମଣ କରିଛି ।ସ୍ଥାନୀୟ ଅଞ୍ଚଳରେ ଏକ ଭୟର ବାତାବରଣ ଖେଳି ଯାଇଛି ।ଯାହାଫଳରେ  ବନ କର୍ମଚାରୀ ଘଟଣାସ୍ଥଳକୁ ଯାଇ ତଦନ୍ତ ଆରମ୍ଭ କରିଛି । 

ଏହା ମଧ୍ୟ ପଢନ୍ତୁ...ନୂଆପଡାରେ ମାତିଛି ମଣିଷଖିଆ କଲରାପତରିଆ ବାଘ, ସଞ୍ଜ ନଇଁଲେ ପଡୁଛି ତାଟି କବାଟ

କଲରାପତରିଆ ବାଘ ଦିନକୁ ଦିନ ଆତଙ୍କ ରଚିଥିବା ବେଳେ, ଗୋଟିଏ ପରେ ଗୋଟିଏ ଗାଁରେ ଆକ୍ରମଣ କରିଚାଲିଛି । କିଛି ବର୍ଷ ପୂର୍ବେ ହଳଦୀ ଗାଁରେ 4 ବର୍ଷର ଶିଶୁ ବାଘ ଆକ୍ରମଣର ଶିକାର ହୋଇଥିଲେ । ଆଜି ପୁଣି ସିଲିଆରିବାହାରା ଗାଁରେ ଜଣେ ମହିଳାଙ୍କୁ ବାଘ ଆକ୍ରମଣ କରିଛି । ଏଭଳି ବାରମ୍ବାର ବାଘ ଆକ୍ରମଣ କରୁଥିବା ବେଳେ ସ୍ଥାନୀୟ ଲୋକମାନେ ଆତଙ୍କିତ ହୋଇ ପଡିଛନ୍ତି । ସେହିଭଳି ଗାଁ ଲୋକଙ୍କୁ ସୁରକ୍ଷା ଯୋଗାଇବାରେ ବନ ବିଭାଗ ବିଫଳ ଅଭିଯୋଗ କରିଛନ୍ତି ଅଞ୍ଚଳବାସୀ  । ବାଘକୁ ଜଙ୍ଗଲ ଭିତରକୁ ଘଉଡାଇବା ପାଇଁ ସ୍ଥାନୀୟ ଅଞ୍ଚଳରେ ବନ ବିଭାଗର ସ୍ୱତନ୍ତ୍ର ଟିମ ପେଟ୍ରୋଲିଂ କରୁଛି । 
 


ଇଟିଭି ଭାରତ, ନୂଆପଡା 

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.