Skating Performace: ଚମତ୍କାର ସ୍କେଟିଂ କୌଶଳ ପ୍ରଦର୍ଶନ, କରତାଳିରେ କମ୍ପିଲା ଗାନ୍ଧୀମାର୍ଗ

By

Published : Jan 26, 2023, 9:57 PM IST

Updated : Feb 3, 2023, 8:39 PM IST

thumbnail

ଭୁବନେଶ୍ବର: ରାଜଧାନୀର ଗାନ୍ଧୀମାର୍ଗରେ ପାଳିତ ହୋଇଯାଇଛି ରାଜ୍ୟସ୍ତରୀୟ ୭୪ତମ ସାଧାରଣତନ୍ତ୍ର ଦିବସ । ଏହି ଅବସରରେ ଚମତ୍କାର ସ୍କେଟିଂ କଳା ପ୍ରଦର୍ଶନ କରିଛନ୍ତି ଓଡ଼ିଶା ସ୍କେଟିଂ ଏକାଡେମୀ । ଛୋଟ ପିଲାମାନଙ୍କ ଶାରୀରିକ ଓ ବୌଦ୍ଧିକ ବିକାଶ ଲାଗି ସ୍କେଟିଂ ଏକ ଉନ୍ନତ ମାଧ୍ୟମ ଭାବେ ପରିଗଣିତ ହୋଇଛି । ଓଡ଼ିଶା ସ୍କେଟିଂ ଏକାଡେମୀର ଛାତ୍ରଛାତ୍ରୀଙ୍କ ଦ୍ବାରା ଏହି କଳା ପ୍ରଦର୍ଶନ କରିଥିବା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ବେଶ ଉତ୍ସାହିତ ଦେଖିବାକୁ ମିଳିଥିଲା । ସେମାନେ କରତାଳି ସହ ଛାତ୍ରଛାତ୍ରୀଙ୍କୁ ପ୍ରେରିତ କରିଥିଲେ ।  

ଛାତ୍ରଛାତ୍ରୀମାନେ ସ୍କେଟିଂ ପ୍ରଦର୍ଶନ କରୁଥିବା ବେଳେ କରତାଳିରେ ଗାନ୍ଧୀମାର୍ଗ କମ୍ପି ଉଠିଥିଲା । ଉପସ୍ଥିତ ଦର୍ଶକ ଏହି ଚିତ୍ତାକର୍ଷକ ପ୍ରଦର୍ଶନରେ ଅଭିଭୂତ ହୋଇପଡ଼ିଥିଲେ । ଛାତ୍ରଛାତ୍ରୀମାନେ ବଲିଉଡର ଏକ ଏନରଜେଟିକ୍‌ ସଙ୍ଗ୍‌ରେ ଏହି କଳା ପ୍ରଦର୍ଶନ କରିଥିଲେ । କୁନି କୁନି ପିଲାମାନେ ଦୁଃସାହସିକତାର ସହ ସ୍କେଟିଂ କରୁଥିବାର ଦେଖିବାକୁ ମିଳିଥିଲା । ଯାହାକି ଦେଖଣାହାରୀଙ୍କୁ ଆଚମ୍ବିତ କରିଥିଲା । କୋଭିଡ ମହାମାରୀ କଟକଣା ହଟିବା ପରେ ଦୀର୍ଘ ୨ ବର୍ଷ ପରେ ଦର୍ଶକଙ୍କ ଉପସ୍ଥିତିରେ ପାଳିତ ହୋଇଛି ଗଣତନ୍ତ୍ର ଦିବସ ।

ଇଟିଭି ଭାରତ, ଭୁବନେଶ୍ବର 

Last Updated : Feb 3, 2023, 8:39 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.