Maha Saptami Puja: ଶହୀଦନଗରରେ ଚାନ୍ଦି ମେଢ଼, ସୁନା ମୁକୁଟରେ ଝଲସୁଛନ୍ତି ଦଶଭୂଜା

By ETV Bharat Odisha Team

Published : Oct 21, 2023, 9:47 PM IST

thumbnail

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରରେ ପାର୍ବଣର ମାହୋଲ । ଧରାବତରଣ କରିଛନ୍ତି ମା' ଦଶଭୂଜା । ପ୍ରତି ପୂଜାମଣ୍ଡପରେ ଚାଲିଛି ତୋରଣ ନିର୍ମାଣ । ଚଳିତ ବର୍ଷ ଶହୀଦ ନଗର ଦୁର୍ଗାପୂଜା ସମିତି ତିଆରି କରିଛି ଭିନ୍ନ ଧରଣର ତୋରଣ । ଏକ କାଳ୍ପନିକ ମହଲ ଭିତରେ ପୂଜା ପାଉଛନ୍ତି ଦୁର୍ଗତି ନାଶିନୀ, ଜଗତ ଜନନୀ ମା' ଦୁର୍ଗା । ତୋରଣର ଉଚ୍ଚତା ୮୫ ଫୁଟ ହୋଇଥିବା ବେଳେ ଓସାର ରହିଛି ୧୨୦ ଫୁଟ । ଏହି ତୋରଣରେ କୌଣସି ରାସାୟନିକ ରଙ୍ଗର ବ୍ୟବହାର କରିନାହିଁ ପୂଜା ସମିତି । ଆକର୍ଷଣୀୟ ତୋରଣ ସାଙ୍ଗକୁ ସୁନା ମୁକୁଟ ଏବଂ ରୂପା ମେଢରେ ଝଟକୁଛନ୍ତି ଦୁର୍ଗତିନାଶିନୀ ମା' ଦୁର୍ଗା । ଚଳିତ ବର୍ଷ ମା'ଙ୍କ ପୂଜା ଏବଂ ରୀତିନୀତି ଉପରେ ବେଶ ଗୁରୁତ୍ବ ଦିଆଯାଇଛି । ଶ୍ରଦ୍ଧାଳୁମାନଙ୍କୁ ଶୃଙ୍ଖଳିତ ଦର୍ଶନ କରିବା ପାଇଁ ମହିଳା ସ୍ବେଚ୍ଛାସେବୀଙ୍କ ସହ ମଣ୍ଡପ ଚାରିପଟେ ସିସିଟିଭି ଲଗାଯାଇଛି । ତେବେ କିଭଳି ରହିଛି ଶହୀଦ ନଗର ପୂଜା ଚାଲନ୍ତୁ ଦେଖିବା  

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.