ମହାମାୟୀଙ୍କ ମହାସପ୍ତମୀ, ଝାରପଡ଼ା ମଣ୍ଡପରେ ଶୋଭାପାଉଛି ୮୫ ଫୁଟର ଗୋଲ୍ଡେନ ପ୍ୟାଲେସ

By ETV Bharat Odisha Team

Published : Oct 21, 2023, 5:09 PM IST

thumbnail

ଭୁବନେଶ୍ବର: ଧରାବତରଣ କରିଛନ୍ତି ଜଗତଜନନୀ ମା' ଦୁର୍ଗା । ଆଜି ହେଉଛି ମହାମାୟୀଙ୍କ ମହାସପ୍ତମୀ । ଏଥିପାଇଁ ଚଳଚଞ୍ଚଳ ହେଲାଣି ରାଜଧାନୀର ପୂଜା ମଣ୍ଡପ । ମା'ଙ୍କର ଚକ୍ଷୁଦାନ ଓ ପ୍ରାଣ ପ୍ରତିଷ୍ଠା ପୂଜା ପରେ ମଣ୍ଡପରେ ଚାଲିଛି ଅନନ୍ୟ ନୀତିକାନ୍ତି। ରୂପାର ତୋରଣ ମା' ମଣ୍ଡପରେ ପୂଜା ପାଉଥିବା ବେଳେ ପୂଜାକୁ ଚର୍ମଚକ୍ଷୁରେ ସମର୍ପଣର ଭାବ ନେଇ ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ । ଚଳିତ ବର୍ଷ ଝାରପଡ଼ା ଦୁର୍ଗା ପୂଜାମଣ୍ଡପରେ ପୂଜା ପାଇବେ ୧୨ ଫୁଟର ମୃଣ୍ମୟୀ ମୂର୍ତ୍ତି ଓ ଗେଟରେ ଶୋଭା ପାଇବ ୮୫ ଫୁଟର ଗୋଲ୍ଡେନ ପ୍ୟାଲେସ। ତେବେ ଦୁର୍ଗା ମା'ଙ୍କ ଆବିର୍ଭାବକୁ ନେଇ ରାଜଧାନୀର ପୂଜା ମଣ୍ଡପ ପ୍ରସ୍ତୁତି ପଥେ ଥିବା ବେଳେ ଏଥର ତ୍ରୟୋଦଶ ପୂଜା ପାଳିବ ଝାରପଡ଼ା ପୂଜା ମଣ୍ଡପ । ଯେଉଁ ପୂଜା ମଣ୍ଡପରେ ନିଆରା ଭାବେ ହିନ୍ଦୁ ଓ ମୁସଲମାନ ଭାଇ ଭଉଣୀମାନେ ମିଶି ପାଳୁଛନ୍ତି ଦୁର୍ଗା ପୂଜା ।  

ଏହା ବି ପଢନ୍ତୁ-  ପ୍ରଥମ ଥର କାଫଲା ବଜାର ପୂଜା ମଣ୍ଡପରେ ଚାନ୍ଦିରେ ଝଲସୁଛନ୍ତି ମା' ଦଶଭୂଜା

ଚଳିତ ବର୍ଷ ଝାରପଡାରେ ଗୋଲ୍ଡେନ ପ୍ୟାଲେସ ତୋରଣ ଝଟକୁଥିବା ବେଳେ ଏହାର ଉଚ୍ଚତା ରହିଛି ୮୫ ଫୁଟ୍ ଓ ଚଉଡ଼ା ୧୫୦ ଫୁଟ। ବାଉଁଶ, କଠାବିଟ, ପ୍ଲାଏ, ଫାଇବର, ସନପ୍ୟାକ ଓ ରଙ୍ଗୀନ କାଚରେ ଝଲସୁଛି ଏହି ସୁସଜ୍ଜିତ ତୋରଣ । ଅନ୍ୟପଟେ ଭକ୍ତଙ୍କ ସୁରକ୍ଷିତ ଦର୍ଶନ ପାଇଁ ତୋରଣରେ ରହିଛି ୧ ପ୍ରବେଶ ପଥ ଓ ୪ ଟି ପ୍ରସ୍ଥାନ ପଥ । ସମ୍ପୂର୍ଣ୍ଣ ତୋରଣ ଶୀତତାପ ନିୟନ୍ତ୍ରିତ ବ୍ୟବସ୍ଥା କରାଯାଇଥିବା ବେଳେ ସିସିଟିଭିର ବ୍ୟବସ୍ଥା କରାଯାଇଛି । ବରିଷ୍ଠ ନାଗରିକ ଓ ଭିନ୍ନକ୍ଷମମାନଙ୍କ ପାଇଁ ରହିବ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଥିବା ବେଳେ ହ୍ବିଲଚେୟାରର ବ୍ୟବସ୍ଥା କରାଯାଇଛି । ପୂଜାକୁ ସରସ ସୁନ୍ଦର କରିବାକୁ ଚଳିତ ଥର କିଭଳି ଚାଲିଛି ପୂଜା ଚାଲନ୍ତୁ କଥାହେବା ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.