ଖୋର୍ଦ୍ଧାରେ ଜମିଲା ରାବଣପୋଡି ଉତ୍ସବ

By ETV Bharat Odisha Team

Published : Oct 25, 2023, 10:19 AM IST

thumbnail

ଖୋର୍ଦ୍ଧା: ଅସତ୍ୟ ଉପରେ ହୋଇଛି ସତ୍ୟର ବିଜୟ । ଅଧର୍ମ ଉପରେ ଧର୍ମର ଜୟ । ବିଜୟା ଦଶମୀରେ ରାବଣ ପୋଡି ପାଇଁ ଚଳଚଞ୍ଚଳ ରହିଥିଲା ଖୋର୍ଦ୍ଧା ସହର । ଖୋର୍ଦ୍ଧା  ରାବଣପୋଡି ପଡିଆରେ ରାବଣ ପୁତ୍ତଳିକା ଦହନ କରାଯାଇଛଇ। ଆତସବାଜି ସହ କମ୍ପିଥିଲା ସାରା ଅଞ୍ଚଳ । ଦୁର୍ଗା ପୂଜାର ଶେଷ ଦିନ ବିଜୟା ଦଶମୀରେ ମହାଆଡ଼ମ୍ବରରେ ବିଭିନ୍ନ ପୂଜା ମଣ୍ଡପରେ ଅନୁଷ୍ଠିତ ହୋଇଯାଇଥିଲା ଦେବୀ ମା'ଙ୍କ ପୂଜା। ଏହି ଅବସରରେ ଖୋର୍ଦ୍ଧା ହାବେଳି ପଡ଼ିଆରେ ବଡି ଜୋନ୍ ଅନୁଷ୍ଠାନ ପକ୍ଷରୁ ରାବଣ ପୋଡ଼ି ଉତ୍ସବ ଅନୁଷ୍ଠିତ ହୋଇଥିଲା । ଏଠାରେ ପ୍ରାୟ 30 ଫୁଟର ରାବଣ ପୁତ୍ତଳିକା ତିଆରି କରାଯାଇଥିଲା ।  ରାବଣ ପୋଡି ଉତ୍ସବ ଦେଖିବାକୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ଲୋକଙ୍କ ଭିଡ ଜମିଥିଲା । 18 ବର୍ଷ ଧରି ଖୋର୍ଦ୍ଧା ବଡି ଜୋନ୍ ପକ୍ଷରୁ ରାବଣ ପୋଡି ଉତ୍ସବ ଅନୁଷ୍ଠିତ ହୋଇ ଆସୁଥିବା ବେଳେ ଚଳିତବର୍ଷ ରାବଣ ଦେହରେ ଖଞ୍ଜା ଯାଇଥିବା ରଙ୍ଗୀନ ଆତସବାଜି ମୁଖ୍ୟ ଆକର୍ଷଣ ସାଜିଥିଲା ।

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.