ଆଉଟସୋର୍ସିଂ କର୍ମଚାରୀ ମହାସଂଘର ବିକ୍ଷୋଭ: 10 ଦଫା ଦାବିରେ ପ୍ରତିବାଦ ସଭା

By

Published : Jul 19, 2023, 10:17 PM IST

thumbnail

ସମ୍ବଲପୁର: ସ୍ଥାୟୀ ନିଯୁକ୍ତି ଦାବିରେ ଓଡ଼ିଶା ସରକାରୀ ଆଉଟସୋର୍ସିଂ କର୍ମଚାରୀ ମହାସଂଘ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି l ସମ୍ବଲପୁର ଆରଡିସି କାର୍ଯ୍ୟାଳୟ ସମ୍ମୁଖରେ ପଶ୍ଚିମ ଓଡ଼ିଶାର 12 ଟି ଜିଲ୍ଲାର କର୍ମଚାରୀଙ୍କ ପକ୍ଷରୁ ପ୍ରତିବାଦ ସଭା କରାଯାଇଛି l ଆଜି ସଂଘ ପକ୍ଷରୁ 10 ଦଫା ଦାବି ନେଇ ଏହି ବିକ୍ଷୋଭ କରାଯାଇଛି l ସାରା ରାଜ୍ୟର ବିଭିନ୍ନ ସରକାରୀ କାର୍ଯ୍ୟାଳୟରେ ଆଉଟସୋର୍ସିଂ ମାଧ୍ୟମରେ କାମ କରୁଥିବା ହଜାର ହଜାର କର୍ମଚାରୀଙ୍କ ନ୍ୟାର୍ଯ୍ୟ ଦାବି ପୂରଣ ପାଇଁ ବିଶାଳ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା l 

ସମ୍ବଲପୁର, ବରଗଡ଼, ଦେବଗଡ଼, ଝାରସୁଗୁଡା ଜିଲ୍ଲା ସମେତ ପଶ୍ଚିମ ଓଡିଶାର 12ଟି ଜିଲ୍ଲାର ଆଉଟସୋର୍ସିଙ୍ଗ କର୍ମଚାରୀମାନେ ଆଜିର ପ୍ରତିବାଦ ସଭାରେ ଉପସ୍ଥିତ ରହିଥିଲେ l ମୁଖ୍ୟତଃ ସମାନ କାମକୁ ସମାନ ଦରମା, ଆଉଟସୋର୍ସିଂ ପ୍ରଥା ଉଚ୍ଛେଦ ସହ  ଆଉଟସୋର୍ସିଂ କର୍ମଚାରୀମାନଙ୍କୁ ସ୍ଥାୟୀ କରାଯିବା, ଚାକିରୀରେ ସୁରକ୍ଷା ପ୍ରଦାନ କରିବା, କରୋନା ସମୟରେ ଛଟେଇ ହୋଇଥିବା କର୍ମଚାରୀଙ୍କୁ ପୁନଃ ନିଯୁକ୍ତି, ଗର୍ଭବତୀ ମହିଳାଙ୍କୁ ଛୁଟି ବ୍ୟବସ୍ଥା ଆଦି ଦାବି ରହିଛି  l ସଭା ପୂର୍ବରୁ ସହରର ଜିଏମ କଲେଜ ଛକରୁ ଆରଡିସି କାର୍ଯ୍ୟାଳୟ ପର୍ଯ୍ୟନ୍ତ ଏକ ବିଶାଳ ଶୋଭାଯାତ୍ରାରେ ଆସିଥିଲେ। ପ୍ରତିବାଦ ସଭା ପରେ ଆରଡିସିଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଏକ ଦାବିପତ୍ର ମଧ୍ୟ ପ୍ରଦାନ କରିଥିଲେ l

ଏହା ମଧ୍ୟ ପଢନ୍ତୁ...ଆଉଟସୋର୍ସିଂ ବ୍ୟବସ୍ଥା ଉଚ୍ଛେଦ ଦାବି, ବ୍ରହ୍ମପୁରରେ ୮ ଜିଲ୍ଲାର କର୍ମଚାରୀଙ୍କ ପ୍ରତିବାଦ

ଆସନ୍ତା ସପ୍ତାହକ ମଧ୍ୟରେ ଦାବି ପୂରଣ ନହେଲେ ନବୀନ ନିବାସ ଘେରାଉ ସହ ରାଜ୍ୟବ୍ୟାପୀ ଆନ୍ଦୋଳନ କରିବାକୁ ଚେତାବନୀ ଦିଆଯାଇଛି। ଏହାସହ ସମସ୍ତ ସରକାରୀ କାର୍ଯ୍ୟାଳୟକୁ ଅଚଳ କରିଦିଆଯିବ ବୋଲି ମଧ୍ୟ ଚେତାବନୀ ଦେଇଛି କର୍ମଚାରୀ ମହାସଂଘ  l ଗତ 17 ତାରିଖ ରେ ଏହି ସମସ୍ୟା ନେଇ ଗଞ୍ଜାମ RDC ଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ଦିଆଯାଇଥିବାବେଳେ ଆସନ୍ତା 21ତାରିଖରେ କଟକରେ RDCଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କରାଯିବ ବୋଲି ସୂଚନା ଦିଆଯାଇଛି l


ଇଟିଭି ଭାରତ, ସମ୍ବଲପୁର

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.