Digital Dialogue: '2024ରେ 100ରୁ ଅଧିକ ଆସନରେ ଜିତିବୁ,ଲୋକେ ନବୀନଙ୍କୁ ପ୍ରତ୍ୟାଖାନ କରିବେ'

By ETV Bharat Odisha Team

Published : Oct 7, 2023, 4:11 PM IST

thumbnail

ଭୁବନେଶ୍ବର: 2024 ନିର୍ବାଚନରେ ରାଜ୍ୟରେ ବିଜେପି 100ରୁ ଅଧିକ ଆସନ ଅକ୍ତିଆର କରିବ । ଜନସାଧାରଣ ନବୀନ ସରକାରଙ୍କୁ ପ୍ରତ୍ୟାଖାନ କରିବେ । ଇଟିଭି ଭାରତର ସ୍ବତନ୍ତ୍ର କାର୍ଯ୍ୟକ୍ରମ ଡିଜିଟାଲ ଡାଏଲଗରେ ଯୋଗ ଦେଇ ଏହା କହିଛନ୍ତି ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର । ଜୟ ନାରାୟଣ ବିଜେପିର ଷ୍ଟାଣ୍ଡ ନେଇ ଅତି ସ୍ପଷ୍ଟ ଭାବେ କହିଛନ୍ତି," ବିଜେପିର ଷ୍ଟାଣ୍ଡ କ୍ଲିୟର ଅଛି । ଗୃହମନ୍ତ୍ରୀ ଅମିତ ଶାହଙ୍କ ଗସ୍ତ ସମୟରେ 5T ସଚିବଙ୍କ ସହିତ ଓ୍ବାନ ଟୁ ଓ୍ବାନ ବୈଠକ କରି ତାଙ୍କୁ ତାଗିଦ କରିଛନ୍ତି । ରାଜ୍ୟରେ ଆଗୁଆ ନିର୍ବାଚନ କଲେ ରାଷ୍ଟ୍ରପତି ଶାସନ ଲାଗୁ କରିଦେବୁ ବୋଲି ଅମିତ ଶାହ 5T ସଚିବଙ୍କୁ ଧମକାଇଛନ୍ତି । ଶାସକ ଦଳ ଚକ୍ରାନ୍ତ କରି ଗୃହ କାର୍ଯ୍ୟ ଚଳାଇ ଦେଲେ ନାହିଁ । କାରଣ ତାଙ୍କ ପାଖରେ କୌଣସି ପ୍ରଶ୍ନର ଉତ୍ତର ନଥିଲା । ସେହି କାରଣ ପାଇଁ ସେମାନେ ଗୃହ କାର୍ଯ୍ୟକୁ ଚଳାଇ ଦେଲେ ନାହିଁ ।" ଏମିତି ଅନେକ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ଜୟ ନାରାୟଣ ଆମ ସହ ଆଲୋଚନା କରିଛନ୍ତି । ଦେଖନ୍ତୁ ସମ୍ପୂର୍ଣ୍ଣ ସାକ୍ଷାତକାର

ସାକ୍ଷାତକାର- ଲାଲ ମୋହନ ପଣ୍ଡା, ବ୍ୟୁରୋ ଚିଫ୍‌, ଇଟିଭି ଭାରତ ଓଡ଼ିଶା

ଏହା ବି ଦେଖନ୍ତୁ- Digital Dialogue: 'ମୁଖ୍ୟମନ୍ତ୍ରୀ, ପାଣ୍ଡିଆନ ମୋତେ ଟାର୍ଗେଟ କରି ଗୃହରୁ ନିଲମ୍ବନ କରିଛନ୍ତି'

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.