Digital Dialogue: 'ମୁଖ୍ୟମନ୍ତ୍ରୀ, ପାଣ୍ଡିଆନ ମୋତେ ଟାର୍ଗେଟ କରି ଗୃହରୁ ନିଲମ୍ବନ କରିଛନ୍ତି'

By ETV Bharat Odisha Team

Published : Sep 30, 2023, 4:11 PM IST

thumbnail

ଭୁବନେଶ୍ବର: ବିଧାନସଭାରେ ବାଚସ୍ପତିଙ୍କ ଉପରକୁ ଡାଲି ଫୋପାଡି ଏବେ ବିଧାନସଭାରୁ ନିଲମ୍ବନ ହୋଇଛନ୍ତି 2ଜଣ ବିଜେପି ବିଧାୟକ ମୋହନ ମାଝୀ ଏବଂ ମୁକେଶ ମହାଲିଙ୍ଗ । ଇଟିଭି ଭାରତର ସ୍ବତନ୍ତ୍ର କାର୍ଯ୍ୟକ୍ରମ 'ଡିଜିଟାଲ ଡାଏଲଗ'ରେ ଯୋଗ ଦେଇ ଏନେଇ ପ୍ରତିକ୍ରିୟା ରଖିଛନ୍ତି ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ ।  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ 5T ସଚିବ ପାଣ୍ଡିଆନ ତାଙ୍କୁ ଟାର୍ଗେଟ କରିବାରୁ ବିଧାନସଭାରୁ ନିଲମ୍ବିତ କରିଥିବା କହିଛନ୍ତି ମୋହନ ।

ସେ କହିଛନ୍ତି, "ବାଚସ୍ପତିଙ୍କ ଉପରେ ଚାପ ପ୍ରୟୋଗ କରିବା ପାଇଁ ବିଜେପି ବିଧାୟକମାନେ ଗୃହରେ ଡାଲି ଧରି ଦେଖାଉଥିଲେ । କାରଣ ବାଚସ୍ପତି ବିରୋଧୀ ଦଳ ନେତାଙ୍କୁ କହିବାକୁ ସୁଯୋଗ ଦେଉନଥିଲେ । ପକ୍ଷପାତିତା କରୁଥିଲେ ବାଚସ୍ପତି । ବିରୋଧୀ ଦଳ ନେତା 5T ସଚିବଙ୍କୁ ସୁପର ଚିଫ୍‌ ମିନିଷ୍ଟର କହିବା ପ୍ରସଙ୍ଗ ବିଧାନସଭା ବିବରଣୀରୁ ବାଦ ଦିଆଯାଇଥିବା ବେଳେ ବିରୋଧୀ ଦଳ ନେତାଙ୍କୁ ମାନସିକ ଭାରସାମ୍ୟ ହରାଇଥିବା ବ୍ୟକ୍ତି ବୋଲି ଅଶାଳୀନ ମନ୍ତବ୍ୟ ଦେଇଥିଲେ ଅରୁଣ ସାହୁ । ଏହାକୁ ବିବରଣୀରୁ କାହିଁକି ବାଦ ଦେଲେ ନାହିଁ ବୋଲି ଆମେ ପ୍ରଶ୍ନ ଉଠାଇଥିଲୁ । ହେଲେ ବାଚସ୍ପତି କିଛି ଶୁଣିଲେନି ।"  

ଏହା ବି ଦେଖନ୍ତୁ- Digital Dialogue: 'ସ୍କ୍ରବ ଟାଇଫସ ହେଲେ ପ୍ରଥମେ ଡାଏଗ୍ନୋସିସ, ତା' ପରେ ଚିକିତ୍ସା'

ଆଉ ଗୋଟିଏ ଗୁରୁତ୍ବପୂର୍ଣ୍ଣ ଦିଗ ହେଲା ସଚିବଙ୍କ ଗସ୍ତ ସମ୍ପର୍କିତ କିଛି ପ୍ରଶ୍ନ ସିଏଜିଙ୍କ ନିକଟକୁ ଲେଖି ପଠାଇଥିଲି । ସିଏଜି ଏହାର ରିପ୍ଲାଏ ଦେଲେ । ତଦନ୍ତ ହେବ ବୋଲି ଉତ୍ତରରେ କହିଲେ । ପବ୍ଲିକ ଆକାଉଣ୍ଟସ କମିଟିର ଚେୟାରମ୍ୟାନ ହିସାବରେ ମୁଁ ଏହି ଚିଠି ଲେଖିଥିଲି । ଏହାର ଉତ୍ତର ଆସିବା ପରେ ମଧ୍ୟ ଏହା ଶାସକ ଦଳକୁ ଆହୁରି ବାଧିଲା ବୋଲି ମୋହନ କହିଛନ୍ତି । 

ତେଣୁ ମୁଖ୍ୟମନ୍ତ୍ରୀ ଓ ତୃତୀୟ ମହଲା ମତେ ଟାର୍ଗେଟ କରି ନିଲମ୍ବନ କରାଇଛନ୍ତି । ମୁଁ ଡାଲି ଧରି ନାହିଁ, କି ଉପହାର ଦେଇନାହିଁ କି ଫୋପାଡି ନାହିଁ । ବାଚସ୍ପତିଙ୍କୁ ମୁଁ ଚିଠି ଲେଖିବି ଯେ ଭିଜୁଆଲକୁ ଦେଖାଯାଉ । ସତ୍ୟାସତ୍ୟ ଯାଞ୍ଚ କରାଯାଇ ମୋ କ୍ଷେତ୍ରରେ ପୁନର୍ବିଚାର କରାଯାଇ କାର୍ଯ୍ୟାନୁଷ୍ଠାନ ନିଆଯାଉ । କିଛି ନ ଦେଖି ନିଲମ୍ବନ ଆଦେଶ ଦେବାକୁ ସହଜରେ ଗ୍ରହଣ କରାଯାଇପାରିବନାହିଁ ବୋଲି ମୋହନ କହିଛନ୍ତି। ଦେଖନ୍ତୁ ସମ୍ପୂର୍ଣ୍ଣ ସାକ୍ଷାତକାର

ସାକ୍ଷାତକାର-  ଲାଲ ମୋହନ ପଣ୍ଡା, ବ୍ୟୁରୋ ଚିଫ୍‌, ଇଟିଭି ଭାରତ ଓଡ଼ିଶା

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.