ଦ୍ଵିତୀୟ ଦିନରେ ଡ୍ରାଇଭର ମହାସଂଘର ଆନ୍ଦୋଳନ, ଗାଡି ଚଳାଚଳ ବନ୍ଦ

By

Published : Mar 16, 2023, 3:03 PM IST

thumbnail

ଝାରସୁଗୁଡା:  ଓଡିଶା ଡ୍ରାଇଭର ମହାସଂଘ ପକ୍ଷରୁ କରାଯାଉଥିବା ଷ୍ଟିୟରିଂ ଛାଡ ଆନ୍ଦୋଳନର ପ୍ରଭାବ ସାରା ରାଜ୍ୟରେ ଦେଖିବାକୁ ମିଳିଛି । ଝାରସୁଗୁଡା ଜିଲ୍ଲାରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମଳିଛି l ଝାରସୁଗୁଡା ବଡ଼ମାଲ ସ୍ଥିତ ବିଜୁ ପଟ୍ଟନାୟକ ଛକରେ ଓଡିଶା ଡ୍ରାଇଭର ମହାସଂଘର ସଦସ୍ୟମାନେ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ କରିଛନ୍ତି l ମାଲ ପରିବହନ କରୁଥିବା ଗାଡିର ଡ୍ରାଇଭରକୁ ମୁଣ୍ଡିଆ ମାରି ସଂଘର ଆନ୍ଦୋଳନ ବାର୍ତ୍ତାକୁ ବୁଝାଉଛନ୍ତି l ଗତକାଲି(ବୁଧବାର) ଝାରସୁଗୁଡା ପୋଲିସ ଶତାଧିକ ଆନ୍ଦୋଳନକାରୀଙ୍କୁ ଗିରଫ କରି ସନ୍ଧ୍ୟାରେ ପିଆର ବଣ୍ଡରେ ଛାଡିଥିଲା l ତେବେ ଆଜି ଦ୍ୱିତୀୟ ଦିନରେ ଡ୍ରାଇଭର ସଂଘ ପକ୍ଷରୁ ଆନ୍ଦୋଳନ ଜାରି ରହିଛି। ଝାରସୁଗୁଡ଼ା ଜିଲ୍ଲା ଦେଇ ଯାଇଥିବା ରାଜ୍ୟ ରାଜପଥ ଅବରୋଧ କରିବା ସହ ବିଜୁ ପଟ୍ଟନାୟକ ଛକରେ ଆନ୍ଦୋଳନ ଜାରି ରଖିଛନ୍ତି ଆନ୍ଦୋଳନକାରୀ ଡ୍ରାଇଭର। ଆନ୍ଦୋଳନ ଯୋଗୁଁ ବସ ଓ ଟ୍ରକ୍ ସେବା ବନ୍ଦ କରିଛି। ଲୋକମାନେ ଯାତାୟତରେ ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି। ଅନ୍ୟପକ୍ଷରେ ଯେଉଁ ଡ୍ରାଇଭରମାନେ ଗାଡି ଚଳାଉଛନ୍ତି ସେମାନଙ୍କୁ ଫୁଲମାଳ ଦେଇ ସ୍ଵାଗତ କରୁଥିବା ଦେଖାଦେଇଛି। 

ଇଟିଭି ଭାରତ, ଝାରସୁଗୁଡା

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.