ଦିନିକିଆ 23 ବର୍ଷରୁ କମ ଷ୍ଟେଟ 'ଏ' ଟ୍ରଫି ପାଇଁ ଘୋଷଣା ହେଲା ଓଡିଶା ଦଳ

By ETV Bharat Odisha Team

Published : Oct 21, 2023, 4:14 PM IST

thumbnail

କଟକ: ବିସିସିଆଇର ଘରୋଇ ସିଜିନ 2023-24 ଦିନିକିଆ 23 ବର୍ଷରୁ କମ ଷ୍ଟେଟ 'ଏ' ଟ୍ରଫି ପାଇଁ ଘୋଷଣା ହେଲା ଓଡି଼ଶା ଦଳ । 16 ଜଣିଆ ଟିମ ଘୋଷଣା କରିଛି ଓସିଏ । ଟିମର ଅଧିନାୟକ ଭାର ସମ୍ଭାଳିବେ ଅନୀଲ ପରିଡା । ସେହିପରି ଟିମରେ ସାଇଦିପ ମହାପାତ୍ର , ଓମ ଟି ମୁଣ୍ଡେ, ରଘୁନାଥ ମଲହ, ସାୱନ ପହରିଆ, ସନ୍ତୋଷ ଯାଦବ, ଆଶୁତୋଷ ଛୁରିଆ, ମିଲନ ସାମଲ, ଶ୍ରେୟାନ୍ସ ଭରଦ୍ବାଜ, ସମ୍ବିତ ବରାଳ, ରାକେଶ ବିଶ୍ୱାଳ, ରିତେଶ ପ୍ରିୟନଜନ, ବାଦଲ ବିଶ୍ୱାଳ, ଆଶୁତୋଷ ମାରାଣ୍ଡି ଓ ନିରଞ୍ଜନ ଗୌଡ଼ଙ୍କ ଭଳି ଖେଳାଳି ରହିଛନ୍ତି । ଟିମ ଘୋଷଣା କରିବା ପୂର୍ବରୁ ଅନେକ ଅଭ୍ୟାସ ମ୍ୟାଚ ଖେଳିଛି ଓଡି଼ଶା । 28 ତାରିଖରୁ ଓଡି଼ଶା ତାହାର ଅଭିଯାନ ଆରମ୍ଭ କରିବ । ମୋଟ 6ଟି ମ୍ୟାଚ ଖେଳିବ ଟିମ ଓଡ଼ିଶା । ପ୍ରଥମ ମ୍ୟାଚରେ ମୁମ୍ବାଇକୁ ଭେଟିବ ଓଡ଼ିଶା । ପରେ ତ୍ରିପୁରା, ମଣିପୁର, ଗୁଜୁରାଟ, ଛତିଶଗଡ଼ ଓ ଗୋଆ ସହ ଖେଳିବ ଓଡ଼ିଶା । ତେବେ ଗତ ସିଜିନ ଅପେକ୍ଷା ଚଳିତବର୍ଷ ବେଶ ଭଲ କରିବ ଟିମ । ଏନେଇ ଜୋରଦାର ପ୍ରସ୍ତୁତି ସହ ଗ୍ରାଉଣ୍ଡକୁ ଓହ୍ଲାଇବ ଟିମ ଓଡି଼ଶା । ଘରୋଇ ସିଜିନରେ ଓଡ଼ିଶାର ପ୍ରଦର୍ଶନ ବେଶ ଭଲ ରହିବ ବୋଲି ଆଶା ରଖିଛି ଓଡିଶା କ୍ରିକେଟ ସଙ୍ଘ ।  

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.