OCA vision-24: ପେସ୍ ଆଟାକ ହେବ ମଜବୁତ

By

Published : Jul 6, 2023, 9:27 PM IST

thumbnail

କଟକ: ସ୍ପିନର ଟ୍ୟାଲେଣ୍ଟ ହଣ୍ଟ ପରେ ଓସିଏ ଆରମ୍ଭ କରିଛି ପେସ୍ ବା ସିମର ଟ୍ୟାଲେଣ୍ଟ ହଂଣ୍ଟ କ୍ୟାମ୍ପ। ଏହି କ୍ୟାମ୍ପ 7 ତାରିଖ ପର୍ଯ୍ୟନ୍ତ ଚାଲିବ । ଏଥିରେ ରାଜ୍ୟର ବିଭିନ୍ନ ଜିଲ୍ଲାର ଅଣ୍ଡର 16, ଅଣ୍ଡର19, ଅଣ୍ଡର 23 ଅଣ୍ଡର 25 ଏବଂ ସିନିୟର ବର୍ଗର 900 ଖେଳାଳି ରେଜିଷ୍ଟ୍ରେସନ କରି ଏହି କ୍ୟାମ୍ପରେ ସାମିଲ ହୋଇଛନ୍ତି। ତେବେ ସେମାନଙ୍କୁ ବିଭିନ୍ନ ଗ୍ରୁପରେ ବିଭାଜନ କରି ସେମାନଙ୍କ ବୋଲିଂ ସ୍କିଲକୁ ପରଖୁଛନ୍ତି ଓସିଏର ମୁଖ୍ୟ କୋଚ୍ ଦିନେଶ ମୋଙ୍ଗିଆ ଏବଂ ଜୁନିୟର ଦଳର କୋଚ୍ ପ୍ରଭଞ୍ଜନ ମଲ୍ଲିକ । ତେବେ ଓଡିଶା କ୍ରିକେଟ ଆସୋସିଏସନରେ ନୂତନ କୋଚ୍ ଭାବେ ଦିନେଶ ମୋଙ୍ଗିଆ ନିଯୁକ୍ତି ପାଇବା ପରେ ତୃଣ ମୂଳ ସ୍ତରରୁ ସ୍ପିନ, ବୋଲର ଏବଂ ପେସ ବୋଲରକୁ ଖୋଜି ବାହାର କରିବା ପାଇଁ  ସ୍ପିନର ଟ୍ୟାଲେଣ୍ଟ ହଣ୍ଟ ହୋଇଥିବାବେଳେ ଏବେ ଆରମ୍ଭ ହୋଇଛି ପେସ୍ ଟ୍ୟାଲେଣ୍ଟ ହଣ୍ଟ। 

ବୁଧବାରଠାରୁ ଆରମ୍ଭ ହୋଇଥିବା ଏହି ପ୍ରତିଯୋଗିତା ଆସନ୍ତା 7 ତାରିଖ ଅର୍ଥାତ 3 ଦିନ ଧରି ଚାଲିବ। ଓସିଏର ମୁଖ୍ୟ କୋଚ୍ ଦିନେସ ମୋଙ୍ଗିଆ ଏବଂ ଜୁନିଅର ଦଳର କୋଚ୍ ପ୍ରଭଞ୍ଜନ ମଲ୍ଲିକଙ୍କ ନେତୃତ୍ୱରେ ଏହି କ୍ୟାମ୍ପରେ ଖେଳାଳିମାନେ ତାଙ୍କ ବୋଲିଂ ପ୍ରଦର୍ଶନ କରିଛନ୍ତି। ତେବେ ଯେଉଁ ଖେଳାଳି ଭଲ ପ୍ରଦର୍ଶନ କରିବେ ସେମାନଙ୍କୁ ଚୟନ କରିବା ପରେ ସ୍ୱତନ୍ତ୍ର ପ୍ରଶିକ୍ଷଣ ଦେବେ ପୂର୍ବତନ ଭାରତୀୟ ପେସ୍ ବୋଲର ଦେବାଶିଷ ମହାନ୍ତି।  ଏହି କ୍ୟାମ୍ପ କରିବା ଦ୍ୱରା ଅନେକ ପ୍ରତିଭା ସାମ୍ନାକୁ ଆସିପାରିବେ ଏବଂ ଆଗକୁ ଓଡିଶା ଦଳରେ ଖେଳିବା ପାଇଁ ସୁଯୋଗ ପାଇପାରିବେ ବୋଲି କହିଛନ୍ତି କୋଚ୍।

ଏହା ମଧ୍ୟ ପଢନ୍ତୁ...31 ବର୍ଷ ପରେ ଭାରତୀୟ ଭଲିବଲ ଦଳରେ ଓଡିଆ, ଇତିହାସ ରଚିବା ଅପେକ୍ଷାରେ ରାହୁଲ

ତୃଣ ମୂଳ ସ୍ତର ରୁ ଖେଳାଳିମାନଙ୍କୁ ଖୋଜି ସେମାନଙ୍କ ପ୍ରତିଭାକୁ ଲୋକ ଲୋଚନକୁ ଆଣିବା ପାଇଁ ଓସିଏ ଭିଜନ-24 ପାଇଁ ଏକ ପ୍ରୟାସ ଆରମ୍ଭ କରିଛି। ସେହି କ୍ରମରେ ବିଭିନ୍ନ ଜିଲ୍ଲାରୁ ଅଣ୍ଡର16, ଅଣ୍ଡର 19, ଅଣ୍ଡର 23, ଅଣ୍ଡର 25 ଏବଂ ସିନିୟର ବର୍ଗର ଖେଳାଳି ମାନଙ୍କୁ ସୁଯୋଗ ଦେଇଛି ଓସିଏ। ତେବେ ରାଜ୍ୟ ସଂଘ ପକ୍ଷରୁ  ପ୍ରଥମ ଥର ପାଇଁ କରାଯାଇଥିବା ଏହି ଯୋଜନାକୁ ସ୍ୱାଗତ କରିଛନ୍ତି ଖେଳାଳି। 

 

 ଇଟିଭି ଭାରତ, କଟକ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.