ETV Bharat / sports

31 ବର୍ଷ ପରେ ଭାରତୀୟ ଭଲିବଲ ଦଳରେ ଓଡିଆ, ଇତିହାସ ରଚିବା ଅପେକ୍ଷାରେ ରାହୁଲ

author img

By

Published : Jul 6, 2023, 2:03 PM IST

ତାଇପେଇରେ ଜୁଲାଇ 8ରୁ 15 ତାରିଖ ଯାଏ ଚତୁର୍ଥ ଏଭିସି ପୁରୁଷ ଚ୍ୟାଲେଞ୍ଜର କପ ଭଲିବଲ ଚମ୍ପିଆନସିପ ଆରମ୍ଭ ହେବ । ଏଥିପାଇଁ ଭାରତୀୟ ଫୁଟବଲ ଦଳରେ ଜଣେ ଓଡିଆ ଖେଳାଳି ରାହଲୁ ବାରିକ ସ୍ଥାନ ପାଇଛନ୍ତି । ଅଧିକ ପଢ଼ନ୍ତୁ

ଭାରତୀୟ ଭଲିବଲ ଦଳରେ ଓଡିଆ
31 ବର୍ଷ ପରେ ଭାରତୀୟ ଭଲିବଲ ଦଳରେ ଓଡିଆ

ଭୁବନେଶ୍ବର: କ୍ରୀଡା ହବ୍‌ ହେବାକୁ ଯାଉଛି ଓଡ଼ିଶା । କ୍ରୀଡ଼ା ଓ କ୍ରୀଡ଼ାବିତଙ୍କ ସଫଳତାରେ ନାଁ କରୁଛି ଓଡ଼ିଶା । ଏବେ ଭଲିଭଲ ଖେଳରେ ଓଡିଶାକୁ ସ୍ବତନ୍ତ୍ର ପରିଚୟ ମିଳିବାକୁ ଯାଉଛି । କାରଣ ଦୀର୍ଘ 31 ବର୍ଷ ପରେ ଭାରତୀୟ ଭଲିବଲ ଦଳରେ ସ୍ଥାନ ପାଇଛନ୍ତି ଜଣେ ଓଡ଼ିଆ ଖେଳାଳି । ଜଗତସିଂହପୁରର ତାରକା ଭଲିବଲ ଖେଳାଳି ରାହୁଲ ବାରିକ ଭାରତୀୟ ସିନିୟର ଭଲିବଲ ଦଳରେ ଆଟାକିଂ ଷ୍ଟ୍ରାଇକର ଭାବେ ସ୍ଥାନ ପାଇଛନ୍ତି ।

  • The upcoming 4th AVC Men Challenger Cup Volleyball Championship 2023 is scheduled to take place in Taipei from July 8th to July 15th, 2023. Odisha's Rahul Barik,, has been selected as one of the 14 members of the Indian Senior Volleyball Team participating in the tournament.… pic.twitter.com/UROvdAPGRB

    — Odisha Sports (@sports_odisha) July 5, 2023 " class="align-text-top noRightClick twitterSection" data=" ">

ଆସନ୍ତା ଜୁଲାଇ 8ରୁ 15 ତାରିଖ ଯାଏ ଚତୁର୍ଥ ଏଭିସି ପୁରୁଷ ଚ୍ୟାଲେଞ୍ଜର କପ ଭଲିବଲ ଚମ୍ପିଆନସିପ ଆରମ୍ଭ ହେବ । ଏନେଇ 14 ଜଣିଆ ଭାରତୀୟ ଫୁଟବଲ ଦଳରେ ଜଣେ ଓଡିଆ ଖେଳାଳି ରାହଲୁ ବାରିକ ସ୍ଥାନ ପାଇଛନ୍ତି । ଭୁବନେଶ୍ବରରୁ ତାଇପେଇ ଯାତ୍ରା କରିଛି ଭାରତୀୟ ଦଳ । ସେଥିରେ ଓଡିଶାରୁ ଏକମାତ୍ର ଖେଳାଳି ଭାବେ ରାହୁଲ ବାରିକ ସାମିଲ ହୋଇଛନ୍ତି । ଭାରତୀୟ ଦଳର ଚୟନ ଏବଂ ପ୍ରସ୍ତୁତି ଶିବିର କିଟ୍‌ରେ ଆୟୋଜିତ ହୋଇଥିଲା । 33ଜଣ ଖେଳାଳିଙ୍କୁ ନେଇ ଶିବିର ଚାଲିଥିଲା । ପ୍ରିନ୍ସ ଭାରତୀୟ ଦଳର ଅଧିନାୟକ ନିଯୁକ୍ତ ହୋଇଛନ୍ତି । ଏକମାତ୍ର ଓଡିଆ ଖେଳାଳି ଭାବେ ଭାରତୀୟ ଭଲିବଲ ଦଳରେ ସ୍ଥାନ ପାଇଥିବାରୁ ରାହୁଲଙ୍କ ପରିବାରରେ ଖୁସିର ଲହରୀ ଖେଳି ଯାଇଛି । ରାହୁଲଙ୍କୁ ନେଇ ଦଳ ଭଲ ପ୍ରଦର୍ଶନ କରିବ ବୋଲି ଆଶା କରାଯାଉଛି । 5 ନମ୍ବର ଜର୍ସି ପିନ୍ଧିଥିବା ଏହି ତାରକାଙ୍କ ପ୍ରଦର୍ଶନ ଉପରେ ସମସ୍ତଙ୍କ ନଜର ରହିବ ।

ଏହା ବି ପଢନ୍ତୁ...ରାଜ୍ୟସ୍ତରୀୟ ଦୌଡ଼ ପ୍ରତିଯୋଗିତାରେ କବିତାଙ୍କ ସ୍ବର୍ଣ୍ଣିମ ସଫଳତା, ଛୁଟିଲା ଶୁଭେଚ୍ଛା ସୁଅ

ରାହୁଲଙ୍କ ସମ୍ପର୍କରେ: ଜଗତସିଂହପୁର ଜିଲ୍ଲା ବାଲିକୁଦା ବ୍ଲକ ଗରାମ ଗାଁର ପୁଅ ରାହୁଲ ବାରିକ । ପିଲାବେଳୁ ଭଲିବଲ ଖେଳ ପ୍ରତି ଆକର୍ଷିତ ହୋଇଥିଲେ ରାହୁଲ । ଦିନକୁ ଦିନ ରାହୁଲଙ୍କ ପ୍ରତିଭା ଚମକିଥିଲା । 2ବର୍ଷ ରାହୁଲ ଜୁନିଅର ଟିମ୍‌ରେ ଖେଳିଥିଲେ । 2019ରେ 21 ବର୍ଷରୁ କମ୍‌ ଓଡ଼ିଶା ଭଲିବଲ ଦଳରେ ସାମିଲ ହୋଇଥିଲା । 2020ରେ ଓଡିଶା ସିନିଅର ଟିମରେ ସ୍ଥାନ ପାଇଥିଲେ । ରାହୁଲଙ୍କ ପ୍ରଦର୍ଶନ ଦିନକୁ ଦିନ ଉନ୍ନତ ହୋଇଥିଲା ଯାହା ତାଙ୍କୁ ଭାରତୀୟ ଭଲିବଲ ଦଳରେ ସାମିଲ କରିବାକୁ ସୁଯୋଗ ଦେଇଥିଲା । 2 ବର୍ଷ ରାହୁଲ ଜୁନିୟର ଟିମରେ ଖେଳିଥିଲେ। 2019ରେ 21 ବର୍ଷରୁ କମ ଓଡିଶା ଭଲିବଲ ଦଳରେ ସାମିଲ ହୋଇଥିଲା । 2020ରେ ଓଡିଶା ସିନିୟର ଟିମରେ ସ୍ଥାନ ପାଇଥିଲେ । ରାହୁଲଙ୍କ ପ୍ରଦର୍ଶନ ଦିନକୁ ଦିନ ଉନ୍ନତ ହୋଇଥିଲା ଯାହା ତାଙ୍କୁ ଭାରତୀୟ ଭଲିବଲ ଦଳରେ ସାମିଲ କରିବାକୁ ସୁଯୋଗ ଦେଇଥିଲା ।

ଏହା ବି ପଢନ୍ତୁ...BCCI ଚୟନ କମିଟି ଅଧ୍ୟକ୍ଷ ଅଗରକରଙ୍କ ରେକର୍ଡ, ଯାହା ସଚିନ କରିନଥିଲେ ତାହା ସେ କରିଥିଲେ

31 ବର୍ଷ ପରେ ଭଲିବଲ ଦଳରେ ଓଡିଆ: 31 ବର୍ଷ ପରେ ଭାରତୀୟ ଭଲିବଲ ଦଳରେ ଜଣା ଓଡିଆ ଖେଳାଳି ସାମିଲ ହୋଇଛନ୍ତି । ଏହା ପୂର୍ବରୁ 1992 ମସିହାରେ ଓଡିଆ ଖେଳାଳି ମହମ୍ମଦ ମସିଉଜ ଜମା ଭାରତୀୟ ସିନିୟର ଦଳରେ ସାମିଲ ହୋଇଥିଲେ । ଦ୍ବିତୀୟ ଓଡିଶା ଖେଳାଳି ଭାବେ ରାହୁଲ ଭାରତୀୟ ଟିମରେ ଖେଳିବା ରାଜ୍ୟ ପାଇଁ ଗର୍ବ ଓ ଗୌରବର ବିଷୟ । ଏଥିବା ପାଇଁ ରାହୁଲଙ୍କୁ ଶୁଭେଚ୍ଛା ସୁଅ ଛୁଟିଛି । ତାଇପେଇ ଏଭିସି ପୁରୁଷ ଚ୍ୟାଲେଞ୍ଜ କପ୍‌ରେ ରାହୁଲ ପ୍ରଭାବଶାଳୀ ସାବ୍ୟସ୍ତ ହେବେ ବୋଲି ଆଶା କରାଯାଉଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.