ସୁବର୍ଣ୍ଣପୁରରେ ନୂଆ ଓଡ଼ିଶା ଯୁବ ଓଡ଼ିଶା କାର୍ଯ୍ୟକ୍ରମ

By ETV Bharat Odisha Team

Published : Dec 22, 2023, 3:21 PM IST

thumbnail

ସୁବର୍ଣ୍ଣପୁର: ସହରର ସ୍ଥାନୀୟ ରାମେଶ୍ବର ଷ୍ଟାଡିୟମ୍ ଠାରେ ଜିଲ୍ଲାସ୍ତରୀୟ ନୂଆ ଓ ଯୁବ ଓଡ଼ିଶା ଓ ନବୀନ ଓଡ଼ିଶା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନିରଞ୍ଜନ ପୂଜାରୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କାର୍ଯ୍ୟକ୍ରମର ଶୁଭ ଉଦଘାଟନ କରିଥିଲେ । ଅନ୍ୟତମ ଅତିଥି ଭାବେ ବୀରମହାରାଜପୁର ବିଧାୟକ ପଦ୍ମନାଭ ବେହେରା, ଜିଲ୍ଲାପାଳ ବିମଳେନ୍ଦୁ ରଏ ପ୍ରମୁଖ ସାମିଲ ହୋଇଥିଲେ । ତେବେ ଜିଲ୍ଲାର ୩୫ଟି ମହାବିଦ୍ୟାଳୟରୁ ପ୍ରାୟ ୧୦,୦୦୦ ଛାତ୍ର ଛାତ୍ରୀ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । 

ବିଗତ ଦିନରେ ମହାବିଦ୍ୟାଳୟ ଗୁଡିକରେ ହୋଇଥିବା ସାଂସ୍କୃତିକ କାର୍ଯ୍ୟକ୍ରମରୁ ଚୟନ ହୋଇଥିବା ପ୍ରଥମ, ଦ୍ଵିତୀୟ ଓ ତୃତୀୟ ହୋଇଥିବା ଛାତ୍ରଛାତ୍ରୀ ମାନେ ସାମିଲ ହୋଇ ନିଜ ନିଜର ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ । ଏହାସହ ଓଲିଉଡ କଳାକାର, ପ୍ରିନ୍ସ ଡାନ୍ସ ଗ୍ରୁପ, ଶ୍ରିଜିଲ ଗ୍ରୁପ ଓ ପଶ୍ଚିମ ଓଡ଼ିଶାର ସୁନାମଧନ୍ୟ ଗାୟକ ଋକୁ ସୁନା ଆଦି ନିଜର ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀମାନେ ନିଜକୁ ସାମିଲ କରି ନିଜ ନିଜ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିବା ବେଳେ ହଜ଼ାର ହଜ଼ାର ଛାତ୍ରଛାତ୍ରୀ କାର୍ଯ୍ୟକ୍ରମରୁ ବେଶ ଆନନ୍ଦ ସାଉଁଟିଥିଲେ । କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ଅତିଥିମାନେ ଛାତ୍ରଛାତ୍ରୀମାନଙ୍କୁ ବେଶ୍ ଉତ୍ସାହିତ କରିଥିଲେ ।

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.