ଆଇପିଏଲ 2024, ଭୁଲ କାହାର ଓସିଏ ନାଁ ଖେଳାଳି !

By ETV Bharat Odisha Team

Published : Dec 21, 2023, 4:47 PM IST

thumbnail

କଟକ: ଆଇପିଏଲ ନିଲାମୀରେ ଓସିଏକୁ ଶକ୍ତ ଝଟକା । 16 ଜଣ ଓଡ଼ିଆ ଖେଳାଳିଙ୍କ ମଧ୍ୟରୁ କେହି ବି ଗୋଟିଏ ହେଲେବି କିଣା ହେଲେନି । ଯାହା ପାଇଁ ଓସିଏ ପାଇଁ ବଢୁଛି ଚିନ୍ତା । ଅନ୍ୟରାଜ୍ୟ ସଂଘରୁ ଅନେକ ଯୁବ କ୍ରିକେଟରମାନେ ଚଳିତବର୍ଷ ମିନି ଆଇପିଏଲ ନିଲାମୀରେ ଅନେକ ଫ୍ରାଞ୍ଚାଇଜ ପକ୍ଷରୁ ଦଳରେ ସାମିଲ କରାଯାଇଛି । ହେଲେ ଦୁର୍ଭାଗ୍ୟର ବିଷୟ ଓଡିଶାରୁ କୌଣସି ବି ଖେଳାଳି କିଣା ଯାଇ ପାରିଲେ ନାହିଁ ।

ଗତ ଆଇପିଏଲରେ କେବଳ ଏକମାତ୍ର ଖେଳାଳି ଭାବରେ ଶୁଭ୍ରାଂଶୁଙ୍କୁ ଚେନ୍ନାଇ ଟିମ ପକ୍ଷରୁ କିଣା ଯାଇଥିଲା । ହେଲେ ଚଳିତବର୍ଷ ତାହା ମଧ୍ୟ ହୋଇନାହିଁ । ଏହି 16 ଜଣ ଓଡ଼ିଆ ଖେଳାଳି ଆଇପିଏଲ ନିଲାମୀ ପାଇଁ ନାଁ ପଞ୍ଜିକରଣ କରିଥିଲେ । ତେବେ କେଉଁଟି ରହିଛି ତ୍ରୁଟି ଓ ଦୋଷ କାହାର ଓସିଏ ନାଁ ଖେଳାଳି । ଏହି ସଂପର୍କରେ କ୍ରିକେଟ ସମୀକ୍ଷକଙ୍କ ସହ ସିଧାସଳଖ ଆଲୋଚନା କରିଛନ୍ତି ଆମ ପ୍ରତିନିଧି ।

କ୍ରୀଡା ସମୀକ୍ଷକ ପୱନ ଅଗ୍ରୱାଲ କହିଛନ୍ତି, "ଚଳିକ ବର୍ଷ ଆଇପିଏଲ ନିଲାମୀରେ ଓଡ଼ିଶାର କୌଣସି ଖେଳାଳି ଚୟନ ହେବା ଏହା ଏକ  ଦୁଃଖଦାୟକ ଖବର । ଖେଳାଳିମାନଙ୍କ ଆଖିଦୃଶିଆ ପ୍ରଦର୍ଶନ ହୋଇପାରିଲା ନାହିଁ । କୌଣସି ଖେଳାଳି ବ୍ୟକ୍ତିଗତ ଭାବେ ମଧ୍ୟ ନିଜର ଭଲ ପ୍ରଦର୍ଶନ ଦେଖାଇପାରିଲେ ନାହିଁ । ରାଜ୍ୟରେ ସବୁ ପ୍ରକାର ସୁବାଧା ରହିଛି  କିନ୍ତୁ ଜାତୀୟସ୍ତରରେ ସେମାନଙ୍କ ପ୍ରଦର୍ଶନ ଭଲ ନାହିଁ । ଖେଳାଳିମାନଙ୍କ ପ୍ରଦର୍ଶନ ପାଇଁ ଓସିଏକୁ ଅହୁରୀ ଚେଷ୍ଟା କରିବା ପାଇଁ ପଡ଼ିବ ।

ଏହା ମଧ୍ୟ ପଢନ୍ତୁ....ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଦିନିକିଆ: ସିରିଜ ବିଜୟ ପାଇଁ ଜୋରଦାର ଲଢେଇ କରିବେ ଦୁଇ ଦଳ

ଇଟିଭି ଭାରତ, କଟକ 

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.