ETV Bharat / sports

ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଦିନିକିଆ: ସିରିଜ ବିଜୟ ପାଇଁ ଜୋରଦାର ଲଢେଇ କରିବେ ଦୁଇ ଦଳ

author img

By ETV Bharat Odisha Team

Published : Dec 21, 2023, 12:26 PM IST

ଭାରତ ଓ ଦକ୍ଷିଣ ଆଫ୍ରିକା
IND vs SA

India vs South Africa 3rd ODI: ଭାରତ ଓ ଦକ୍ଷିଣ ଆଫ୍ରିକା ଦିନିକିଆ ସିରିଜର ଆଜି ନିର୍ଣ୍ଣାୟକ ଲଢ଼େଇ । ସିରିଜ ହାତେଇବାକୁ ଜୋରଦାର ପ୍ରୟାସ କରିବେ ଦୁଇ ଦଳ । ଅଧିକ ପଢ଼ନ୍ତୁ

ହାଇଦ୍ରାବାଦ: ଆଜି ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବ ତୃତୀୟ ଦିନିକିଆ । ସିରିଜ ବିଜୟ ଲକ୍ଷ୍ୟରେ ପଡିଆକୁ ଓହ୍ଳାଇବେ ଦୁଇ ଦଳ । ବର୍ତ୍ତମାନ ସିରିଜ 1-1ରେ ବରାବର ରହିଥିବା ବେଳେ ଆଜି ମ୍ୟାଚ୍‌ କାହା ସପକ୍ଷରେ ଯିବ ତାହାରି ଉପରେ ସମସ୍ତଙ୍କ ନଜର । ଦ୍ବିତୀୟ ମ୍ୟାଚରେ ଦକ୍ଷିଣ ଆଫ୍ରିକା ବିଜୟୀ ହୋଇଥିବାରୁ ଆଜିର ମ୍ୟାଚ ପାଇଁ ଖେଳାଳିଙ୍କ ମନୋବଳ ଦୃଢ ରହିଛି । ଭାରତ ପ୍ରଥମ ମ୍ୟାଚରେ ବିଜୟୀ ହୋଇଥିବା ବେଳେ ଦ୍ବିତୀୟ ମ୍ୟାଚରେ ପରାଜିତ ହୋଇଥିଲା । ସମସ୍ତ ତୃଟିକୁ ସୁଧାରି ଆଜି ବିଜୟ ଲକ୍ଷ୍ୟ ରଖି ପଡିଆକୁ ଓହ୍ଳାଇବ କେଏଲ ରାହୁଲଙ୍କ ବାହିନୀ । ଅପରାହ୍ନରେ ଏହି ମ୍ୟାଚ ଖେଳାଯିବ ।

2018ରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଦିନିକିଆ ସିରିଜ ଖେଳାଯାଇଥିଲା । ଏଥିରେ ଘରୋଇ ଟିମ୍‌ର ହିଁ ବିଜୟ ହୋଇଥିଲା । ପୁଣି ଥରେ 5 ବର୍ଷ ପରେ ଭାରତ ସହ ଖେଳାଯାଉଥିବା ଦିନିକିଆ ସିରିଜରେ ବିଜୟ ହାସଲ କରିବାକୁ ଘରୋଇ ଦଳ ଲକ୍ଷ୍ୟ ରଖିଛି । ଆଜିର ବିଜୟ ଭାରତୀୟ ଦଳର ବ୍ୟାଟିଂ ଉପରେ ନିର୍ଭର କରେ । ବିଜୟୀ ହେବାକୁ ହେଲେ ଦଳୀୟ ସ୍କୋର୍‌ ଅଧିକ କରିବା ଆବଶ୍ୟକ ରହିଛି । ଓପନର ଯୋଡ଼ିଙ୍କ ଉପରେ ନଜର ରହିବ । ସାଇ ସୁଦର୍ଶନ ଦିନିକିଆରେ ଡେବ୍ୟୁ କରି 2ଟି ଯାକ ମ୍ୟାଚରେ ଭଲ ପ୍ରଦର୍ଶନ କରିଛନ୍ତି । ତେଣୁ ତାଙ୍କ ବ୍ୟାଟରୁ ଆଜି ମଧ୍ୟ ଭଲ ରନ ହେବା ନେଇ ଆଶା କରାଯାଉଛି । ସେହିପରି ରିଙ୍କୁ ସିଂ ଓ ଗାଏକଓ୍ବାଡ ମଧ୍ୟ ଭଲ ଖେଳିବା ଆଶା କରାଯାଉଛି ।

ଏହା ମଧ୍ୟ ପଢନ୍ତୁ-ଆଜିଠୁ ଭାରତ-ଅଷ୍ଟ୍ରେଲିଆ ଟେଷ୍ଟ ମ୍ୟାଚ୍‌: ଟସ୍‌ ଜିତି କଙ୍ଗାରୁ ଟିମର ବ୍ୟାଟିଂ ନିଷ୍ପତ୍ତି

ସେଣ୍ଟଜର୍ଜସ୍‌ ପାର୍କରେ ଦ୍ବିତୀୟ ଦିନିକିଆ ଖେଳାଯାଇଥିଲା । ଏଥିରେ ଭାରତୀୟ ଦଳ ପ୍ରଥମେ ବ୍ୟାଟିଂ କରି ସମସ୍ତ ଓ୍ବିକେଟ ହରାଇ 211 ରନ୍‌ରେ ଅଲ୍‌ ଆଉଟ୍‌ ହୋଇଯାଇଥିଲା । ଘରୋଇ ଦଳର ବ୍ୟାଟିଂ ଭାରତୀୟ ଖେଳାଳିଙ୍କ ପାଇଁ ଘାତକ ସାବ୍ୟସ୍ତ ହୋଇଥିଲା । କେଏଲ ରାହୁଲ ଓ ସାଇ ସୁଦର୍ଶନ ଅର୍ଦ୍ଧଶତକ ହାସଲ କରିଥିବା ବେଳେ ଆଉ କୌଣସି ବି ବ୍ୟାଟର 20 ରନ୍‌ କରିବାକୁ ମଧ୍ୟ ସକ୍ଷମ ହୋଇନଥିଲେ । ଶେଷରେ 8 ଓଭର ବାକି ଥାଇ 215 ରନ୍‌ରେ 2 ଓ୍ବିକେଟ୍‌ ହରାଇ ସାଉଥ ଆଫ୍ରିକା ଘରୋଇ ମାଟିରେ ଭାରତକୁ ପରାଜିତ କରିଥିଲା । ଆଜି ଭାରତୀୟ ଏକାଦଶରେ ପରିବର୍ତ୍ତନ ହୋଇପାରେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.